ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯୋଜନାରେ ଆୟର ପନ୍ଥା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ବାଂଶପାଳ ବ୍ଲକ ଧହାଡିହି ଗ୍ରାମରେ ମହିଳାଙ୍କୁ ଛେଳି ଚାଷ ପ୍ରଲୋଭନ ଦେଖାଇ ଏହି ସଂସ୍ଥା ୩୨ଜଣଙ୍କଠାରୁ ଜଣଙ୍କ ପିଛା ୩୦ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ବିନିଦା ଗ୍ରାମର କେତେଜଣ ମହିଳାଙ୍କଠାରୁ ଜଣ ପିଛା ୩୦ ହଜାର, ଅନ୍ୟ କେତେଜଣଙ୍କଠାରୁ ୨୦ହଜାର ଓ ୧୫ହଜାର ଖୋଏ ଟଙ୍କା ଆଦାୟ କରାଯାଇଛି। ସେମାନଙ୍କୁ ମାସିକ ୨୦୦ ଟଙ୍କା ଭତ୍ତା ମିଳିବ ଏବଂ ବିଭିନ୍ନ ଯୋଜନାରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସଂସ୍ଥା ପକ୍ଷରୁ ବୈଠକ କରି ପ୍ରତିଶ୍ରୁତି ଦିଆଯାଇଥିଲା। ଠକେଇର ଶିକାର ହୋଇଥିବା ଅଧିକାଂଶ ମହିଳା ଆଦିବାସୀ ଓ ହରିଜନ ବର୍ଗର। ଏହି ସଂସ୍ଥାରେ ମୋଟ ୭୨୮ ମହିଳା ନାମ ରେଜିଷ୍ଟ୍ରେଶନ କରିଥିବା କୁହାଯାଉଛି।
ଠକେଇର ଶିକାର ହୋଇଥିବା କେତେକ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକାଷ୍ଠକୁ ଏ ନେଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ସଂସ୍ଥାର ଜଣେ କର୍ମକର୍ତ୍ତାଙ୍କୁ ପଚାରିବାରୁ କହିଛନ୍ତି, କ୍ଷୁଦ୍ରଶିଳ୍ପ ଉଦ୍ୟୋଗ ଓ ଟ୍ରେନିଂ ବାବଦରେ ମହିଳାମାନଙ୍କଠାରୁ ଚୁକ୍ତିନାମା କରି କିଛି ଅର୍ଥ ଆଦାୟ କରାଯାଇଛି। ଟ୍ରେନିଂ ପରେ ପ୍ରକଳ୍ପ କାମ ଆରମ୍ଭ ହେବ। ବାଂଶପାଳ ବ୍ଲକର ବିନିଦା ଗ୍ରାମରେ ଛେଳିଚାଷ ନିମନ୍ତେ ଭିତ୍ତିଭୂମି ବିକାଶ କରାଯାଇଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ନୟାକୋଟ ଆଇଆଇସି କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଧଳାଡିହୀ ଗ୍ରାମର କେତେକ ମହିଳା ଥାନାରେ ମୌଖିକ ଭାବେ ଆସି ଅଭିଯୋଗ କରିଛନ୍ତି ଲିଖିତ ଭାବେ ସେମାନେ ଅଭିଯୋଗ କଲେ ଏହାର ତଦନ୍ତ କରାଯିବ ଏବଂ କମ୍ପାନୀ ସାଙ୍ଗେ ଯୋଗାଯୋଗ କରି ସେମାନଙ୍କ ପଇସା ଫେରସ୍ତ କରାଯିବାର ବ୍ୟବସ୍ଥା ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri