ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ସରପଞ୍ଚ ସଂଘର ଦାବିପତ୍ର: କୋଭିଡ୍‌-୧୯ରୁ ନିବୃତ୍ତ ରହିବାକୁ ଚେତାବନୀ

କେନ୍ଦୁଝର,୬ା୬(ସ୍ବ.ପ୍ର.): ସୋସୋ ଥାନା ଅନ୍ତର୍ଗତ ବଉଳା ଫାଣ୍ଡିରେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତଙ୍କୁ ପୋଲିସର ମାଡ଼ ନେଇ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ, ସରପଞ୍ଚ ମହାସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଏନେଇ ଶନିବାର ଥାନାଧିକାରୀଙ୍କ ବିରୋଧରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସମସ୍ତ ସରପଞ୍ଚଙ୍କୁ ସରକାର ଜିଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ କୋଭିଡ୍‌ ୧୯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଗତ ୩ ତାରିଖରେ ବାଙ୍ଗୋର ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରବାସୀ ଓଡ଼ିଆ ଘରକୁ ପଳାଇଯିବାରୁ ସ୍ଥାନୀୟ ବଉଳା ଫାଣ୍ଡିକୁ ମହିଳା ସରପଞ୍ଚ ତାଙ୍କ ସ୍ବାମୀଙ୍କ ସହିତ ଅଭିଯୋଗ କରିବାକୁ ଯାଇଥିଲେ। ପୋଲିସ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଠେଲାପେଲା କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏଣୁ ଉକ୍ତ ଥାନାଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିବା ସରପଞ୍ଚ ସଂଘର ଜିଲା ସଭାପତି ଅଖିଳ ନାୟକ କହିଛନ୍ତି। ଏହା ଦ୍ୱାରା ସମସ୍ତ ସରପଞ୍ଚ ବିଶେଷକରି ମହିଳା ସରପଞ୍ଚମାନଙ୍କ ପଦମର୍ଯ୍ୟାଦା ହାନି ଘଟିଛି। ଏଣୁ ଦାବି ପୂରଣ ନ ହେଲେ ସମସ୍ତ ସରପଞ୍ଚ ନିଜ ନିଜ ପଞ୍ଚାୟତରେ ଚାଲିଥିବା କୋଭିଡ୍‌-୧୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରୁ ନିବୃତ୍ତ ରହିବୁ ବୋଲି ଶିରିଶପାଳ ପଞ୍ଚାୟତର ମହିଳା ସରପଞ୍ଚ ପୁଷ୍ପା ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri