Posted inଜାତୀୟ

ମହାରାଷ୍ଟ୍ର ରାଜନୀତି: ଶିବସେନା ସୂତ୍ରରୁ ପ୍ରକାଶ,ପାଓ୍ବାରଙ୍କୁ ‘ରାଷ୍ଟ୍ରପତି’ ଲୋଭ

ମୁମ୍ବାଇ,୨୦-୧୧:ରାଷ୍ଟ୍ରପତି ଶାସନ ଜାରି ହୋଇଥିତ୍ବା ମହାରାଷ୍ଟ୍ରରେ ଭାଜପା ଯଦି ୫୦:୫୦ ସୂତ୍ରକୁ ଗ୍ରହଣ କରିବ ତେବେ ଶିବସେନା ପୁନର୍ବାର ମେଣ୍ଟକୁ ଫେରିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ିବସିବା ପରେ ଭାଜପା ସହ ୩ ଦଶନ୍ଧିର ସମ୍ପର୍କ ଛିନ୍ନ କରିଥିବା ଶିବସେନା ପକ୍ଷରୁ ମଙ୍ଗଳବାର ଏଭଳି ସଙ୍କେତ ଦିଆଯାଇଛି। କାରଣ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସକୁ ଧରି ଶିବସେନାର ସରକାର ଗଠନ ସ୍ବପ୍ନ ମଉଳିଯାଇଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭାଜପା ରାଷ୍ଟ୍ରପତି ପଦ ଲୋଭ ଦେଖାଇଥିବାରୁ ସେ ସରକାର ଗଠନ ପାଇଁ ସମର୍ଥନ ଘୋଷଣା କରୁ ନ ଥିବା ଶିବସେନା ପକ୍ଷରୁ କୁହାଯାଇଛି।
ƒ଼ହାରାଷ୍ଟ୍ରରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଫିଫ୍ଟି ଫିଫ୍ଟି ଫର୍ମୁଲାରେ ସରକାର ଗଠନ ଦାବିକୁ ଭାଜପା ପ୍ରତ୍ୟାଖ୍ୟାନ କରିଦେବାରୁ ଶିବସେନା ଅଲଗା ହୋଇଯାଇଛି। ଏନ୍‌ସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଉଦ୍ଧବ ଠାକ୍‌ରେଙ୍କ ଦଳ ଚାହୁଁଛି। କିନ୍ତୁ ବିରୋଧୀ ଏନ୍‌ସିପି-କଂଗ୍ରେସ ମେଣ୍ଟ ପକ୍ଷରୁ ସବୁଜ ସଙ୍କେତ ମିଳୁନାହିଁ। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପ୍ରାୟ ଘଣ୍ଟାଏ ଧରି କଥାବାର୍ତ୍ତା ହେବା ପରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଧିକ ଆଲୋଚନା ଆବଶ୍ୟକ ବୋଲି କହିଥିଲେ। ଏହାକୁ ନେଇ ମଙ୍ଗଳବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି, ପାଓ୍ବାରଙ୍କ ସହ ଆମ ମେଣ୍ଟକୁ ନେଇ ଚିନ୍ତା କରିବା ଅନୁଚିତ। ଖୁବ୍‌ଶୀଘ୍ର ଅର୍ଥାତ୍‌ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶିବସେନା ନେତୃତ୍ୱରେ ଏକ ସ୍ଥିର ସରକାର ଗଠନ ହୋଇଯିବ। ଅନ୍ୟପକ୍ଷରେ ଶିବସେନାର ଅନ୍ୟ ନେତାମାନେ ସ୍ବୀକାର କରିଛନ୍ତି ଯେ, ମହାରାଷ୍ଟ୍ରରେ ସରକାର ଗଢ଼ିବା ଦୌଡ଼ରୁ ଶିବସେନାକୁ ବାଦ୍‌ ଦେବା ପାଇଁ ଚାହୁଁଥିବା ଭାଜପା ଏନ୍‌ସିପିକୁ ଧରି ଖେଳ କରିବା ପାଇଁ ଉଦ୍ୟମ ଚଳାଇଛି। ମହାରାଷ୍ଟ୍ର ସରକାରରେ ବଡ଼ ଭୂମିକା ଦିଆଯିବ ବୋଲି ପାଓ୍ବାରଙ୍କ ଦଳକୁ ବୁଝାଶୁଝା କରୁଛି। କେବଳ ଏତିକି ନୁହେଁ, ପାଓ୍ବାରଙ୍କୁ ଭାରତର ରାଷ୍ଟ୍ରପତି କରିବା ପାଇଁ ମଧ୍ୟ ଭାଜପା ଲୋଭ ଦେଖାଇଛି। ଏଥିପାଇଁ ଶିବସେନାକୁ ସମର୍ଥନ ଦେବା ପାଇଁ ପୂର୍ବରୁ ରାଜି ହୋଇଥିବା ଏନ୍‌ସିପି ଏବେ ସମର୍ଥନ ଘୋଷଣା କରୁନାହିଁ। ଶିବସେନାର ଦାବି ହେଉଛି ଏନ୍‌ସିପି-କଂଗ୍ରେସ ସହ ଗୋଟିଏ ସର୍ତ୍ତରେ ମେଣ୍ଟ ସରକାର ଗଠନ କରାଯିବ। ତାହା ହେଉଛି ସମ୍ପୂର୍ଣ୍ଣ ୫ ବର୍ଷ ପାଇଁ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ। କିନ୍ତୁ ଭାଜପା ସହିତ ମେଣ୍ଟ କଲେ ୫୦:୫୦ ସୂତ୍ର ଏବେ ବି ଗ୍ରହଣୀୟ ବୋଲି ଶିବସେନା ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିବାବେଳେ ଫଳାଫଳ ୨୪ ତାରିଖରେ ଆସିଥିଲା। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୪୫ ହୋଇଥିବାବେଳେ ଭାଜପାକୁ ୧୦୫ ଆସନରେ ସଫଳତା ମିଳିଛି। ଶିବସେନା ୫୬ ଆସନ ଦଖଲ କରିବା ପରେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ନିଜେ ରଖିବା ପାଇଁ ଭାଜପା ନିକଟରେ ଦାବି ରଖିଥିଲା, ଯାହାକି ଅଗ୍ରାହ୍ୟ ହୋଇଯାଇଛି। ବିରୋଧୀ ଏନ୍‌ସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଶିବସେନା ଓହରିବା ପୂର୍ବରୁ ତାକୁ ସମର୍ଥନ କରିବା ନେଇ ଏନ୍‌ସିପି ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଉଥିଲା, ଏବେ ସେଭଳି ଦେଖିବାକୁ ମିଳୁନାହିଁ। ଇତିମଧ୍ୟରେ ପାର୍ଲାମେଣ୍ଟର ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ସିପିକୁ ପ୍ରଶଂସା କରିଥିଲେ। ଏନ୍‌ସିପି ଏବଂ ବିଜେଡିଠାରୁ ଅନ୍ୟ ଦଳଗୁଡ଼ିକ ଶୃଙ୍ଖଳା ଶିଖିବା ଉଚିତ ବୋଲି ମୋଦି କହିଥିଲେ। ଏହି ସବୁ ସମୀକରଣକୁ ଦେଖିଲେ ପାଓ୍ବାରଙ୍କୁ ରାଷ୍ଟ୍ରପତି ପଦ ଯଚାଯିବା ନେଇ ହେଉଥିବା ଚର୍ଚ୍ଚା ଅମୂଳକ ନୁହେଁ ବୋଲି କେତେକ ମହଲରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri