ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ ମଣିଷ ମଧ୍ୟ। ଅନ୍ୟର ଖୁସିରେ ସେ ଖୁସୀ ହୁଅନ୍ତି। ଆଉ ଅନ୍ୟର ଦୁଃଖ ତାଙ୍କୁ ଦୁଃଖୀ କରିଦିଏ। ଖାସ୍‌ ସେଇଥିପାଇଁ ୨୦୧୪, ଜାନୁୟାରୀରେ ସେ ଆରମ୍ଭ କରିଥିଲେ ‘ଯାତ୍ରାଶ୍ରୀ ବିଶ୍ୱଦରବାର’। ଉଦ୍ଦେଶ୍ୟ କିଛି କଳାକାର ଆଉ କଳାକୁ ଭରସା କରି ବଞ୍ଚୁଥିବା ଲୋକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ପରିବାରରେ ଖୁସି ଭରିଦେବା। ୧୯୯୧ ମସିହାରୁ କିଶୋରବାବୁ ଯାତ୍ରା ସହିତ ଜଡ଼ିତ ଥିଲେ। ଓଡ଼ିଶାର ଅଧିକାଂଶ ଯାତ୍ରାପାର୍ଟିକୁ ଟେଣ୍ଟ ତଥା ଚେୟାର ଯୋଗାଉଥିଲେ। ଯାତ୍ରାକୁ ନେଇ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ଥିଲା। ତେଣୁ ଅନୁଷ୍ଠାନ କରିବାରେ କୌଣସି ଅସୁବିଧା ହୋଇ ନ ଥିଲା। ଇତିମଧ୍ୟରେ ପାର୍ଟିକୁ ୬ ବର୍ଷରୁ ଅଧିକ ହୋଇଗଲାଣି।

କିଶୋରବାବୁ କହନ୍ତି: ଦୁଇଶହ ଲୋକଙ୍କୁ ନେଇ ଗୋଟିଏ ପାର୍ଟି କଲେ ସମସ୍ୟା ତ ରହିବ। ପୁଣି ଯାତ୍ରାପାର୍ଟିକୁ ନାନାଦି ଦୈବୀ ଦୁର୍ବିପାକକୁ ସାମ୍ନା କରିବା ପାଇଁ ହୋଇଥାଏ। ତେବେ ସେସବୁ କଷ୍ଟକୁ ଭୁଲି ହୋଇଯାଏ ଯେତେବେଳେ ଅନୁଷ୍ଠାନ ସହ ଜଡ଼ିତ ଦୁଇଶହ ପରିବାର ମୁହଁରେ ହସ ଫୁଟିଉଠେ। ଏହା କିଛି କମ୍‌ ଆତ୍ମସନ୍ତୋଷ ଆଣିଦିଏନି। ଏବେ ଯାତ୍ରାପାର୍ଟି ସବୁ ଲସ୍‌ କରୁଛନ୍ତି। ତାହାର କାରଣ ଭାବରେ କିଶୋରବାବୁ କହନ୍ତି, ଯାତ୍ରା ପ୍ରତି ଦର୍ଶକମାନଙ୍କ ରୁଚି କମୁଛି। ଟିକେଟ୍‌ ଦର ବଢ଼ିଛି। ପୁଣି ଟିଭି ଚ୍ୟାନେଲଗୁଡ଼ିକରେ ଯାତ୍ରା ସବୁ ଆସୁଥିବାରୁ ଲୋକମାନେ ନିଜ ଘରେ ଦେଖୁଛନ୍ତି। କାହିଁକି ରାତି ଅନିଦ୍ରା ହୋଇ ଯାତ୍ରା ଦେଖିବାକୁ ଆସିବେ। ପୁଣି ସେ କହନ୍ତି ଯେ, ଯାତ୍ରାର ଦର୍ଶକ ହାତଗଣତି କିଛି କଳାକାରଙ୍କୁ ଦେଖିବାକୁ ଚାହୁଁଛନ୍ତି। ସେମାନଙ୍କୁ ବଡ଼ କରିଦଉଛନ୍ତି, ଯଦ୍ଦ୍ବାରା ସେମାନେ ପ୍ରଯୋଜକଙ୍କଠାରୁ ଆଶାଠୁ ବହୁ ଅଧିକ ଦାବି କରୁଛନ୍ତି। ଫଳରେ ପ୍ରଯୋଜକଟି ଅନାବଶ୍ୟକ ଖର୍ଚ୍ଚବୃଦ୍ଧିର ଶିକାର ହେଉଛି। ସେହି ଅନୁଯାୟୀ ରିଟର୍ନ ଆସୁନି। ଏସବୁକୁ ବିଚାରକୁ ନିଆଯିବା ଦରକାର। ତା’ସତ୍ତ୍ୱେ ବି ‘ଯାତ୍ରାଶ୍ରୀ ବିଶ୍ୱଦରବାର’ ପ୍ରତିବର୍ଷ ଭଲ ନାଟକ ଦର୍ଶକଙ୍କୁ ଦେଇ ଆସୁଛି। ଆଉ ଆଗାମୀ ଦିନରେ ମଧ୍ୟ ଅନୁଷ୍ଠାନ ଶିକ୍ଷଣୀୟ ବିଷୟ ତଥା ସମାଜକୁ ଦିଗ୍‌ଦର୍ଶନ ଦେବା ଭଳି କାହାଣୀ ନେଇ ନାଟକ ସୃଷ୍ଟି କରିବ ବୋଲି କହନ୍ତି କିଶୋରଚନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?