ମଷ୍ଟରରୋଲରେ ଅନିୟମିତତା

ପରଜଙ୍ଗ, ୧୨।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୁରୁ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବଡ଼ବନ୍ଧଠାରୁ ଭଣ୍ଡାରିପଶି ଯାଏ କରାଯାଉଥିବା ଫିଲ୍ଡ ଚ୍ୟାନେଲ କାମରେ ଜବ୍‌କାର୍ଡଧାରୀଙ୍କ କାର୍ଡରେ ଅନ୍ୟ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଅଞ୍ଚଳବାସୀ ବ୍ଲକ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି। କେବଳ ଏତିକି ନୁହେଁ, ନିୟୋଜିତ ଶ୍ରମିକଙ୍କ ତୁଳନାରେ ମଷ୍ଟର ରୋଲ୍‌ରେ ଅଧିକ ଦର୍ଶାଯାଇଛି। କାର୍ଯ୍ୟ ପରିଚାଳନାରେ ନିୟୋଜିତ ଗଁା ସାଥୀ ଅନିୟମିତତାକୁ ସ୍ବୀକାର କରିବା ପରେ ଦୁର୍ନୀତିର ଚେର ଗହୀରକୁ ଲମ୍ବିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ କହିଛନ୍ତି।
ଗ୍ରାମ ସାଥୀ ନିମେଇ ଚରଣ ସାହୁଙ୍କ ନାମରେ ଏହି କାମର କାର୍ଯ୍ୟାଦେଶ ରହିଛି, ଯାହାର କୋଡ୍‌ ନଂ.୨୪୦୭୦୦୭୦୧୪/୧୦୪୩୦୧୮୨। ଏହାର ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା। ତେବେ ମଷ୍ଟରରୋଲ୍‌ରେ ୨୨ଜଣ ଶ୍ରମିକ କାର୍ଯ୍ୟ କରୁଥିବା ଦର୍ଶାଯାଇଥିବାବେଳେ ୧୪ଜଣ ଶ୍ରମିକ କାମ କରୁଛନ୍ତି। ସେହିପରି ଜବ୍‌କାର୍ଡଧାରୀଙ୍କ ବଦଳରେ ଅନ୍ୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏ ନେଇ କେତେଜଣ ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଗ୍ରାମ ସାଥୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପିସି କାରବାର ହେଉଛି। ତେଣୁ ନିମ୍ନମାନର କାମ ହେବା ସ୍ବାଭାବିକ ବୋଲି ସେ ଅବାନ୍ତର ଯୁକ୍ତି ବାଢ଼ିଥିଲେ। ଜିଆର୍‌ଏସ୍‌ ମମତା ସାହୁ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ହେଲେ ଗଁା ସାଥୀଙ୍କ ପ୍ରରୋଚନାରେ ଏପରି କାମ ହେଉଥିବା ସେ କହିଛନ୍ତି। ଏଥିସହ ମଷ୍ଟର ରୋଲ୍‌ରେ ଦର୍ଶାଯାଇଥିବା ଅତିରିକ୍ତ ଶ୍ରମିକଙ୍କ ନାମ କାଟିଦିଆଯିବ ବୋଲି ଜିଆର୍‌ଏସ୍‌ କହିଥିଲେ। ଯନ୍ତ୍ରୀ ଇତିଶ୍ରୀ ଦେବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅନିୟମିତତା ଅଭିଯୋଗ ଆସିବା ପରେ ଗଁା ସାଥୀଙ୍କୁ ତାଗିଦ୍‌ କରାଯାଇଛି। କାମର ମାନ ଠିକ୍‌ ନ ରହିଲେ ବିଲ୍‌ କରାଯିବ ନାହିଁ। ତେବେ ଗଁା ସାଥୀ ଆଣିଥିବା ପିସି କାରବାର ଅଭିଯୋଗ ଭିତ୍ତିହୀନ ବୋଲି ଯନ୍ତ୍ରୀ କହିଛନ୍ତି। ଏବିଡିଓ ଅଶୋକ ମିଶ୍ର କୁହନ୍ତି, ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ତଥାପି ଯଦି ଏଭଳି ଅନିୟମିତତା ହୋଇଥାଏ, ତେବେ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri