Posted inରାଜ୍ୟ

ମନ୍ତ୍ରୀପଦ ପାଇଁ ଯୋଗ୍ୟତା ମାପକାଠି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ରୂପରେଖକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ କାହାକୁ ସାମିଲ କରାଯିବ ସେହି ଆଡ଼କୁ ଦେଶବାସୀଙ୍କ ଧ୍ୟାନ ଆକର୍ଷିତ ହୋଇଛି। ଆସନ୍ତା ସପ୍ତାହରେ ଶପଥ ନେବାକୁ ଥିବା ମୋଦିଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ଓ କେଉଁ ପୁରୁଣାମୁହଁ ବାଦ୍‌ ପଡ଼ିପାରନ୍ତି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଭାଜପାର ପ୍ରଦର୍ଶନ ଭଲ ହୋଇଥିବାରୁ ଦୁଇ ରାଜ୍ୟକୁ କ୍ୟାବିନେଟରେ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଉପଯୁକ୍ତ ଏମ୍‌ପିଙ୍କୁ ଯୋଗ୍ୟତା ଅନୁସାରେ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯିବ। ତେଣୁ ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ ନ କରିବାକୁ ଶନିବାର ମୋଦି ନବ ନିର୍ବାଚିତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶା କଥାକୁ ବିଚାର କଲେ କେନ୍ଦ୍ରମନ୍ତ୍ରୀ ରହିଥିବା ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନୂଆ ତାଲିକା ବିଚାର ସମୟରେ ସର୍ବାଗ୍ରେ ରହିପାରେ। ଜୁଏଲ ପୂର୍ବରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍‌ରେ କାର୍ଯ୍ୟ କରିସାରିଛନ୍ତି। ଚଳିତ ଥର ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ଦେଶର ପୂର୍ବାଞ୍ଚଳରୁ ଜୁଏଲ ଦଳର ପ୍ରମୁଖ ଆଦିବାସୀ ନେତା । ତେଣୁ ପୁନର୍ବାର ସେ ମନ୍ତ୍ରୀ ହେବା ସମ୍ଭାବନା ରହିଥିବା କୁହାଯାଉଛି। ୨୦୧୪ରେ ଜୁଏଲ ରାଜ୍ୟରୁ ଏକମାତ୍ର ଭାଜପା ଏମ୍‌ପି ଭାବେ ବିଜୟୀ ହେବା ସହ ଆଦିବାସୀ କଲ୍ୟାଣ ବ୍ୟାପାର କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ହେଲେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟ

ଭାଜପା ସଙ୍ଗଠନର ପ୍ରମୁଖ ଚେହେରାଭାବେ ଉଭା ହୋଇଥିଲେ। ପ୍ରତିଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବହୁ କଂଗ୍ରେସ,ବିଜେଡି ନେତାଙ୍କୁ ଭାଜପାରେ ସାମିଲ କରାଇପାରିଥିଲେ। ପଞ୍ଚାୟତ ନିର୍ବାଚନରେ ଦଳକୁ ଆଶାତୀତ ସଫଳତା ମିଳିବାର ଶ୍ରେୟ ମଧ୍ୟ ଅନେକାଂଶରେ ଧର୍ମେନ୍ଦ୍ରଙ୍କୁ ଯାଇଥାଏ। ଭାଜପାର ସବୁ ପ୍ରମୁଖ ନେତା ନିର୍ବାଚନ ଲଢୁଥିଲେ। ହେଲେ ଧର୍ମେନ୍ଦ୍ର ସାରା ରାଜ୍ୟର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। କେନ୍ଦ୍ର ସରକାରଙ୍କ ପ୍ରମୁଖ ସଫଳତା ମଧ୍ୟରେ ଉଜ୍ଜ୍ୱଳା ଯୋଜନା ଅନ୍ୟତମ। ଧର୍ମେନ୍ଦ୍ରଙ୍କ ହାତରେ ରହିଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟକୁ ଏହାର ଶ୍ରେୟ ଯାଇଥାଏ। ବିଭିନ୍ନ ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀ ଏବଂ ପୀୟୂଷ ଗୋଏଲଙ୍କ ଭଳି ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ନିକଟତମ ରାଜନେତାଙ୍କ ମଧ୍ୟରୁ ଜଣେ। ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଧର୍ମେନ୍ଦ୍ର ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ତେଣୁ ଧର୍ମେନ୍ଦ୍ର ଲଗାତର ଦ୍ୱିତୀୟଥର କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ହେବା ସମ୍ଭାବନା ଅଧିକ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।
ଜୁଏଲ ଓ ଧର୍ମେନ୍ଦ୍ରଙ୍କୁ ବାଦ୍‌ ଦେଇ ରାଜ୍ୟରୁ ଜଣେ କିମ୍ବା ଦୁଇଜଣ ରାଷ୍ଟ୍ରମନ୍ତ୍ରୀ ଅଥବା ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ୱ) ପାଇପାରନ୍ତି। ଚଳିତ ନିର୍ବାଚନରେ ସୁନ୍ଦରଗଡରୁ ଜୁଏଲ ଓରାମ, ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, ବଲାଙ୍ଗୀରରୁ ସଙ୍ଗୀତା ସିଂ ଦେଓ , ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ଏବଂ କଳାହାଣ୍ଡିରୁ ବସନ୍ତ ପଣ୍ଡା ବିଜୟୀ ହୋଇଛନ୍ତି। ସୂତ୍ରରେ ମିଳୁଥିବା ଖବର ଅନୁଯାୟୀ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଯଦି ସଙ୍ଗଠନରେ ରଖିବାକୁ କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ ତେବେ ତାଙ୍କୁ ମନ୍ତ୍ରୀ ପଦ ନ ମିଳିପାରେ। ସେହିଭଳି ସୁରେଶ ପଶ୍ଚିମବଙ୍ଗର ସହପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେଠାରେ ଭାଜପା ଉତ୍ତମ ପ୍ରଦର୍ଶନ କରିଛି। ୨୦୨୧ରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସୁରେଶଙ୍କୁ ସାଙ୍ଗଠନିକ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ ନ ପାରେ। ସେହିଭଳି ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା, ବଲାଙ୍ଗୀରରୁ ଏକାଧିକ ଥର ଜିତିଥିବା ସଙ୍ଗୀତା ଏବଂ ବାଲେଶ୍ୱରରୁ ନିର୍ବାଚିତ ପ୍ରତାପ ଷ଼ଡଙ୍ଗୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଅନ୍ୟ କେତେକ ରାଜନୈତିକ ବିଶ୍ଳେଷକଙ୍କ କହିବାନୁଯାୟୀ, ଚଳିତଥର କେନ୍ଦ୍ରରେ ଏନ୍‌ଡିଏର ଆସନ ବୃଦ୍ଧି ପାଇଛି। ଏନ୍‌ଡିଏ ସହଯୋଗୀ ଦଳଗୁଡିକ ମଧ୍ୟ ପୂର୍ବାପେକ୍ଷା ଅଧିକ ଆସନ ପାଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପରିପକ୍ୱତା ଦେଖାଇ ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦେଇପାରନ୍ତି। ସେହିପରି ଭାଜପାର ନବନିର୍ବାଚିତ ଏମ୍‌ପିଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିପାରନ୍ତି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri