Posted inଖେଳ

ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ

ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍‌ ୧୧ ଅଗଷ୍ଟ ୧୯୫୪ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୩୭ଟି ଟେଷ୍ଟ ଏବଂ ୪୨ ଟି ଦିକିକିଆ ଖେଳିଥିଲେ। ସେ ୧୯୮୩ ବିଶ୍ୱକପର ହିରୋ ଥିଲେ କିନ୍ତୁ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ‘୦’ ପାଇଁ ତାଙ୍କୁ ଆଉଟ୍‌ କରାଯାଇଥିଲା। ସେ ନଭେମ୍ବର ୧୯୮୩ ରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଗତ ମାସରେ ଦିଲ୍ଲୀରେ ହୃଦଘାତ ହେତୁ ଯଶପାଲଙ୍କର ମୃତୁ୍ୟୁ ହୋଇଥିଲା।
ଯଶପାଲ ୧୯୮୩ ବିଶ୍ୱ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଭାରତ ପାଇଁ ୩୭ ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୧୬୦୬ ରନ ସ୍କୋର କରିଥିଲେ। ତାଙ୍କର ସର୍ବୋତ୍ତମ ସ୍କୋର ୧୪୦ ଥିଲା। ସେ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୨ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଟେଷ୍ଟ ହାରାହାରି ଥିଲା ୩୩.୪୫। ଦିନିକିଆ କ୍ରିକେଟରେ ସେ ୪ଟି ଅର୍ଦ୍ଧଶତକ ସମେତ ହାରାହାରି ୨୮.୪୮ରେ ୪୨ ମ୍ୟାଚରେ ୮୮୩ ରନ ସ୍କୋର କରିଥିଲେ। ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ଚୟନକର୍ତ୍ତା ମଧ୍ୟ ଥିଲେ।
ଚୟନକର୍ତ୍ତା ଥିବାବେଳେ ଦଳର ତତ୍କାଳୀନ କୋଚ ଗ୍ରେଗ ଚାପେଲଙ୍କ ବିରୋଧରେ ମଧ୍ୟ ସେ ସ୍ବର ଉତ୍ତୋଳନ କରିଥିଲେ। ସେ ଉତ୍ତରପ୍ରଦେଶ ଦଳର କୋଚ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସର୍ବଦା ୧୯୮୩ ବିଶ୍ୱକପର ହିରୋ ଭାବରେ ପରିଚିତ ହେବେ। ଡିସେମ୍ବର ୨୦୦୫ ପର୍ଯ୍ୟନ୍ତ ସେ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ। ପରେ ତାଙ୍କୁ ୨୦୦୮ ରେ ପୁନର୍ବାର ଏହି ଦାୟିତ୍ୱ ଦିଆଗଲା। ଯଶପାଲ ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଦିଲୀପ ତାଙ୍କ କ୍ୟାରିୟର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୯୮୩ ବିଶ୍ୱକପରେ ଯଶପାଲ ୮୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ ପରେ ହିଁ ଲୋକମାନେ ଭାବିଥିଲେ ଯେ ଭାରତ ବିଶ୍ୱକପ ଜିତିପାରିବ, ଯାହା ମଧ୍ୟ ସତ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri