ମନ ମୋହୁଛନ୍ତି ନିଗମ

ଯାତ୍ରା ନାଟକର ବଳିଷ୍ଠ ଅଙ୍ଗ ହେଉଛି ଗୀତ। ବିନା ଗୀତରେ ନାଟକ ପ୍ରାୟତଃ ରସାଳ ଲାଗେନାହିଁ। ପୁଣି ଥିମ୍‌କୁ ସୁଟ୍‌ କରିବା ଭଳି ଲାଇନ୍‌ ନ ମିଳିଲେ ଦର୍ଶକଙ୍କୁ ବାନ୍ଧି ରଖିବା ସହଜ ନୁହେଁ। ସେଥିଲାଗି ଯାତ୍ରାଋତୁ ଆରମ୍ଭର ବହୁ ପୂର୍ବରୁ ଗୀତ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଓଡ଼ିଆ ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ନିଗମ ମିଶ୍ରଙ୍କୁ ଆଗ ଖୋଜାଯାଏ। ତାଙ୍କ ଗୀତରେ ଥାଏ ଏକ ମହକ। ତାଙ୍କ ଶବ୍ଦର ଚମକ ମତୁଆଲା କରିଦିଏ ଶ୍ରୋତାମାନଙ୍କୁ। ସେଥିଲାଗି, ନିଗମ ମିଶ୍ର ସବୁ ଯାତ୍ରା ସଙ୍ଗୀତ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ। ଏ ବାବଦରେ ନିଗମ କହନ୍ତି, ‘ଦୀର୍ଘବର୍ଷ ଧରି ମୁଁ ଗୀତ ଲେଖି ଆସୁଛି। ଈଶ୍ୱରଙ୍କ କୃପା ନ ଥିଲେ ମୁଁ ବର୍ଷ ବର୍ଷ ଧରି ଗୀତ ଲେଖିପାରନ୍ତି ନାହିଁ। ଯାତ୍ରା ଗୀତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସିକ୍ୱେନ୍ସକୁ ନେଇ ଗୀତ ରଚନା କରିବା। ସେଥିପାଇଁ ସବୁବେଳେ ନୂଆ ନୂଆ ଲାଇନ୍‌ ଚିନ୍ତା କରିବାକୁ ପଡ଼େ। କଷ୍ଟ ତ ହୁଏ। ମାତ୍ର ଉପରବାଲାର ଦୟାରୁ ଭଲ ଭଲ ଲାଇନ୍‌ ସବୁ ମିଳିଯାଏ। ’
ଚଳିତବର୍ଷ ନିଗମଙ୍କ ହାତରେ ରହିଛି ୧୯ଟି ଯାତ୍ରା। ସେଥିମଧ୍ୟରେ ରହିଛି ‘ବୋଉଲୋ ମୁଁ ବୋହୂ ହେବିନି’, ‘ବାହାଘର ନୁହେଁ ବାହାବଜାର’ ‘ସବୁ ଅଧା ଅଧା ନଁ।ଟି ରାଧା’, ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ଅସତୀ ତୁଳସୀ ସତୀ ଚଉରା’, ‘ସାବତ ସ୍ବାମୀ’, ‘ବାପା ବୋଉ ତମେ ଭୁଲ କଲ’, ‘ବାଦ୍‌ଶାହ, ‘ଆପଣମାନେ ଖୁସି ତ’, ‘କାଳିଦାସଙ୍କର ନୂଆ କାହାଣୀ’, ‘କଂସ’, ‘ତମ କଥା ଭାରି ମନେପଡ଼େ’, ‘ତମ ସିନ୍ଦୂର କୋଉ ସ୍ବାମୀର’, ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’, ‘ମାୟାବିନୀ ମୌସୁମୀ’, ‘ସବୁଠି ବୁଲୁଛି ଶାଗୁଣା ଆଖି’, ‘କଥା ଦିଅ ମତେ କରିବନି ପର, ନିଜେ ନିଜର ରାମାୟଣ । ଅନୁଷ୍ଠାନ ମଧ୍ୟରେ ରହିଛି ଶିବାନୀ, ସ୍ବର୍ଣ୍ଣମହଲ, ଧଉଳି ଗଣନାଟ୍ୟ, କୋଣାର୍କ, ବିଶ୍ୱ ଦରବାର, ବାଘାଯତୀନ ଲୋକନାଟ୍ୟ, ସୂର୍ଯ୍ୟ ମନ୍ଦିର। ୧୯ଟି ନାଟକରେ ରହିଛି ପ୍ରାୟ ୭୬ରୁ ଅଧିକ ଗୀତ। ନାଟକରେ ଥିମ୍‌ ସଙ୍ଗ ରଚନା କରିବା ବେଳେ କିଭଳି ନିଜକୁ ପ୍ରସ୍ତୁତ କରନ୍ତି ବୋଲି ପ୍ରଶ୍ନରେ ନିଗମ କହନ୍ତି : ଭଲ ଭାବରେ ନାଟକଟିକୁ ଶୁଣିବାକୁ ହୁଏ। ନାଟ୍ୟକାର କିଭଳି ଚରିତ୍ର ସୃଷ୍ଟି କରିଛନ୍ତି। ତାହାର ପୂର୍ବ ସ୍ଥିତି କ’ଣ ଥିଲା? ବର୍ତ୍ତମାନ ସ୍ଥିତି କ’ଣ ଅଛି? ଆଉ ଭବିଷ୍ୟତରେ ସେ କିଭଳି ଅବସ୍ଥା ଦେଇ ଗତି କରିବ ତାହାକୁ ବୁଝିବାକୁ ହୁଏ। ଦ୍ୱିତୀୟ କଥା ଚରିତ୍ରଟିର ଶିକ୍ଷା କ’ଣ, ତା’ର ପାରିବାରିକ ସଂସ୍କାର କିଭଳି ତାହାକୁ ମଧ୍ୟ ନଜରରେ ରଖିବାକୁ ପଡ଼େ। କେଉଁ କେଉଁ ଚରିତ୍ରକୁ ନେଇ ଥିମ୍‌ ସଙ୍ଗ୍‌ଟି ପ୍ରବାହିତ ହେବ ତାହାର ଠାବ କରିବା ଅତିଜରୁରୀ। ସର୍ବଶେଷରେ ନାଟ୍ୟକାର ଯେଭଳି ଭାବରେ ସଂଳାପ ରଚନା କରିଛନ୍ତି ତାହାକୁ ସମାନ୍ତରାଳ କରିବା ଭଳି ଶବ୍ଦ ସଂଯୋଜନା କରିବାକୁ ହୋଇଥାଏ। ଏତେସବୁ ବୁଝିବା ପରେ ହିଁ ଯାଇ ଗୋଟିଏ ଥିମ୍‌ ସଙ୍ଗ୍‌ ପ୍ରସ୍ତୁତ ହୋଇଥାଏ। ସେହିଭଳି ରୋମାଣ୍ଟିକ୍‌ ଗୀତଟିକୁ ମଧ୍ୟ ନାଟକରେ ଥିବା ଚରିତ୍ରର ଅନ୍ଦାଜକୁ ଲେଖିବା ପାଇଁ ହୋଇଥାଏ। ସେ ଯା’ ବି ହେଉ ଏକାଧିକ ଦଶନ୍ଧି ଧରି ଗୀତ ରଚନା କରୁଥିବା ନିଗମଙ୍କ ନିକଟରେ ଏବେ ମଧ୍ୟ ଗୀତର ଖଣି ସାଇତା ହୋଇରହିଛି। ଲାଇନ୍‌ କମ୍‌ ହୋଇନାହିଁ। ସେଇଥିପାଇଁ ତ ଯାତ୍ରାର ସବୁଠୁ ବ୍ୟସ୍ତବହୁଳ ଗୀତିକାର ଭାବରେ ନିଗମ୍‌ଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି। ଚଳିତବର୍ଷ ବିକାଶ ଶୁକ୍ଳା, ମିହିର ମହାନ୍ତି, ଏକନ୍‌ ତଥା ତାପସ ଦାସ (ଟିଟନ୍‌)ଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରି ବେଶ୍‌ ଆତ୍ମସନ୍ତୋଷ ଲାଭ କରିଛନ୍ତି ବୋଲି କହନ୍ତି ଏହି ଗୀତିକାର।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri