ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ନିମ୍ନମାନର ପୋଷାକ, ଜୋତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମବାସୀମାନେ ସୋମବାର ଏକତ୍ରିିତ ହୋଇ ତଦନ୍ତକାରୀ ଅଫିସରଙ୍କ ନିକଟରେ ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବା ପର୍ଯ୍ୟନ୍ତ ତଦନ୍ତକାରୀ ଅଫିସରଙ୍କୁ ଛଡାଯିବ ନାହିଁ ବୋଲି ଲୋକେ ଅଡି ବସିଥିଲେ। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ସାବିନୀ ସିଂଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ା ସେହି ସ୍ଥାନରେ ମଧୁଛନ୍ଦା ପାଣିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବା ଏବିଇଓ ପଦ୍ମଲୋଚନ ଦାସ ପ୍ରକାଶ କରିଛନ୍ତି ା
ଶୁକ୍ରବାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେବା ପରେ ସୟାବଡି ତରକାରୀରେ ପୋକ ଦେଖି ଉପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅଳ୍ପ କେତେକ ଭୋଜନ ନ କରି ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶନିବାର ଅଭିଭାବକମାନେ ସ୍କୁଲରେ ପହଞ୍ଚି ତରକାରୀ ଦେଖିଥିଲେ ା ଏଥିରେ ପୋକ ମରି ଭାସୁଥିବା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଅଭିଭାବକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଅଭିଭାବକ ଓ ଗ୍ରାମବାସୀ ସମସ୍ୟା ସମ୍ପର୍କରେ ସିଆରସିସି ଓ ଏବିଇଓଙ୍କୁ ଜଣାଇଥିଲେ ା ସୋମବାର ଏବିଇଓ ଶ୍ରୀ ଦାସ, ଏବିଇଓ ସୋମନାଥ ଦାସ ଓ ସିଆରସିସି କୋମଳ ଲୋଚନ ସେଠୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଶତାଧିକ ଗ୍ରାମବାସୀ ଓ ଅଭିଭାବକ ସେଠାରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍କୁଲକୁ ଆସିଥିବା ପୋଷାକ ଓ ଜୋତା ଅତି ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ନିମ୍ନମାନର ପୋଷାକ ଓ ଜୋତାକୁ ଦେଖାଇ ବିକ୍ଷୋଭ କରିବା ସହ ସେଗୁଡିକୁ ଉତ୍ତ୍ୟକ୍ତ ଅଭିଭାବକମାନେ ବାହାରକୁ ଫିଙ୍ଗି ଦେଇଥିଲେ। ଏ ସମସ୍ତ ଅନିୟମିତତା ଓ ଦାୟିତ୍ୱହୀନତାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ଗ୍ରାମବାସୀ ଅଡ଼ି ବସିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ତଦନ୍ତରେ ଆସିଥିବା ଅଧିକାରୀଙ୍କୁ ଛଡାଯିବ ନାହିଁ ବୋଲି ଗ୍ରାମର ବିନୋଦ ବେହେରା, ଜଗବିହାରୀ ସେଠୀ, ମନୋହର ସେଠୀ, ଶ୍ରୀନାଥ ସାହୁ, ବୀର ସାହୁ, ହରିହର ବେହେରା, ନାରାୟଣ ପୃଷ୍ଟି, ଶ୍ରୀକାନ୍ତ ବେହେରା ପ୍ରମୁଖ ଜିଦରେ ଅଟଳ ରହିଥିଲେ ା ଉପାୟ ନପାଇ ବଡ଼ସାହି ବିଇଓ ଦେବବ୍ରତ ବାରିକ ଚିଠି ନଂ. ୧୧୭୧/୧୬ା୯ା୨୦୧୯ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜନ କଲ୍ୟାଣ ନୋଡାଲ ୟୁପି ସ୍କୁଲକୁ ବଦଳି କରିଛନ୍ତି ା ତାଙ୍କ ସ୍ଥାନରେ ସୋରିଷକୋଠା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ପାଣିଙ୍କୁ ଚିଠି ନଂ. ୧୧୭୫/୧୬ା୯ା୨୦୧୯ରେ ଉଠାଣୀନୂଆଗାଁ ସ୍କୁଲରେ ଅବସ୍ଥାପିତ କରାଯାଇଛି ା ଦୀର୍ଘ ଦିନ ଧରି ସ୍କୁଲ ପରିଚାଳନା କମିଟି ଗଠନ ହୋଇ ନ ଥିବା ବେଳେ ଏହାକୁ ବୁଧବାର ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri