ଶିକ୍ଷକଙ୍କ ବଦଳି ଓ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ

ଖୁଣ୍ଟା,୧୭ା୯(ଡି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଶିକ୍ଷା ବିଭାଗରେ କିଛି ଦିନ ହେଲା ଶିକ୍ଷକ ବଦଳି ଓ ନିଯୁକ୍ତିକୁ ନେଇ ଅଧିକାରୀମାନଙ୍କୁ ବେଶ ନାକେଦମ୍‌ ହେବାକୁ ପଡ଼ିଛି। ଜଣେ ଶିକ୍ଷକଙ୍କ ବଦଳି ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିଦ୍ୟାଳୟକୁ ୫ ଦିନ ଧରି ବନ୍ଦ କରାଯାଇଥିବା ବେଳେ ବଦଳି ହୋଇଥିବା ସମ୍ପୃକ୍ତ ଶିକ୍ଷକ ଯୋଗ ନ ଦେବାକୁ ନେଇ ଅନ୍ୟ ଏକ ବିଦ୍ୟାଳୟରେ ସୋମବାର ତାଲା ପଡିଥିଲା। ତେବେ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ନାମା ଦେଖିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ତାଲା ପଡିଥିବା ବିଦ୍ୟାଳୟ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଖୋଲିଥିବା ବେଳେ ୫ ଦିନ ଧରି ବନ୍ଦ ରହିଥିବା ଅନ୍ୟ ବିଦ୍ୟାଳୟର ତାଲା ମଧ୍ୟ ଖୋଲା ଯାଇଥିଲା। ସୂଚନା ଅନୁଯାୟୀ, ଚୁନଡିହା ପ୍ରାଥମିକ ବିଦ୍ୟାଳୟରେ ୧ରୁ ୫ମ ପର୍ଯ୍ୟନ୍ତ ମୋଟ ୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ଶିକ୍ଷା ବର୍ଷ ଆରମ୍ଭରୁ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ଠିକ୍‌ଭାବେ ପାଠ ପଢା ହୋଇପାରୁ ନ ଥିବା ଦୃଷ୍ଟିରୁ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷା ବର୍ଷ ଆରମ୍ଭରୁ ବ୍ଲକ ଶିକ୍ଷଧିକାରୀଙ୍କଠାରେ ଦାବି ହୋଇ ଆସୁଥିଲା। ତେବେ ୫ ଦିନ ପୂର୍ବରୁ ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କୁ ଚୁନଡିହା ବିଦ୍ୟାଳୟକୁ ବଦଳି କରାଯାଇଥିଲା। ଏହି ଖବର ପାଇବା ପରେ ଚୁନଡିହା ଗ୍ରାମବାସୀମାନେ ଆସ୍ବସ୍ତ ହୋଇଥିଲେ। ମାତ୍ର ଶିକ୍ଷକ ମହାନ୍ତଙ୍କ ବଦଳି ଘଟଣାକୁ ନେଇ ସୋନପୋଖରୀ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଥିବାବେଳେ ଗ୍ରାମବାସୀମାନେ ଜନୈକ ଶିକ୍ଷକଙ୍କ ଅନିୟମିତତା କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବଦଳି କରିବା ପାଇଁ ବ୍ଲକ ଶିକ୍ଷଅଧିକାରୀଙ୍କୁ ଲିଖିତ ଭାବେ ଦାବି କରିଥିଲେ। ତେବେ ଏକ ମାସ ପରେ ଶିକ୍ଷକ ମହାନ୍ତଙ୍କୁ ବଦଳି କରାଯାଇଥିବା ଜାଣିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଗତ ୧୦ ତାରିଖରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ବୃନ୍ଦାବନ ମାର୍ଣ୍ଡି ସୋନପୋଖରୀ ବିଦ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଯାଇ ବଦଳି ହୋଇଥିତ୍ବା ଶିକ୍ଷକ ମହାନ୍ତଙ୍କ ବଦଳି ଆଦେଶକୁ ରଦ୍ଦ କରାଯିବ ବୋଲି ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାରୁ ସେତେବେଳେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିଲା। ମାତ୍ର ଗ୍ରାମବାସୀଙ୍କ ପକ୍ଷରୁ ଯେଉଁ ଶିକ୍ଷକଙ୍କ ବଦଳି ଦାବି କରାଯାଇଥିଲା ତାଙ୍କର ବଦଳି ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେବା ସହିତ ସେହିଦିନ ଠାରୁ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମର ଅନ୍ୟ ଏକ ସ୍ଥାନରେ ବସାଇ ପାଠ ପଢାଉଥିଲେ। ଅନ୍ୟପକ୍ଷରେ ଶିକ୍ଷକ ମହାନ୍ତଙ୍କ ବଦଳି ଆଦେଶ ରଦ୍ଦ ହୋଇଥିବା ଘଟଣା ଜାଣିବା ପରେ ଚୁନଡିହା ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସୋମବାର ବିଦ୍ୟାଳୟ ଆରମ୍ଭ ସମୟରେ ଗ୍ରାମବାସୀମାନେ ଚୁନଡିହା ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଅନ୍ୟ ଜଣେ ଶିକ୍ଷକ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଖବରପାଇ ସିଆରସିସି ଜୟନ୍ତ କୁମାର ଦାସ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ମହାନ୍ତଙ୍କ ବଦଳି ବଳବତ୍ତର ରହିଥିବା ସହିତ ଉକ୍ତ ବିଦ୍ୟାଳୟରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ ଆଦେଶ ନାମା ଦେଖାଇବା ପରେ ଗ୍ରାମବାସୀମାନେ ପ୍ରାୟ ୧୧ଟା ୩୦ ସମୟରେ ତାଲା ଖୋଲିଥିଲେ। ସେହିପରି ସୋନପୋଖରୀ ଗ୍ରାମବାସୀମାନେ ବଦଳି ଦାବି କରିଥିବା ଶିକ୍ଷକଙ୍କୁ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ଆଦେଶ ନାମା ଦେଖିବା ପରେ ସୋନ ପୋଖରୀ ବିଦ୍ୟାଳୟରୁ ତାଲା ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri