ମଣ୍ଡିରୁ ଉଠିପାରୁନି ଧାନ

ନୂଆପଡ଼ା ଅଫିସ,୨୨୫-କରୋନା କଟକଣା ସମୟରେ ଚାଷୀଙ୍କଠାରୁ ଠିକ୍‌ ସମୟରେ ଧାନ ସଂଗ୍ରହ କରିବା ଓ ତାଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ସରକାର ଗୁରୁତ୍ୱାରୋପ କରିଛନ୍ତି ା ହେଲେ ଅନ୍ୟ ଜିଲାର ମିଲର୍ସଙ୍କୁ ନେଇ ନୂଆପଡ଼ା ଜିଲାରେ ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ା ଏଥିଯୋଗୁ ଧାନ କିଣା ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି ା ମଣ୍ଡିକୁ ଯିବାକୁ ମିଲର୍ସମାନେ ଅମଙ୍ଗ ହେଉଥିବାରୁ ଚାଷୀମାନେ ଆଣିଥିବା ଧାନ ପଡି ରହିଛି ା
ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ଏଥର ମୋଟ ୪ଲକ୍ଷ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ା ଏଥିପାଇଁ ମୋଟ ୪୩ଟି ମଣ୍ଡିର ବ୍ୟବସ୍ଥା କରାଯାଇଛି ା ହେଲେ ପ୍ରଥମଥର ପାଇଁ ଜିଲା ବାହାରୁ ଅର୍ଥାତ୍‌ ବରଗଡ଼ରୁ ମିଲର୍ସମାନଙ୍କୁ ଧାନକିଣାରେ ସାମିଲ କରାଯାଇଛି। ଏହାକୁ ନେଇ ଜିଲାର ମିଲର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ଜିଲା ମିଲର୍ସ ସଂଘ ସଭାପତି ସୁନୀଲ କୁମାର ସୋନିଙ୍କ କହିବାନୁଯାୟୀ ଜିଲାରେ ଖରିଫରେ ୧୦ରୁ ୧୨ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବାର ଦକ୍ଷତା ରଖିଛୁ ା ହେଲେ ଏଥର ମାତ୍ର ୪ ଲକ୍ଷ କୁଇଣ୍ଟାଲ ଧାନ ପାଇଁ ଜିଲା ବାହାରୁ ମିଲର୍ସଙ୍କୁ କେଉଁ ସ୍ବାର୍ଥରେ ଅଣାଯାଉଛି ବୁଝାପଡୁନାହିଁ ା ଯଦି ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଆଗାମୀ ଦିନରେ ଆମେ ଜିଲା ପ୍ରଶାସନକୁ ସହଯୋଗ କରିବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ା ଅନ୍ୟପକ୍ଷେ ବରଗଡ଼ରୁ ଆସିଥିବା ମିଲର୍ସମାନେ ୩ରୁ ୪ଦିନ କାର୍ଯ୍ୟାଳୟ ଚାରିପଟେ ପଇଁତରା ମାରୁଥିଲେ ମଧ୍ୟ ମିଲର୍ସଙ୍କ ବିରୋଧ ଯୋଗୁ ଏଗ୍ରିମେଣ୍ଟ କରିପାରୁ ନ ଥିବା କହିଛନ୍ତି ା ଏଭଳି ସ୍ଥିତିରେ ମଣ୍ଡିକୁ ମିଲର୍ସମାନେ ମଧ୍ୟ ଠିକ୍‌ ସମୟରେ ଆସୁ ନ ଥିବାରୁ ଧାନ ଉଠିପାରୁ ନ ଥିବା ଚାଷୀମାନେ କହିଛନ୍ତି ା ଏହାକୁ ନେଇ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଖଣ୍ଡୁରାମ ନାଏକଙ୍କୁ ପଚାରିବାରୁ କରୋନା କଟକଣା ଯୋଗୁ ଶୀଘ୍ର ଚାଷୀଙ୍କ ଧାନ ଉଠାଣ ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ା ଏହାକୁ ମିଲର୍ସମାନେ ସହଯୋଗ କରିବା କଥା ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୭।୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭।୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଣଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri