ମଞ୍ଚରେ ପ୍ରତିଭା ଦେଖାଇଲେ ଦିବ୍ୟାଙ୍ଗ

ପୁରୀ ଅଫିସ,୩ା୧୨: ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି। ସେମାନେ ଅନ୍ୟମାନଙ୍କ ଭଳି ସକ୍ଷମ ତାହା ପ୍ରମାଣିତ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ବି ସହଭାଗିତା ରଖିପାରୁଛନ୍ତି। ତେଣୁ ଦିବ୍ୟାଙ୍ଗ ଶିଶୁଙ୍କୁ କୌଣସି ଭିନ୍ନ ନଜରରେ ଦେଖିବା ଠିକ୍‌ ନୁହେଁ। ସେମାନଙ୍କର ମଧ୍ୟ ସମାଜରେ ସ୍ବତନ୍ତ୍ର ସ୍ଥାନ ରହିଛି। ସେମାନେ ବି ସ୍ନେହ ସହକାରେ ବଢିବେ, ବିକଶିତ ହୋଇ ଏ ପ୍ରଗତିଶୀଳ ବିଶ୍ୱର କର୍ଣ୍ଣଧାର ସାଜିବେ ଆଉ ସେବା କରିବେ। ସେଥିପାଇଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଜିଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବରେ ଅତିଥିମାନେ କହିଛନ୍ତି। ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ମଙ୍ଗଳବାର ଟାଉନ ହଲ୍‌ରେ ଏହି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲା ସମଗ୍ର ଶିକ୍ଷା ଏବଂ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି, ସେମାନେ ଆଜି ସବୁ କ୍ଷେତ୍ରରେ ସକ୍ଷମଙ୍କ ସହ ତାଳ ଦେଇ ଆଗକୁ ବଢୁଛନ୍ତି ବୋଲି କହିଥିଲେ। ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଗିରିଜାଶଙ୍କର ରଥ, ଡିଏସ୍‌ଡବ୍ଲ୍ୟୁଓ ପୁଷ୍ପାଞ୍ଜଳି ମହାପାତ୍ର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଶିକ୍ଷିକା ସ୍ନେହଲତା ମହାପାତ୍ର ଯୋଗଦେଇ ଥିଲେ। ଅଭିଭାବକମାନେ ଚାର୍ହିଲ ସେମାନଙ୍କ ପିଲା ଦିବ୍ୟାଙ୍ଗ ହେବାରୁ ରୋକିପାରିବେ। ଏଥିପାଇଁ ସଚେତନ ହେବାକୁ ପଡ଼ିିବ। ମା’ ପେଟରେ ଭ୍ରୂଣ ହେବା ପରଠାରୁ ପିଲା ୨ ବର୍ଷ ପର୍ଯ୍ୟନ୍ତ ଯଦି ଠିକ୍‌ ଭାବେ ଯତ୍ନ ନିଆଯାଏ ତେବେ ଦିବ୍ୟାଙ୍ଗ ହେବା ସମ୍ଭାବନାକୁ ୮୦ ପ୍ରତିଶତ ଏଡାଇ ଦେଇହେବ ବୋଲି ଅତିଥି କହିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନଙ୍କ ନୃତ୍ୟ, ଗୀତ ବେଶ୍‌ ଆକର୍ଷଣୀୟ ହୋଇଥିଲା। ନୃତ୍ୟରେ ସ୍ବଚ୍ଛ ଭାରତଠାରୁ ଆରମ୍ଭ କରି ଶିକ୍ଷା ବିକାଶର ବାର୍ତ୍ତା ଦିଆଯାଇଥିଲା। ମଞ୍ଚ ସଂଯୋଜନା କରିଥିଲେ ମହେନ୍ଦ୍ର କୁମାର ଦାଶ ଓ କଳ୍ପନା ମିଶ୍ର। ଏହି ଅବସରରେ ୨୫ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଉପକରଣ ବଣ୍ଟାଯାଇଥିଲା। ବରିଷ୍ଠ ଓ କନିଷ୍ଠ ବର୍ଗରେ ମୋଟ ୧୧୦ ଜଣ ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ମିଡ଼ିଆ ସଂଯୋଜକ କାର୍ତ୍ତିକେଶ୍ୱର ପ୍ରଧାନ, ବିତ୍ତ ଅଧିକାରୀ ବିଚିତ୍ରାନନ୍ଦ ଜେନା, ନାରାୟଣ ଚନ୍ଦ୍ର ମହାନ୍ତି, ବରଦା ପ୍ରସାଦ ରାଉତ, ରଶ୍ମିରଞ୍ଜନ ନାୟକ ଓ ଇତିଶ୍ରୀ ହୋତା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri