ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ ଆଶା ଓ କଳ୍ପନା ଥିଲା। ସେଠାରେ ଉନ୍ନତ ଜୀବ ରହିଥିବାର କଳ୍ପନା କରାଯାଇ ଅନେକ ଗଳ୍ପ ଓ ଉପନ୍ୟାସ ରଚିତ ହୋଇଛି। ଗତ ଶତାବ୍ଦୀର ଶେଷାର୍ଦ୍ଧରେ ବିଭିନ୍ନ ଗ୍ରହ ଉପଗ୍ରହ ନିକଟକୁ ମହାକାଶ ଯାନ ଓ ପ୍ରୋବ୍‌ ପଠାଯାଇ ତଥ୍ୟ ସଂଗ୍ରହ କରିବା ପରେ ବୈଜ୍ଞାନିକମାନେ ବର୍ତ୍ତମାନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ମଙ୍ଗଳରେ କୌଣସି ଜୀବ ନାହିଁ। କିନ୍ତୁ ମହାକାଶ ଯାନ ପଠାଇଥିବା ବିଭିନ୍ନ ତଥ୍ୟରୁ ଅନୁମାନ କରାଯାଉଛି ଯେ ପୂର୍ବରୁ ସେଠାରେ ତରଳ ଜଳ ଓ ଜୀବଜଗତ ଥିଲା, ମାତ୍ର କୌଣସି କାରଣରୁ ଜଳ ବାଷ୍ପୀଭୂତ ହୋଇଯାଇ ଜୀବଜଗତ ନିଶ୍ଚିହ୍ନ ହୋଇଯାଇଛି। ଏହା ସମ୍ବନ୍ଧରେ ଠିକ୍‌ ବିବରଣୀ ପାଇବା ପାଇଁ ଏବଂ ମଙ୍ଗଳଗ୍ରହର ମୃତ୍ତିକା ଓ ଜଳବାୟୁ ଅଧ୍ୟୟନ କରିବା ପାଇଁ କେତେଗୁଡିଏ ମହାକାଶ ଯାନ ଏହା କକ୍ଷରେ ପରିକ୍ରମଣ କରୁଛି ଏବଂ କେତୋଟି ରୋଭର ଯାନ ଏହା ପୃଷ୍ଠରେ ବିଚରଣ କରି ବିଭିନ୍ନ ପରୀକ୍ଷା କରୁଛି। ଭାରତର ଦୁଇଟି ଯାନ ମଙ୍ଗଳ କକ୍ଷକୁ ପଠାଯାଇଥିଲା ଏବଂ ଶେଷ ଯାନଟି ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛି।
ଏହି କ୍ରମରେ ମଙ୍ଗଳ ଅଭିଯାନରେ ପଠାଯାଇଥିବା ସଦ୍ୟତମ ମହାକାଶ ଯାନ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏହି ବର୍ଷ ଜୁଲାଇ ୩୦ତାରିଖରେ ଉତ୍‌କ୍ଷେପଣ କରିଛି। ଏଥିରେ ‘ପର୍ଜଭେରାନ୍‌ସ’ ନାମକ ରୋଭର ସହିତ ଗୋଟିଏ ହେଲିକପ୍ଟର ସାମିଲ ହୋଇଛି।
ପୃଥିବୀ ବାହାରେ କୌଣସି ଗ୍ରହ କିମ୍ବା ଉପଗ୍ରହରେ ହେଲିକପ୍ଟର ଉଡିବା ଏହା ପ୍ରଥମ ହେବ। ଏହାର ନାମ ହେଉଛି ‘ଇନ୍‌ଜେନୁଇଟି’। ଏହା ହେଉଛି ଗୋଟିଏ ଛୋଟ ହେଲିକପ୍ଟର ଏବଂ ପରୀକ୍ଷାମୂଳକ ଭାବେ ମଙ୍ଗଳରେ ଏହାର ଉଡାଣ ପାଇଁ ଏହାକୁ ପଠାଯାଇଛି। ଏହାର ଓଜନ ହେଉଛି ଚାରି ପାଉଣ୍ଡ। ଏହାର ଚାରିଟି ଗୋଡ ଅଛି ଏବଂ ପ୍ରତ୍ୟେକ ଗୋଡର ଦୈର୍ଘ୍ୟ ହେଉଛି ୧୫ଇଞ୍ଚ। କାର୍ବନ-ଫାଇବରରେ ନିର୍ମିତ ଏହାର ରୋଟୋର ବ୍ଲେଡର ଦୈର୍ଘ୍ୟ ହେଉଛି ଚାରିଫୁଟ ଏବଂ ଏହା ହେଉଛି ପର ଭଳି ହାଲୁକା। ଏଥିରେ ଯୋଗାଯୋଗ ଉପକରଣ, କ୍ୟାମେରା, ଗୋଟିଏ ସୌର ଫଳକ ଏବଂ ପୁନଃଚାର୍ଜକ୍ଷମ ଲିଥିୟମ-ଆୟନ ବ୍ୟାଟେରି ଅଛି। ରାତିରେ ମଙ୍ଗଳର ଅତି ଥଣ୍ଡାରୁ ଇଲେକଟ୍ରୋନିକ୍ସ ଯନ୍ତ୍ରପାତିଗୁଡିକୁ ଉଷୁମ ରଖିବା ପାଇଁ ଏଥିରେ ହିଟର ଅଛି। ଏହାର ନିର୍ମାଣ ପାଇଁ ୮୫ ନିୟୁତ ଡଲାର ଖର୍ଚ୍ଚ ହୋଇଛି।
ରୋଭର ଯାନ ୨୦୨୧ ମସିହା ଫେବୃୟାରୀ ମାସରେ ମଙ୍ଗଳର ଜେଜେରୋ ଗର୍ତ୍ତରେ ଅବତରଣ କରିବ। ଏହାପରେ ମଙ୍ଗଳର ପତଳା ବାୟୁମଣ୍ଡଳରେ ହେଲିକପ୍ଟର ତିରିଶ ଦିନରେ ପାଞ୍ଚଥର ଉଡାଣ କରିବ ଏବଂ ପ୍ରତ୍ୟେକ ଉଡାଣର ସମୟ ୯୦ ସେକେଣ୍ଡ ହେବ। ଏହା ଏଥିରେ ଥିବା ସୌର ଫଳକରୁ ଶକ୍ତି ନେଇ କାର୍ଯ୍ୟ କରିବ। ପ୍ରତ୍ୟେକ ଉଡାଣରେ ୩୫୦ ଓ୍ବାଟ ଶକ୍ତି ଆବଶ୍ୟକ ହେବ। ହେଲିକପ୍ଟରରେ ଥିବା ବ୍ୟାଟେରିକୁ ଦୁଇଟି ଉଡାଣ ମଧ୍ୟରେ ପୁନଃଚାର୍ଜ ହେବା ପାଇଁ ମଙ୍ଗଳରେ ଗୋଟିଏ ଦିନ ଦରକାର ହେବ।
ହେଲିକପ୍ଟରକୁ ଉପରକୁ ଉଠିବା ପାଇଁ ଏହାର ବ୍ଲେଡ ପ୍ରତି ମିନିଟ୍‌ରେ ୨୮୦୦ ଥର ଘୂରିବ। ପୃଥିବୀରେ ହେଲିକପ୍ଟରର ବ୍ଲେଡ୍‌ ଘୂର୍ଣ୍ଣନ ବେଗଠାରୁ ଏହା ହେଉଛି ଦଶ ଗୁଣ। ହେଲିକପ୍ଟର ମଙ୍ଗଳ ପୃଷ୍ଠରୁ ୧୬ଫୁଟ ଉପରକୁ ଉଠିବ, କିନ୍ତୁ ସେଠାରେ ଏହା ଯେପରି ପରିସ୍ଥିତିର ସମ୍ମୁଖୀନ ହେବ, ତାହା ପୃଥିବୀ ପୃଷ୍ଠରୁ ଏକ ଲକ୍ଷ ଫୁଟ ଉପରକୁ ହେଲିକପ୍ଟର ଉଠିବାର ପରିସ୍ଥିତି ସହ ସମାନ । ସୂଚନାଯୋଗ୍ୟ ଯେ ପୃଥିବୀରେ କୌଣସି ହେଲିକପ୍ଟର ପଚାଶ ହଜାର ଫୁଟ ଉପରକୁ ଯାଇନାହିଁ।
ଇନଜେନୁଇଟି ହେଉଛି ଗୋଟିଏ ପରୀକ୍ଷାମୂଳକ ଛୋଟ ହେଲିକପ୍ଟର। ଏହା ଯଦି ସଫଳ ହୁଏ, ତାହା ହେଲେ ପରବର୍ତ୍ତୀ ଅଭିଯାନରେ ଏହାଠାରୁ ବଡ ଓ ଶକ୍ତିଶାଳୀ ହେଲିକପ୍ଟର ପଠାଇବା ପାଇଁ ଚିନ୍ତା କରାଯାଉଛି। ମଙ୍ଗଳ ପୃଷ୍ଠର ଉଚ୍ଚ ପାହାଡର ପାର୍ଶ୍ୱ କିମ୍ବା ତୀଖା ଗର୍ତ୍ତର କାନ୍ଥ ଆଦି ଯେଉଁସବୁ ଜାଗାକୁ ରୋଭର ଯାଇପାରିବ ନାହିଁ, ସେହି ସ୍ଥାନକୁ ହେଲିକପ୍ଟର ସାହାଯ୍ୟରେ କ୍ୟାମେରା ଓ ବିଜ୍ଞାନ ଯନ୍ତ୍ରପାତି ପଠାଇ ପରୀକ୍ଷା କରିବା ହେଉଛି ହେଲିକପ୍ଟର ପଠାଇବାର ଉଦ୍ଦେଶ୍ୟ। କକ୍ଷ ପ୍ରଦକ୍ଷିଣକାରୀ ଯାନ ସାହାଯ୍ୟରେ ଏହିସବୁ ସ୍ଥାନର ସ୍ପଷ୍ଟ ଚିତ୍ର ମିଳୁନାହିଁ।
ଇନଜେନୁଇଟି ହେଲିକପ୍ଟରକୁ ‘ନାସା’ର ଜେଟ୍‌ ପ୍ରପଲସନ୍‌ ଲାବରେଟୋରି ନିର୍ମାଣ କରିଛି। ଏହି ସଂସ୍ଥା ୩୩ ପାଉଣ୍ଡ ଓଜନର ଅନ୍ୟ ଏକ ହେଲିକପ୍ଟରର ଡିଜାଇନ୍‌ କରିଛି, ଯାହା ୩.୩ ପାଉଣ୍ଡର ଯନ୍ତ୍ରପାତି ନେଇପାରିବ। ଭବିଷ୍ୟତରେ ମଙ୍ଗଳରେ ଏକା ସାଥିରେ ଅନେକଗୁଡିଏ ହେଲିକପ୍ଟର ଉଡାଇବା ପାଇଁ ‘ନାସା’ର ଯୋଜନା ଅଛି।
ନାସା ‘ଡ୍ରାଗନ ଫ୍ଳାଏ’ ନାମରେ ହେଲିକପ୍ଟର ଆଧାରିତ ଗୋଟିଏ ବଡ ଅଭିଯାନ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏହା ଶନିଗ୍ରହର ବୃହତ୍ତମ ଉପଗ୍ରହ ଟିଟାନ୍‌ର ରସାୟନ ଅଧ୍ୟୟନ କରିବ । ସୂଚନାଯୋଗ୍ୟ ଯେ ଟିଟାନ୍‌ର ମୋଟା ହାଇଡ୍ରୋକାର୍ବନ ବାୟୁମଣ୍ଡଳ ସହ ଏହା ପୃଷ୍ଠରେ ମିଥେନ୍‌ର ହ୍ରଦ ଓ ସମୁଦ୍ର ଏବଂ ଭୂମି ତଳେ ଜଳୀୟ ମହାସାଗର ଅଛି। ଏଥିପାଇଁ ସେଠାରେ ଜୀବଜଗତ ଗଢି ଉଠିଥିବାର ଅନୁମାନ କରାଯାଉଛି।
ପୂର୍ବରୁ ୧୯୮୫ ମସିହାରେ ସୋଭିଏଟ୍‌ ରୁଷର ‘ଭେଗା’ ଅଭିଯାନରେ ଶୁକ୍ର ଗ୍ରହରେ ଦୁଇଟି ବେଲୁନକୁ ଉଡାଇ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥିଲା। କିନ୍ତୁ ଅନ୍ୟ ଗ୍ରହରେ ଶକ୍ତିଚାଳିତ ଯାନ ଉଡିବାରେ ଇନ୍‌ଜେନୁଇଟି ପ୍ରଥମ ହେବ। ଏହାକୁ ଅନେକ ଏକବିଂଶ ଶତାବ୍ଦୀର ‘ରାଇଟ୍‌ ଭ୍ରାତୃଦ୍ୱୟ ମୁହୂର୍ତ୍ତ’ କହୁଛନ୍ତି ।

ଇଂ. ମାୟାଧର ସ୍ବାଇଁ

-୭୦, ଲକ୍ଷ୍ମୀବିହାର ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri