ମଙ୍ଗଳରେ ଜୀବନ

ନ୍ୟୁୟର୍କ, ୨୧।୧୧: ମଙ୍ଗଳରେ ଜୀବସତ୍ତା ସମ୍ଭବ କି ବୋଲି ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ ଜୀବନ ସମ୍ପର୍କିତ କେତେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାସ୍ଥିତ ଓହାୟୋ ୟୁନିଭର୍ସିଟିର ଜଣେ ଗବେଷକ। ଲାଲଗ୍ରହରେ କୀଟ ଭଳି କେତେକ ପ୍ରାଣୀ ରହିଥିବା ପ୍ରଫେସର ଏମେରିଟସ୍‌ ଓ୍ବିଲିୟମ୍‌ ରୋମୋସର ଗବେଷଣାରୁ ଜାଣିବାକୁ ପାଇଛନ୍ତି।
ରୋମୋସର ଏକାଧିକ ମଙ୍ଗଳ ଅଭିଯାନରୁ ସଂଗୃହୀତ ଫଟୋଗ୍ରାଫ୍‌କୁ ନେଇ ଗଭୀର ଅନୁଧ୍ୟାନ ଓ ଗବେଷଣା କରିଥିଲେ। ଏଥିରୁ ସେ ଜାଣିବାକୁ ପାଇଛନ୍ତି ଯେ, ମଙ୍ଗଳରେ ଅନେକ ପ୍ରଜାତିର କୀଟାକୃତିର ଜୀବ ରହିଛନ୍ତି। ଫଟୋରେ ଉଭୟ ଜୀବାଶ୍ମ ଏବଂ ଜୀବନ୍ତ ଜୀବମାନଙ୍କ ଶରୀର ଗଠନ ଢାଞ୍ଚା ମହୁମାଛି ଓ ସରୀସୃପ ଭଳି ଦେଖାଯାଉଛି। ସେମାନଙ୍କ ଦେହରେ ଡେଣା, ଡେଣାର ସଙ୍କୋଚନ, ଚାଲିବା ଓ ଉଡ଼ିବା ଭଳି ବ୍ୟବସ୍ଥା ରହିଛି। ମଙ୍ଗଳକୁ ଯାଇଥିବା ଅନେକ ଯାନ ବିଶେଷକରି କ୍ୟୁରୋସିଟି ରୋଭର ସେଠାରେ ଜୈବିକ ଗତିବିଧି ସମ୍ପର୍କରେ ସୂଚକ ଖୋଜୁଛି। ରୋଭର ପଠାଇଥିବା ଫଟୋଗୁଡ଼ିକରେ କୀଟ ଓ ସରୀସୃପ ଜାତୀୟ ପ୍ରାଣୀ ରହିଥିବା ସ୍ପଷ୍ଟ ଦେଖାଯାଉଛି। ମଙ୍ଗଳରେ ଅଧିକ ମାତ୍ରାରେ ମେଟାଡୋର ଅର୍ଗାନିଜମ୍‌ର ଉପସ୍ଥିତି ପୋଷକ/ଶକ୍ତି ଉତ୍ସ ଓ ପ୍ରକ୍ରିୟା, ଖାଦ୍ୟଶୃଙ୍ଖଳ, ଜଳ ଉପଲବ୍ଧ ଥିବାର ସୂଚନା ଦିଏ। ତେଣୁ ମଙ୍ଗଳରରେ ଏବେ ମଧ୍ୟ ଜୀବନ ରହିଛି ବୋଲି ରୋମୋସର କହିଛନ୍ତି। ତାଙ୍କର ଏହି ଅଧ୍ୟୟନକୁ ଏଣ୍ଟୋମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକାର ଜାତୀୟ ବୈଠକରେ ଉପସ୍ଥାପନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଆମେରିକା-ଇସ୍ରାଏଲ ପରେ ଏସବୁ ଦେଶକୁ ଧମକ ଦେଲା ଇରାନ, ବିଶ୍ୱରେ ଚହଳ…

ତେହରାନ,୨୦।୩: ଇରାନ ବ୍ରିଟେନକୁ ଏକ କଠୋର ଚେତାବନୀ ଦେଇଛି। ଏହା କହିଛି ଯେ ଯଦି ବ୍ରିଟେନ ଆମେରିକାକୁ ତାର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦିଏ,…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri