ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ ରାଜ୍ୟର ୧୧୫ ଲୋକ ସଭା ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୨।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୫ଟି ରାଜ୍ୟର ୧୧୫ ଆସନରେ ସକାଳ ୭ଟାଠାରୁ ମତଦାନ ଆରମ୍ଭ ହେବ। ଏହା ସହିତ ପୂର୍ବରୁ କୋଣସି କାରଣରୁ ବନ୍ଦ ହୋଇଯାଇଥିବା ୨ଟି ଆସନରେ ମଧ୍ୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଭାଜପା ଅଧ୍ୟକ୍ଷ ଅମିତ ଶାହ ଆଦି ହେଭିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମଇଦାନରେ ଏକ ହଜାର ୬ଶହ ୧୨ ଜଣ ପ୍ରାର୍ଥୀ ଥିବାବେଳେ ସେଥି ମଧ୍ୟରୁ ୩ଶହ ୧୬ ଜଣ ଜାତୀୟସ୍ତରୀୟ ଦଳର ଅଛନ୍ତି। ସେହିପରି ୭୬ ଆଞ୍ଚଳିକ ଦଳର ପ୍ରାର୍ଥୀ, ୪୯୬ ପଞ୍ଜିକୃତ ଦଳ ତଥା ୭୨୪ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଶହ ୯୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ସେଥି ମଧ୍ୟରେ ଶହେ ୬୦ ଜଣଙ୍କର ସମ୍ପତ୍ତି ୫ କୋଟିରୁ ଅଧିକ ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟରେ ଆସାମର ୪ ଲୋକ ସଭା ଆସନ, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜମ୍ମୁ-କଶ୍ମୀରର ୧, କର୍ନାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪ ଆସନରେ ମତଦାନ କରାଯିବ। ସେହିପରି ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦରା ନଗର ହବେଲିର ୧ ଏବଂ ଡାମନ ଡିୟୁର ଗୋଟିଏ ଆସନରେ ମତଦାନ କରାଯିବ। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ...

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ...

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ...

ସରିଲା ଭୋଟ୍‌, ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ସରକାର ଗଢ଼ିବ…

ମୁମ୍ବାଇ/ରାଞ୍ଚି,୨୦ା୧୧: ଇତିମଧ୍ୟରେ ବୁଧବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ମତଦାନ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା...

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍‌ ଦେଲେ ସଲମାନ

ମୁମ୍ବାଇ,୨୦ା୧୧: ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍‌ ଷ୍ଟାର୍‌ ଭୋଟ୍‌ ଦେଇ ନିଜର କର୍ତ୍ତବ୍ୟ ପାଳନ...

‘ସେମାନଙ୍କ ସମସ୍ତ ଦୁର୍ନୀତିର ହିସାବନିକାଶ କରିବ ଏନ୍‌ଡିଏ ସରକାର’

ରାଞ୍ଚି,୧୦ା୧୧: ଏନ୍‌ଡିଏ ସରକାର ‘ସେମାନଙ୍କର ସମସ୍ତ ଦୁର୍ନୀତିର ହିସାବନିକାଶ କରିବ’ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ସୋରେନ ସରକାରଙ୍କ ଉପରେ ବର୍ଷିଛନ୍ତି। ଝାଡ଼ଖଣ୍ଡ...

ମହାରାଷ୍ଟ୍ରରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଏହି ହେଭିଓ୍ବେଟ୍‌ ନେତାଙ୍କୁ ମିଳିଛି…

ମୁମ୍ବାଇ,୨୦ା୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।...

ମହାରାଷ୍ଟ୍ରରେ ଅଖିଳେଶଙ୍କ ଏଣ୍ଟ୍ରି ବଢ଼ାଉଛି କଂଗ୍ରେସର ଟେନ୍‌ସନ୍‌, ଆସନ ବଣ୍ଟନକୁ ନେଇ ଚାଲିଛି…

ମୁମ୍ବାଇ,୨୦ା୧୦:  ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଅର୍ଥାତ୍‌ ଶିବସେନା (ୟୁବିଟି) ଏବଂ କଂଗ୍ରେସ ମଧ୍ୟରେ ଥିବା ସିଟ୍‌ ବଣ୍ଟନକୁ ନେଇ ମତଭେଦ ସାମ୍ନାକୁ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri