ଭୋଟର ମାଫିଆ

ଦ୍ୱିତୀ ଚନ୍ଦ୍ର ସାହୁ
ନାଁ ତା’ର ନୃପତି। ନିର୍ବାଚନ ଘୋଷଣା ହେଲେ ତା’ର ମନ ଖାଲି ଛନଛନ। ସେ କେବେ ନେତା ହୋଇନି। ନେତା ହେବାକୁ ତା’ର ଇଚ୍ଛା ବି ନାହିଁ। କୌଣସି ନିର୍ବାଚନରେ ବି ଲଢିନି। ତଥାପି ନିର୍ବାଚନରେ ବେଶି ରୁଚି। ନିର୍ବାଚନ ମଇଦାନରେ ଯେତେ ଅଧିକା ଦଳର ପ୍ରାର୍ଥୀ ଠିଆ ହେବେ ସେ ସେତେ ଉତ୍‌ଫୁଲ୍ଲ। ନିର୍ଦ୍ଦିଷ୍ଟ ଦଳ କିମ୍ବା ନେତାଙ୍କ ବଶମ୍ବଦ ହୋଇ ରହିନି କେବେ! ତେଣୁ ହାରଜିତରେ ବି ତା’ର କିଛି ଫରକ ପଡେନି। କୌରବ ଜିତିଲେ ଯାହା ପାଣ୍ଡବ ଜିତିଲେ ବି ସେୟା।
ନୃପତିର ମତ ହେଲା ପ୍ରତିବର୍ଷ ନିର୍ବାଚନ ହେବା ଦରକାର। ପାଞ୍ଚ ବର୍ଷ ଧରି ଗୋଟେ ସରକାର କ’ଣ! ପ୍ରତିବର୍ଷ ନିର୍ବାଚନ ହେଲେ ହିଁ ତା’ ଭଳି ଜୀବମାନେ ବଞ୍ଚିବେ। ନୃପତିର କିଛି ବେଉସା ନାହିଁ। ନେତା ନ ହୋଇକି ବି ସେ ସବୁବେଳେ ଖଦଡ ପାଇଜାମା ପିନ୍ଧେ। ମୁଣ୍ଡରେ ନେହେରୁ ଟୋପି। ଆଉ କାମ ହେଲା ଲୋକ ଯୋଗାଡ କରିବା। ନିର୍ବାଚନ ଆସିଲେ ସେ ବିଭିନ୍ନ ଦଳ ଲାଗି ଲୋକ ଯୋଗାଡ କରେ। ନିର୍ବାଚନୀ ସଭାକୁ, ନାମାଙ୍କନ ଦାଖଲ ପାଇଁ, କେବେକେବେ ସଭାସମିତି, ରାଲି ଆଦି ଲାଗି ନୃପତି ସହଜରେ ଲୋକ ଯୋଗାଡ କରେ। ଏଇ କାରଣରୁ ସବୁ ଦଳ ପାଇଁ ସେ ଦରକାରୀ। କିନ୍ତୁ ପକ୍କା ବେପାରୀ। ମୁଣ୍ଡ ପିଛା ଠନଠନ କରି ପଇସା ନେବ। ପ୍ରଚାର ଗାଡିରେ ଯିବା, ପୋଷ୍ଟର ମାରିବା, ବାନା ବାନ୍ଧିବା, ପଦଯାତ୍ରା, ବିକ୍ଷୋଭ, ଶାନ୍ତି ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏମିତି ଅଲଗା ଅଲଗା କାମ ପାଇଁ ସେ ସହଜରେ ସେଇ ଅନୁଯାୟୀ ଲୋକ ଯୋଗାଡ କରିଦେଇପାରେ। ଏସବୁରୁ ସେ ବର୍ଷ ତମାମ ବଞ୍ଚିବା ଲାଗି ଅର୍ଥ ଯୋଗାଡ କରେ। ତା’ ବାଦେ ତା’ର ଚିହ୍ନା ଥିବା ଅଞ୍ଚଳରେ ଅଦୃଶ୍ୟରେ ହେଉଥିବା ଭୋଟ କିଣାବିକା ଲାଗି ବି ଭୋଟରଙ୍କ ମୁଣ୍ଡ ପିଛା ବିଭିନ୍ନ ଦଳରୁ ଟଙ୍କା ଆଣି ତା’ର ଅଧା ଅର୍ଥ ଲୋକଙ୍କ ଭିତରେ ବାଣ୍ଟେ। ଏମିତିରେ କାହାରି ଅଭାବ ଅସୁବିଧା ବେଳେ ଗାଁ ଲୋକଙ୍କ ନିକଟରେ ଠିଆ ହୁଏ ଠିକ୍‌ ନେତା ଭଳି। କେବଳ ବିଶ୍ୱସନୀୟତା ନ ହରାଇବା ଲାଗି। ଏମିତି କି ନିର୍ବାଚନ ଋ଼ତୁ ପରେ ବି ଛୋଟମୋଟିଆ ଚାକିରିଆଙ୍କ ବଦଳି ଲାଗି ରାଜଧାନୀ ଯାଇ ଯେନତେନ କାମ କରେ। କେବେ କେବେ ସଫଳ ହୁଏ। ପୁଣି କେବେ କେବେ ଅସଫଳ ହେଲେ ଗାଳିମାଡ଼ ଖାଏ। ତଥାପି ତା’ର ବୃତ୍ତି ପ୍ରତି ଆନୁଗତ୍ୟ ସବୁବେଳେ ରହିଆସିଛି।
କେବଳ ନୃପତି ନୁହଁ, ଏବେ ସବୁ ଗାଁ ଗହଳିରେ ଏମିତି ଭୋଟର ମାଫିଆ ହାଉଯାଉ। ସେମାନେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ତଳସ୍ତରରେ କାମ କରନ୍ତି। ନେତା ସିନା ଫୁଲମାଳ ପିନ୍ଧି ଗାଁକୁ ଗାଁ, ସାହିକୁ ସାହି ବୁଲି ଭୋଟ ଭିକ୍ଷା କରିଚାଲନ୍ତି। କିନ୍ତୁ ଅସଲ ଖେଳ ଏଇ ଜାତୀୟ ଜୀବମାନେ କରନ୍ତି। କାହାକୁ କ’ଣ ଦେଇ ତୁଷ୍ଟ କରିବେ ସେଥିନେଇ ମୁଣ୍ଡ ଖଟାନ୍ତିି। ସବୁ ଉଦ୍ୟମ ସତ୍ତ୍ୱେ ଲୋକଙ୍କ ମୋହ ନ ତୁଟିଲେ ନିଜ ସପକ୍ଷରେ ମତ ବୁଲାଇବା ଲାଗି ରାତି ଅଧିଆ କାମରେ ଲାଗିଯାନ୍ତି। ପୋଲିସ ପ୍ରଶାସନର କଡା ନଜର ସତ୍ତ୍ୱେ ସମସ୍ତଙ୍କୁ ଚକ୍‌ମା ଦେଇ ଟଙ୍କାଠାରୁ ଆରମ୍ଭ କରି ଲୁଗା, ଜିନିଷ, ଖେଳ ସାମଗ୍ରୀ ଭଳି ବହୁ ପ୍ରକାର ପ୍ରଲୋଭନରେ ବଶୀଭୂତ କରିବାକୁ ଚେଷ୍ଟା କରନ୍ତି। ଏମିତିକି ଭାବାବେଗକୁ ନେଇ ଠାକୁରଙ୍କ ନିକଟରେ ବି ଶପଥ କରାଇ ଭୋଟ ଦେବାକୁ ବିବଶ କରାଇପାରନ୍ତି। ଏଇକ୍ରମରେ ସେମାନେ ନିଜେ ମାଲାମାଲ ହୋଇଯାନ୍ତି। ନିଜର ଖର୍ଚ୍ଚପାଣି ଉଠାଇ ଦିଅନ୍ତି।
ଖଣି ମାଫିଆ, ଜାଗା ମାଫିଆ, ଦେହ ମାଫିଆ, ସାଂସ୍କୃତିକ ମାଫିଆଙ୍କ ଭଳି ଭୋଟର ମାଫିଆମାନେ ନିର୍ବାଚନ ଋତୁରେ ପୂରା ସକ୍ରିୟ। ଏମାନଙ୍କୁ ଛାଡି ନେତାମାନେ ରାଜନୀତି କରି ପାରିବେନି। ଏମାନଙ୍କ ତୁଷ୍ଟୀକରଣ ନେତାଙ୍କ ପ୍ରଥମ କାମ। ନେତା ଓ ଭୋଟର ମଧ୍ୟରେ ଏମାନେ ସେତୁ ଭଳି କାମ କରନ୍ତି। ଜିତିଲା ପରେ ନିର୍ବାଚନ ମଣ୍ଡଳୀକୁ କେବେ ଯିବାକୁ ହେଲେ ଏମାନେ ମୁଖ୍ୟତଃ କାର୍ପଟଦାର ସାଜିଥାନ୍ତି। ଲୋକଙ୍କୁ ଯୋଗାଡ କରି ଏକାଠି କରିବା। ନେତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେବା। ର଼୍ୟାଲି କରାଇ ବୁଲେଇବା କାମ ପାଇଁ ତ ପୁଣି ନେତାଙ୍କୁ ଲୋକ ଦରକାର। ଅନ୍ତତଃ ଏଇ ସବୁ କାମ ଲାଗି ନେତାମାନେ ଏଇ ଭୋଟର ମାଫିଆମାନଙ୍କ ସୁବିଧା ଅସୁବିଧା ବୁଝି ପାଖରେ ରଖିଥାନ୍ତି। ଅବଶ୍ୟ ଅର୍ଥ ଅଧିକ ମିଳିଲେ ବହୁରୂପୀ ଭଳି ରଙ୍ଗ ବଦଳେଇ ପାରନ୍ତି ଏମାନେ ସହଜରେ। ନୃପତି ଅବଶ୍ୟ ସଚ୍ଚୋଟ ଭୋଟର ମାଫିଆ। କାରଣ ସେ ଯାହାର ଖାଏ ତା’ର ଗାଏ। ସେଇ ଅନୁରୂପ କାମ କରେ। କିନ୍ତୁ ଏବେ ଆପଣଙ୍କ ଚାରିପାଖରେ ନୃପତି ଭଳିି ଗୁଡାଏ ଭୋଟର ମାଫିଆ ସକ୍ରିୟ ହୋଇସାରିଥିବେ। ସୁତରାଂ ସାବଧାନ! ପ୍ରଭାବିତ ନ ହୋଇ ନିଜ ବିବେକାନୁମୋଦିତ ଭୋଟ ଦିଅନ୍ତୁ। ଭଲ ଲୋକଙ୍କୁ ବାଛନ୍ତୁ। ଗଣତନ୍ତ୍ରକୁ ସୁଦୃଢ କରନ୍ତୁ।
ଇନ୍ଦିରା ନଗର, ରାୟଗଡ଼ା, ମା-୯୫୫୬୨୮୭୭୭୫, dwitisahu@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri