ଭୋକ ବିକଳରେ ଭିଟାମାଟି ମୁହାଁ

କାମାକ୍ଷାନଗର, ୧୫।୪(ଡି.ଏନ.ଏ.) – ପେଟ ପାଇଁ ସାଜିଥିଲେ ଦାଦନ। ଭିଟାମାଟି ଛାଡ଼ି ଖଟୁଥିଲେ। ଯାହାଙ୍କ ଲାଗି ଲକ୍ଷାଧିକ ଟଙ୍କା ଉପାର୍ଜନର ମାଧ୍ୟମ ସାଜିଥିଲେ ସେହି ମାଲିକ ହିଁ ଦୁର୍ଦ୍ଦିନରେ ଛାଡ଼ିଦେଲେ ହାତ। ସାଙ୍ଗରେ ଥିବା ପରିବାରର ୪ ପ୍ରାଣୀଙ୍କ ମୁହଁରେ ଆଧାର ଦେବା କଷ୍ଟକର ହୋଇପଡ଼ିଲା। ଏହାପରେ ଅନ୍ୟ ଉପାୟ ନ ପାଇ ଅନୁଗୋଳ ଜିଲା ରେଙ୍ଗାଳିରୁ ସପରିବାର ଗାଁ ମୁହାଁ ହୋଇଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକ କରଞ୍ଜିଆ ଗ୍ରାମର ଦୁର୍ଯ୍ୟୋଧନ ମାଝି (୪୪)। ଲକ୍‌ଡାଉନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବାବେଳେ ଏବେ ପାଦ ହିଁ ସାଜିଛି ଭରସା।
ପେଟପାଟଣା ଚିନ୍ତା ଦୁର୍ଯ୍ୟୋଧନଙ୍କୁ ଟାଣିଆଣିଥିଲା ରେଙ୍ଗାଳି ଅଞ୍ଚଳର ଇଟାଭାଟିକୁ। ଏକାକୀ ଦୁର୍ଯ୍ୟୋଧନ ନୁହନ୍ତି, ତାଙ୍କ ସାଙ୍ଗରେ କାମ କରୁଥିଲେ ସ୍ତ୍ରୀ ମିନତି (୩୮), ଝିଅ ସୁନା (୧୬), ପୁଅ ତପୁ (୧୩) ଏବଂ ବାପୁ (୧୧)। କରୋନା ପ୍ରଭାବିତ ଦେଶରେ ସବୁକିଛି ଠପ୍‌ ହୋଇଯାଇଥିବାବେଳେ ଇଟାଭାଟି କାମ ମଧ୍ୟ ବନ୍ଦ ହୋଇଯାଇଛି। ଏପରି ଅସମୟରେ ମାଲିକଙ୍କଠାରୁ ଦୁଇଓଳା ଖାଇବାକୁ ଆଶା ରଖିଥିଲେ ଦୁର୍ଯ୍ୟୋଧନ। ହେଲେ ସେତକ ବି ତାଙ୍କ ଭାଗ୍ୟରେ ଜୁଟି ନ ଥିଲା। ଗୋଟିଏ ପଟେ କାମ ବନ୍ଦ ଅନ୍ୟପଟେ ଖାଇବା ଚିନ୍ତା ଦୁର୍ଯ୍ୟୋଧନଙ୍କୁ ଗଁା ମୁହଁା କରିବାକୁ ବାଧ୍ୟ କରିଛି। ସୋମବାର ସକାଳେ ସେମାନେ ଘରକୁ ଯିବାକୁ ବାହାରିଥିଲେ। ପରଜଙ୍ଗ ବ୍ଲକ ପିତିରି ଦେଇ ମଙ୍ଗଳବାର ସକାଳେ ସମ୍ପୃକ୍ତ ୫ଜଣ କାମାକ୍ଷାନଗରରେ ପହଞ୍ଚତ୍ଥିଲେ। ଅଞ୍ଚଳର କେତେଜଣ ସହୃଦୟ ଯୁବକ ସେମାନଙ୍କ ଲାଗି ଖାଇବା ବ୍ୟବସ୍ଥା କରିଥିଲେ। ଖାଲି ପାଦରେ ଚାଲୁଥିବାରୁ ମିନତିଙ୍କୁ ଚପଲ ଦେଇଥିଲେ। ସେମାନଙ୍କୁ ଆହୁରି ପାଖାପାଖି ୧୭୦ କିମି ବାଟ ଚାଲିବାକୁ ଅଛି। ଏହାକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ କୁହନ୍ତି, ସେମାନଙ୍କୁ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଦିଆଯାଇଥିଲା। ରହିବା ଲାଗି ଏନ୍‌ଏସି କ୍ୱାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିଲା। ହେଲେ ସେମାନେ ପଳାଇ ଯାଇଛନ୍ତି। ସେମାନଙ୍କ ବିଷୟରେ ଭଦ୍ରକ ପ୍ରଶାସନକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri