ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍‌ ହେଲେ ଲକ୍‌ଡାଉନ, ପରିସ୍ଥିତି ହେବ ଅସମ୍ଭାଳ

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ ଜୀବନ ଯାତ୍ରା ସ୍ବାଭାବିକ ହୋଇଯିବ। ହେଲେ ବିଶ୍ୱର ତେତେ ଜଣ ହେଲ୍‌ଥ ଏକ୍ସପର୍ଟଙ୍କ ମତରେ ଭାରତ ଯଦି ଶୀଘ୍ର ଅର୍ଥାତ୍‌ ୪୦ଦିନ ପରେ ପରେ ଲକ୍‌ଡାଉନ୍‌ ଖୋଲି ଦେଉଛି ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ। ଭାରତରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖିଲେ ସେଠାରେ ଅତିକମ୍‌ରେ ୧୦ ସପ୍ତାହ ଲକ୍‌ଡାଉନର ଆବଶ୍ୟକତା ରହିଛି ବୋଲି ହେଲ୍‌ଥ ଏକ୍ସପର୍ଟ ମତ ଦେଇଛନ୍ତି। ବିଶ୍ୱର ପ୍ରତିଷ୍ଠିତ ମେଡିକାଲ ରିସର୍ଚ୍ଚ ଜର୍ନାଲ ଲାନସେଟର ଏଡିଟର ଇନ୍‌ ଚିଫ୍‌ ରିଚାର୍ଡ ହର୍ଟନ କହିଛନ୍ତି ଭାରତରେ ଲକ୍‌ଡାଉନ ଅବଧି ଅତିକମରେ ୧୦ ସପ୍ତାହ ରହିବା ଜରୁରୀ। ନଚେତ୍‌ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ଯଦି ଭାରତ ୭୦ ଦିନିଆ ଲକ୍‌ଡାଉନ୍‌ ପାଳନ ନ କରେ ତେବେ ୪୦ ଦିନିଆ ଲକ୍‌ଡାଉନର ଅର୍ଥ କିଛି ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି। ହର୍ଟନଙ୍କ ମତରେ କୌଣସି ମହାମାରୀ ଦୀର୍ଘସ୍ଥାୟୀ ନୁହେଁ। ଏହା ଅପାଣାଛାଏଁ ଠିକ୍‌ ହୋଇଯିବ। ଭାରତରେ କରୋନା ବିରୋଧରେ ଯେଭଳି ଲକ୍‌ଡାଉନ ନିୟମ ପାଳନ କରାଯାଇଛି ଆଉ ଯଦି ଏହା ୧୦ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଏ ତେବେ ଭାରତରେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri