ଭିନ୍ନକ୍ଷମ ପୁଅର ବୋଝ ବୋହି ବାଟ ଚାଲୁଛନ୍ତି କାନ୍ତା

ବିନିକା,୧୪ା୫(ଡି.ଏନ୍‌.ଏ.)  କାନ୍ତା ଅଗ୍ରଓ୍ବାଲ। ବୟସ ୬୨। ଜୀବନର ସାୟାହ୍ନରେ ଉପନୀତ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ସେ ହାରିନାହାନ୍ତି। ଏବେ ବି ପରଘରେ କାମ କରି ନିଜର ଏକମାତ୍ର ଭିନ୍ନକ୍ଷମ ପୁଅକୁ ଧରି ଅଣ୍ଟା ସଳଖି ବାଟ ଚାଲୁଛନ୍ତି। ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଏହି ବୃଦ୍ଧା ଜଣକ ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି।
କାନ୍ତାଙ୍କ ଘର ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁ ହାଇସ୍କୁଲ ଛକରେ। ଏକ ଚାଳ ଛପର ଘରେ ଉଭୟ ମା’ ଓ ପୁଅ ରୁହନ୍ତି। ଦିନ ଥିଲା ଏହି ଘରେ କାନ୍ତା ସ୍ବାମୀ ଶଙ୍କରଲାଲ ଅଗ୍ରଓ୍ବାଲଙ୍କ ସହ ରହୁଥିଲେ। ସ୍ବାମୀ ବ୍ୟବସାୟ କରୁଥିଲେ। ହସଖୁସିରେ ତେଲଲୁଣର ସଂସାର ଚାଲିଥିଲା। ସେମାନଙ୍କ କୋଳ ମଣ୍ଡନ କରି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଯାହାଙ୍କ ନାମ ବଜରଙ୍ଗ। ହେଲେ ପୁଅ ଜନ୍ମ ହେବା ଖୁସି ବେଶି ଦିନ ରହିଲାନି। ତା’ର ଶାରୀରିକ ଗଠନକୁ ନେଇ ଲୋକେ ଟାହିଟାପରା କରିବା ଆରମ୍ଭ । ଶଙ୍କରଙ୍କୁ ଏହା ହତୋତ୍ସାହିତ କରି ଦେଇଥିଲା। ଭିନ୍ନକ୍ଷମ ପୁଅର ଭବିଷ୍ୟତ ବିଷୟରେ ଭାବି ଭାବି ସେ ପରପାରିକୁ ଚାଲିଗଲେ। କିଛି ଦିନ ସ୍ବାମୀଙ୍କ ମୃତ୍ୟୁରେ କାନ୍ତା ଭାଙ୍ଗି ପଡିଥିଲେ। ମାତ୍ର ପୁଅ ମୁହଁକୁ ଚାହିଁ ସେ ନିଜକୁ ଦୃଢ଼ କରି ନେଇଥିଲେ। ଏବେ ବଜରଙ୍ଗଙ୍କୁ ୩୫ ବର୍ଷ। ନିଃସହାୟ ମା’ ପୁଅଙ୍କର ନିଜର ବୋଲି ଦୁନିଆରେ କେହି ନାହାନ୍ତି। କୁହାଯାଏ ମା’ ସୃଷ୍ଟିକର୍ତ୍ତାଙ୍କ ଏମିତି ଏକ ସର୍ଜ୍ଜନା, ଯାହାର ମମତା ଆଗରେ ସଂସାରର ସବୁ ସୁଖ ତୁଚ୍ଛ। ନିଜ ପିଲା ସୁନ୍ଦର ହେଉ କି ଅସୁନ୍ଦର, ସକ୍ଷମ ଥାଉ କିମ୍ବା ଭିନ୍ନକ୍ଷମ ନିଜ ସନ୍ତାନର ମୁହଁରେ ହସ ଟିକିଏ ଦେଖିବା ପାଇଁ ସେ ତା’ ଜୀବନର ସବୁ ସୁଖକୁ ବଳି ଦେବାକୁ ପଛାଇ ନ ଥାଏ। ଯାହା ଯୁଗେ ଯୁଗେ ପ୍ରମାଣିତ । ବଜରଙ୍ଗ ଜନ୍ମରୁ ଭିନ୍ନକ୍ଷମ। ହାତଗୋଡ଼ । ମୁଣ୍ଡ ଶରୀର ଗଠନ ତୁଳନାରେ ବଡ଼। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ୯୦ ପ୍ରତିଶତ ଭିନ୍ନକ୍ଷମ । କାନ୍ତା ପୁଅକୁ ଛୋଟ ପିଲା ପରି ସେବା କରିବାରେ କେବେ ବି କାର୍ପଣ୍ୟ କରିନାହାନ୍ତି। ବର୍ଷେ କି ଦୁଇବର୍ଷ ନୁହେଁ ଆଜକୁ ୩୫ ବର୍ଷ ହେଲା ସେ ତାଙ୍କର ଦେଖାଚାହଁା କରି ଆସୁଛନ୍ତି। ତାଙ୍କର ଜମିବାଡି କିଛି ନାହିଁ । ସ୍ବାମୀ ଚାଲିଯିବାର ୧୫ ବର୍ଷ ବିତିଲାଣି। ତଥାପି ସେ ଥକି ପଡିନାହାନ୍ତି। ଭିନ୍ନକ୍ଷମ ପୁଅକୁ ନେଇ କେବେ ମଧ୍ୟ ମନ ଊଣା । ନିଜ ପାଖ ପଡ଼ୋଶୀ ଲୋକଙ୍କର ଚାଉଳ, ମସଲା ପ୍ରଭୃତି ପେଷି ଯାହା ରୋଜଗାର କରନ୍ତି ସେଥିରେ ଅଭାବୀ ସଂସାର ଚଳାଇ ନିଅନ୍ତି। ଦେଶବ୍ୟାପୀ କରୋନକୁ ନେଇ ଲକ୍‌ଡାଉନ୍‌ ଯୋଗୁ କାନ୍ତାଙ୍କୁ ଦୈନିକ କାମ ମିଳିବା ବନ୍ଦ ହୋଇଯାଇଛି। ଫଳରେ ପେଟପାଟଣାକୁ ନେଇ ଚିନ୍ତା ବଢିଯାଇଛି । ପରିତାପର ବିଷୟ ଏ ପର୍ଯ୍ୟନ୍ତ ଏହି ପରିବାରକୁ ରାଶନ କାର୍ଡ ଖଣ୍ଡେ ମିଳି ପାରିନାହିଁ। ବିଧବା ଭତ୍ତା ପାଇବା ପାଇଁ ବ୍ଲକ ଅଫିସକୁ ଦୌଡି ନିରାଶ ହେବାକୁ । ତୁରନ୍ତ ବିନିକା ବ୍ଲକ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ବିରୁପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୁପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri