ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା : ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣକୁଦ ଉପେକ୍ଷିତ

ଖୋର୍ଦ୍ଧା ଅଫିସ,୨।୮ : ବ୍ୟସ୍ତବହୁଳ ଜୀବନରେ ଫୁରସତ୍‌ ମିଳିଲେ ପର୍ଯ୍ୟଟନସ୍ଥଳ ବୁଲିବାର ମଜା ନିଆରା। ଏହି ନିଆରା ଅନୁଭୂତି ଯୋଗାଇ ଦେଇଥାଏ କାଙ୍କଣକୁଦ। ପର୍ଯ୍ୟଟକ ଏଠାକୁ ଥରେ ଆସିଲେ ମାନସିକ ଶାନ୍ତି ପାଇବା ସହ ନୂଆ କଥା ଜାଣିବାକୁ ପାଇଥାନ୍ତି। ନୀଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ନୌକା ବିହାର, ଶାକାହାରୀ ବଣଭୋଜି, ଜଗନ୍ନାଥ ସଂସ୍କୃତି ତତ୍ତ୍ବକୁ କରିଥାଏ ଆନମନା। ଏଠାରୁ ପର୍ଯ୍ୟଟକମାନେ ଘରକୁ ଫେରିବାକୁ ମନରେ କୁଣ୍ଠା ଭାବ ଜାଗ୍ରତ କରିଥାନ୍ତି।

ପର୍ଯ୍ୟଟନ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି ଅଣଦେଖା। ଯଦ୍ଦ୍ବାରା ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନସ୍ଥଳର ମାନ୍ୟତା। ଉପେକ୍ଷିତ ହୋଇ ରହିଯାଇଛି ଶ୍ରୀଜଗନ୍ନାଥଙ୍କ ଗୋପନ ଆଶ୍ରୟସ୍ଥଳ ତଥା ଲୀଳାକ୍ଷେତ୍ର କାଙ୍କଣକୁଦ ପରି ଅନେକ ପର୍ଯ୍ୟଟନସ୍ଥଳ। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଉଳାବନ୍ଧ ପଞ୍ଚାୟତ ନଇରୀ ଗଁା ନିକଟରେ ଚିଲିକା ଭିତରେ ରହିଛି ଏହି ପୀଠ। ଚିଲିକାର କ୍ଷାରୀୟ ଲବଣାକ୍ତ ପାଣି ଏଠାରେ ଅନ୍ତଃସ୍ରୋତା ଝର ଗଙ୍ଗା ଓ ଯମୁନା ପର୍ଯ୍ୟଟକଙ୍କୁ ଟାଣି ଆଣେ, ଯାହାକି ଅନ୍ୟତମ ଆକର୍ଷଣ। ଏହି ଝର ଲୋକଲୋଚନ ଆଢୁଆଳରେ ରହିଯାଇଛି। ମାଦଳା ପାଞ୍ଜି ଅନୁସାରେ ନଇରୀ ଗଁା ଭିତର ହରିହରେଶ୍ୱର ମନ୍ଦିର ଭିତରେ ଶ୍ରୀଜଗନ୍ନାଥ ୭ ମାସ ୨୭ ଦିନ ଲୀଳା କରିଥିଲେ। ଯାହା ଉପରେ ବିଗ୍ରହ ଅବସ୍ଥାପିତ ହୋଇଥିଲେ ସେ ପିଢ଼ିର ସ୍ମାରକୀ ବର୍ତ୍ତମାନ ସୁଦ୍ଧା ବିଦ୍ୟମାନ। ୧୭୩୨ରେ ଏହି ହରିହରେଶ୍ୱର ମନ୍ଦିରରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା। ସେଠାରେ ଗୋଟିଏ ଦିନ ପାଇଁ ଖୋଳା ଯାଇଥିବା ଗୁଣ୍ଡିଚା କୂପ, ବଡଦାଣ୍ଡ, ଗୁଣ୍ଡିଚା ବରଗଛ ଏବେ ବି ବିଦ୍ୟମାନ। ୨୦୦୭ ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀମାନେ ଆସି ସଭା କରିଥିଲେ। ପରେ ସେଠାରେ ୨୦୦୮ରେ ସିଂହାସନ ପ୍ରତିଷ୍ଠା କରାଯାଇଥିଲା। ପରେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ଅଣାଯାଇ ପୂଜାର୍ଚ୍ଚନା କରାଯାଉଛି। ହରିହରେଶ୍ୱର ମନ୍ଦିରରେ ଶ୍ରୀଜଗନ୍ନାଥ ଥିବା ସମୟରେ ୧୭୩୨ ମାର୍ଚ୍ଚ ୨୮ରେ ତକି ଖଁା ବାଣପୁର ଆକ୍ରମଣ କରିବାରୁ କାଙ୍କଣଶିଖରୀକୁ ସ୍ଥାନାନ୍ତର ହୋଇଥିଲେ। ସେବକମାନେ ଡଙ୍ଗାରେ ଯାଇ ନିକଟସ୍ଥ ଯମୁନା ନିର୍ଝରରୁ ମଧୁର ଜଳ ଆଣି ଠାକୁରଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହିଭଳି କାଙ୍କଣଶିଖରୀରେ ପ୍ରଭୁଙ୍କ ଅବସ୍ଥାନ ସମୟରେ ବଣରେ ଥିବା କାଙ୍କଣ ଫଳ ନୈବେଦ୍ୟ ଆକାରରେ ମହାପ୍ରଭୁଙ୍କୁ ଦିଆଯାଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ରୋଷରେ କାଙ୍କଣ ଫଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଏଠାରେ ଥିବା ଗଙ୍ଗା, ଯମୁନା ନିର୍ଝର, କାଙ୍କଣ ଶିଖରୀ, ହରିଶ୍ୱର ମଣ୍ଡପ ପୁରୁଣା ଗାଥା ବହନ କରୁଛି। ତେବେ କାଙ୍କଣଶିଖରୀ ଓ ହରିହରେଶ୍ୱର ମନ୍ଦିର ପରି ପୀଠକୁ ଅବହେଳା କରିବା ଅନୁଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ ଆହ୍ବାନ ଓ କଳିଙ୍ଗ କନ୍ୟା ପାଇକ ଆଖଡା ପକ୍ଷରୁ ବିଭିନ୍ନ ସମୟରେ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ, ଜିଲା ପର୍ଯ୍ୟଟନ ଅଧିକାରୀ, ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ନିକଟରେ ଚିଲିକା ବିଧାୟକ କାଙ୍କଣଶିଖରୀକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦେବାକୁ ସରକାରଙ୍କୁ ଅବଗତ କରାଇଛନ୍ତି।

କେମିତି ଯିବେ:

ଖୋର୍ଦ୍ଧା ଜିଲାର ନାଚୁଣୀଠାରୁ ୨ କିମି ଗଲେ ପଡେ ଗଙ୍ଗାଧରପୁର ରେଳ ଷ୍ଟେଶନ। ଏଠାରୁ ୩ କିମି ଗଲେ ପଡେ ନଇରୀ ଗଁା। ନଇରୀରୁ ନୌକା ଯୋଗେ ଚିଲିକା ବକ୍ଷରେ କାଙ୍କଣକୁଦ ଯିବାକୁ ପଡିଥାଏ। ସଡ଼କପଥରେ ବାଲୁଗଁା ଅଥବା ଖୋର୍ଦ୍ଧାରୁ ନାଚୁଣୀ ଦେଇ କି କାଙ୍କଣକୁଦ ଯିବାକୁ ପଡେ। ଖୋର୍ଦ୍ଧାରୁ ନଇରୀ ୫୫ କିମି ଓ ବାଲୁଗଁାରୁ ନଇରୀର ଦୂରତା ୧୭ କିମି। ପୁଣି ସୋରଣ, କାଳୁପଡା, ବରଡି, ବାଲୁଗଁା ଓ ସାତପଡା ସମେତ ଚିଲିକା ଉପକୂଳବର୍ତ୍ତୀ ଗଁାଠାରୁ ନୌକା ଯୋଗେ ମଧ୍ୟ ଏଠାକୁ ଯିବାର ସୁବିଧା ରହିଛି।

ଶ୍ରୀକ୍ଷେତ୍ରର ଭ୍ରମ :

ଚିଲିକାରେ ରଥଯାତ୍ରା ବେଳେ ନୌକା ନନ୍ଦିଘୋଷର ମନୋଜ୍ଞ ଦୃଶ୍ୟ ଅତୀବ ମନୋରମ। ମନ୍ଦିରରୁ ମହାପ୍ରଭୁଙ୍କୁ ଦୋଳ ଝୁଲଣରେ ନେବାବେଳେ ଶ୍ରୀକ୍ଷେତ୍ର ପରି ଭ୍ରମ ସୃଷ୍ଟି କରିଥାଏ। ଏଠାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୌକା ବିହାର ନନ୍ଦିଘୋଷ ରଥରେ ଯିବା ପରି ଜଣାପଡିଥାଏ। ପୁଣି ନୌକାବିହାର ବେଳେ ଚିଲିକାର ଜଳ ଚାପରେ ଶ୍ରୀଜଗନ୍ନାଥଙ୍କ ମନୋରମ ଦୃଶ୍ୟ ବେଶ୍‌ ମନ ଲୋଭା ହୋଇଥାଏ।

ରିପୋର୍ଟ-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?