ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା : ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣକୁଦ ଉପେକ୍ଷିତ

ଖୋର୍ଦ୍ଧା ଅଫିସ,୨।୮ : ବ୍ୟସ୍ତବହୁଳ ଜୀବନରେ ଫୁରସତ୍‌ ମିଳିଲେ ପର୍ଯ୍ୟଟନସ୍ଥଳ ବୁଲିବାର ମଜା ନିଆରା। ଏହି ନିଆରା ଅନୁଭୂତି ଯୋଗାଇ ଦେଇଥାଏ କାଙ୍କଣକୁଦ। ପର୍ଯ୍ୟଟକ ଏଠାକୁ ଥରେ ଆସିଲେ ମାନସିକ ଶାନ୍ତି ପାଇବା ସହ ନୂଆ କଥା ଜାଣିବାକୁ ପାଇଥାନ୍ତି। ନୀଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ନୌକା ବିହାର, ଶାକାହାରୀ ବଣଭୋଜି, ଜଗନ୍ନାଥ ସଂସ୍କୃତି ତତ୍ତ୍ବକୁ କରିଥାଏ ଆନମନା। ଏଠାରୁ ପର୍ଯ୍ୟଟକମାନେ ଘରକୁ ଫେରିବାକୁ ମନରେ କୁଣ୍ଠା ଭାବ ଜାଗ୍ରତ କରିଥାନ୍ତି।

ପର୍ଯ୍ୟଟନ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି ଅଣଦେଖା। ଯଦ୍ଦ୍ବାରା ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନସ୍ଥଳର ମାନ୍ୟତା। ଉପେକ୍ଷିତ ହୋଇ ରହିଯାଇଛି ଶ୍ରୀଜଗନ୍ନାଥଙ୍କ ଗୋପନ ଆଶ୍ରୟସ୍ଥଳ ତଥା ଲୀଳାକ୍ଷେତ୍ର କାଙ୍କଣକୁଦ ପରି ଅନେକ ପର୍ଯ୍ୟଟନସ୍ଥଳ। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଉଳାବନ୍ଧ ପଞ୍ଚାୟତ ନଇରୀ ଗଁା ନିକଟରେ ଚିଲିକା ଭିତରେ ରହିଛି ଏହି ପୀଠ। ଚିଲିକାର କ୍ଷାରୀୟ ଲବଣାକ୍ତ ପାଣି ଏଠାରେ ଅନ୍ତଃସ୍ରୋତା ଝର ଗଙ୍ଗା ଓ ଯମୁନା ପର୍ଯ୍ୟଟକଙ୍କୁ ଟାଣି ଆଣେ, ଯାହାକି ଅନ୍ୟତମ ଆକର୍ଷଣ। ଏହି ଝର ଲୋକଲୋଚନ ଆଢୁଆଳରେ ରହିଯାଇଛି। ମାଦଳା ପାଞ୍ଜି ଅନୁସାରେ ନଇରୀ ଗଁା ଭିତର ହରିହରେଶ୍ୱର ମନ୍ଦିର ଭିତରେ ଶ୍ରୀଜଗନ୍ନାଥ ୭ ମାସ ୨୭ ଦିନ ଲୀଳା କରିଥିଲେ। ଯାହା ଉପରେ ବିଗ୍ରହ ଅବସ୍ଥାପିତ ହୋଇଥିଲେ ସେ ପିଢ଼ିର ସ୍ମାରକୀ ବର୍ତ୍ତମାନ ସୁଦ୍ଧା ବିଦ୍ୟମାନ। ୧୭୩୨ରେ ଏହି ହରିହରେଶ୍ୱର ମନ୍ଦିରରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା। ସେଠାରେ ଗୋଟିଏ ଦିନ ପାଇଁ ଖୋଳା ଯାଇଥିବା ଗୁଣ୍ଡିଚା କୂପ, ବଡଦାଣ୍ଡ, ଗୁଣ୍ଡିଚା ବରଗଛ ଏବେ ବି ବିଦ୍ୟମାନ। ୨୦୦୭ ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀମାନେ ଆସି ସଭା କରିଥିଲେ। ପରେ ସେଠାରେ ୨୦୦୮ରେ ସିଂହାସନ ପ୍ରତିଷ୍ଠା କରାଯାଇଥିଲା। ପରେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ଅଣାଯାଇ ପୂଜାର୍ଚ୍ଚନା କରାଯାଉଛି। ହରିହରେଶ୍ୱର ମନ୍ଦିରରେ ଶ୍ରୀଜଗନ୍ନାଥ ଥିବା ସମୟରେ ୧୭୩୨ ମାର୍ଚ୍ଚ ୨୮ରେ ତକି ଖଁା ବାଣପୁର ଆକ୍ରମଣ କରିବାରୁ କାଙ୍କଣଶିଖରୀକୁ ସ୍ଥାନାନ୍ତର ହୋଇଥିଲେ। ସେବକମାନେ ଡଙ୍ଗାରେ ଯାଇ ନିକଟସ୍ଥ ଯମୁନା ନିର୍ଝରରୁ ମଧୁର ଜଳ ଆଣି ଠାକୁରଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହିଭଳି କାଙ୍କଣଶିଖରୀରେ ପ୍ରଭୁଙ୍କ ଅବସ୍ଥାନ ସମୟରେ ବଣରେ ଥିବା କାଙ୍କଣ ଫଳ ନୈବେଦ୍ୟ ଆକାରରେ ମହାପ୍ରଭୁଙ୍କୁ ଦିଆଯାଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ରୋଷରେ କାଙ୍କଣ ଫଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଏଠାରେ ଥିବା ଗଙ୍ଗା, ଯମୁନା ନିର୍ଝର, କାଙ୍କଣ ଶିଖରୀ, ହରିଶ୍ୱର ମଣ୍ଡପ ପୁରୁଣା ଗାଥା ବହନ କରୁଛି। ତେବେ କାଙ୍କଣଶିଖରୀ ଓ ହରିହରେଶ୍ୱର ମନ୍ଦିର ପରି ପୀଠକୁ ଅବହେଳା କରିବା ଅନୁଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ ଆହ୍ବାନ ଓ କଳିଙ୍ଗ କନ୍ୟା ପାଇକ ଆଖଡା ପକ୍ଷରୁ ବିଭିନ୍ନ ସମୟରେ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ, ଜିଲା ପର୍ଯ୍ୟଟନ ଅଧିକାରୀ, ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ନିକଟରେ ଚିଲିକା ବିଧାୟକ କାଙ୍କଣଶିଖରୀକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦେବାକୁ ସରକାରଙ୍କୁ ଅବଗତ କରାଇଛନ୍ତି।

କେମିତି ଯିବେ:

ଖୋର୍ଦ୍ଧା ଜିଲାର ନାଚୁଣୀଠାରୁ ୨ କିମି ଗଲେ ପଡେ ଗଙ୍ଗାଧରପୁର ରେଳ ଷ୍ଟେଶନ। ଏଠାରୁ ୩ କିମି ଗଲେ ପଡେ ନଇରୀ ଗଁା। ନଇରୀରୁ ନୌକା ଯୋଗେ ଚିଲିକା ବକ୍ଷରେ କାଙ୍କଣକୁଦ ଯିବାକୁ ପଡିଥାଏ। ସଡ଼କପଥରେ ବାଲୁଗଁା ଅଥବା ଖୋର୍ଦ୍ଧାରୁ ନାଚୁଣୀ ଦେଇ କି କାଙ୍କଣକୁଦ ଯିବାକୁ ପଡେ। ଖୋର୍ଦ୍ଧାରୁ ନଇରୀ ୫୫ କିମି ଓ ବାଲୁଗଁାରୁ ନଇରୀର ଦୂରତା ୧୭ କିମି। ପୁଣି ସୋରଣ, କାଳୁପଡା, ବରଡି, ବାଲୁଗଁା ଓ ସାତପଡା ସମେତ ଚିଲିକା ଉପକୂଳବର୍ତ୍ତୀ ଗଁାଠାରୁ ନୌକା ଯୋଗେ ମଧ୍ୟ ଏଠାକୁ ଯିବାର ସୁବିଧା ରହିଛି।

ଶ୍ରୀକ୍ଷେତ୍ରର ଭ୍ରମ :

ଚିଲିକାରେ ରଥଯାତ୍ରା ବେଳେ ନୌକା ନନ୍ଦିଘୋଷର ମନୋଜ୍ଞ ଦୃଶ୍ୟ ଅତୀବ ମନୋରମ। ମନ୍ଦିରରୁ ମହାପ୍ରଭୁଙ୍କୁ ଦୋଳ ଝୁଲଣରେ ନେବାବେଳେ ଶ୍ରୀକ୍ଷେତ୍ର ପରି ଭ୍ରମ ସୃଷ୍ଟି କରିଥାଏ। ଏଠାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୌକା ବିହାର ନନ୍ଦିଘୋଷ ରଥରେ ଯିବା ପରି ଜଣାପଡିଥାଏ। ପୁଣି ନୌକାବିହାର ବେଳେ ଚିଲିକାର ଜଳ ଚାପରେ ଶ୍ରୀଜଗନ୍ନାଥଙ୍କ ମନୋରମ ଦୃଶ୍ୟ ବେଶ୍‌ ମନ ଲୋଭା ହୋଇଥାଏ।

ରିପୋର୍ଟ-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri