ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ନେଇ ବଦଳିଲା ହାଇକୋର୍ଟଙ୍କ ଗାଇଡ୍‌ଲାଇନ୍‌: ‘ଜୁମ୍‌’ ବଦଳରେ ‘ଜିଟ୍‌ସି ମିଟ୍‌’ ଆପ୍‌ ହେବ ବ୍ୟବହାର

କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡ଼ିଓ କନ୍‌ଫରେନ୍ସିଂ ସ୍କିମ୍‌-୨୦୨୦ କାର୍ଯ୍ୟକାରୀ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡ଼ିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସତର୍କତା ଜାରି କରିବା ପରେ ଜୁମ୍‌ ଆପ୍‌କୁ ବାରଣ କରାଯାଇଥିଲା। ଏବେ ଏନେଇ ସଦ୍ୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଜୁମ୍‌ ବଦଳରେ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍‌କୁ ଆଇନ୍‌ଜୀବୀ ଏବଂ ପକ୍ଷଭୁକ୍ତମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବେ। ଯେଉଁମାନେ ଲାପ୍‌ଟପ୍‌ କିମ୍ବା ଡେସ୍କଟପ୍‌ରୁ ବ୍ୟବହାର କରିବାକୁ ଚାହୁଛଁନ୍ତି, ସେମାନେ https://meet.jit.si/ ଲିଙ୍କ୍‌କୁ ବ୍ରାଉଜର୍‌ରେ ଖୋଲିବେ। ଏହି ଆପ୍‌କୁ ବ୍ୟବହାର କରିବା ପାଇଁ କୌଣସି ପ୍ରକାର ଆକାଉଣ୍ଟ ଖୋଲିବା ଆବଶ୍ୟକ ନାହିଁ। ଯେଉଁ ଆଇନ୍‌ଜୀବୀମାନେ ଆପ୍‌ ଜରିଆରେ ଭିଡିଓ କନ୍‌ଫରେନ୍ସିଂ ଶୁଣାଣିରେ ଭାଗନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଶୁଣାଣି ଦିନର ସକାଳ ସାଢ଼େ ୮ଟା ପୂର୍ବରୁ od.hc-vc@gov.in କିମ୍ବା ohc.vc.courts@gmail.comକୁ ଇ-ମେଲ୍‌ ଜରିଆରେ ସୂଚନା ଦେବାକୁ ହେବ। ସେଥିରେ କେସ୍‌ ଏବଂ ଆଇଟମ୍‌ ନମ୍ବର, ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ନାମ, ମୋବାଇଲ୍‌ ନମ୍ବର ଦେବାକୁ ହେବ। ଶୁଣାଣି ପୂର୍ବରୁ ଆଇନଜୀବୀ ଏବଂ ପକ୍ଷମାନଙ୍କୁ ଏନେଇ ଅବଗତ କରାଯିବ ଏବଂ ସେମାନେ ପ୍ରସ୍ତୁତ ରହିବାକୁ ପଡ଼ିବ। ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଡିସ୍‌ପ୍ଲେ ବୋର୍ଡ଼କୁ ନିୟମିତ ବ୍ୟବଧାନରେ ଦେଖିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ଶୁଣାଣି ଚାଲିଥିବାବେଳେ, ପରବର୍ତ୍ତୀ ଶୁଣାଣିରେ ଆଇନ୍‌ଜୀବୀ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂରେ ଭାଗ ନେଇପାରିବେ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ନୀରବ ରହିବେ ବୋଲି ଗାଡଇ୍‌ଲାଇନ୍‌ରେ କୁହାଯାଇଛି। ଯଦି କୌଣସି କାରଣରୁ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାରରେ ଅସୁବିଧା ହୁଏ ତେବେ ହ୍ବାଟ୍‌ସଆପ୍‌ର ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ ଶୁଣାଣି ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂରେ ବ୍ୟବହାର ହେଉଥିବା କ୍ୟାମେରା, ମାଇକ୍ରୋଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ନିଜେ ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ଯୋଗାଡ଼ କରିବାକୁ ପଡ଼ିବ। କୋର୍ଟରୁମ୍‌ରେ ଶୁଣାଣି ଭଳି ଏଥିରେ ମଧ୍ୟ ଆଇନଜୀବୀମାନେ ନିର୍ଦ୍ଦିଷ୍ଟ ପ୍ରକାର ପୋଷାକ ପରିଧାନ କରିବାକୁ ହେବ। ଯଦି ଶୁଣାଣି ବେଳେ କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି, ତେବେ କନ୍‌ଫରେନ୍ସିଂକୁ ବିଚ୍ଛିନ୍ନ କରାଯିବ ଏବଂ ଖଣ୍ଡପୀଠଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ। କନ୍‌ଫରେନ୍ସିଂକୁ ରେକର୍ଡିଂ କିମ୍ବା ସର୍ବସାଧାରଣରେ ପ୍ରସାରଣକୁ ନିଷିଦ୍ଧ କରାଯାଇଛି। ଏନେଇ ଏକ ହେଲ୍‌ପ ଲାଇନ୍‌ ଖୋଲାଯିବ ବୋଲି ଏହି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri