ଭିଟାମାଟି ଛାଡ଼ିଛନ୍ତି ୭ କୋଟି ଶରଣାର୍ଥୀ: ନ ମିଳିଲେ ଶରଣ ହଜାର ହଜାର ବାଳିକା ଚୋରା ଚାଲାଣ ହେବା ଆଶଙ୍କା

ଜେନେଭା,୧୨।୩: ପୃଥିବୀରେ ଶରଣାର୍ଥୀଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସମ୍ପ୍ରତି ବିଭିନ୍ନ ଦେଶରେ ୭ କୋଟିରୁ ଅଧିକ ଶରଣାର୍ଥୀ ରହିଛନ୍ତି। ଗୃହଯୁଦ୍ଧ, ଆତଙ୍କବାଦ ଅବା ଅନ୍ୟ ରାଜନୈତିକ କାରଣରୁ ସେମାନେ ନିଜ ଭିଟାମାଟିର ମୋହ ପଛରେ ପକାଇ ଅନ୍ୟ ଦେଶରେ ଶରଣ ନେଇଛନ୍ତି। ଅଧିକାଂଶ ଶରଣାର୍ଥୀ ସିରିଆ, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମ୍ୟାନମାର୍‌ ଏବଂ ସୋମାଲିଆ ଆଦି ଦେଶରୁ ଆସି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଜାତିସଂଘ ରିପୋର୍ଟ ଅନୁସାରେ ୨୦୧୮ରେ ନିଜ ଦେଶ ଛାଡ଼ି ପଳାୟନ କରିଥିବା ଲୋକଙ୍କ ସଂଖ୍ୟା ୧୧୩ କୋଟି ଥିଲା। ୨୦୧୭ ତୁଳନାରେ ଏହି ସଂଖ୍ୟା ୨୭ ଲକ୍ଷ ଅଧିକ ରହିଥିଲା। ଏବେ ତୁର୍କୀରେ ସର୍ବାଧିକ ୩୭ରୁ ଅଧିକ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ରିପୋର୍ଟ ଅନୁସାରେ ୨୦୧୭ରେ ୬,୬୭,୪୦୦ ଲୋକ ଭିଟାମାଟିକୁ ଫେରିଥିବାବେଳେ ୨୦୧୮ରେ ଏହାର ସଂଖ୍ୟା ୫,୯୩, ୮୦୦ଥିଲା। ସିରିଆରେ ଗୃହଯୁଦ୍ଧ ଯୋଗୁ ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୨,୧୦,୦୦୦ ଲୋକ ଜୀବନ ଭୟରେ ସ୍ବଦେଶ ଫେରିବାକୁ ଅମଙ୍ଗ ହୋଇଥିଲେ। ଶରଣାର୍ଥୀଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ୍କ ପ୍ରାୟ ୨୭,୬୦୦ ବାଳିକା ଅଛନ୍ତି। ସେମାନେ ନିଜ ପରିବାରଠାରୁ ଅଲଗା ହୋଇ ଏକାଏକା ରହୁଛନ୍ତି। ସେମାନଙ୍କୁ ଚୋରା ଚାଲାଣ କରାଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ସେମାନଙ୍କୁ ବାଧ୍ୟ କରି ଦେହଜୀବୀ କରାଯିବାର ଆଶଙ୍କା ଦେକାଦେଇଛି। ସୂଚନାଯୋଗ୍ୟ, ସୋଭିଏତ୍‌ ରୁଷ୍‌ ବିଭାଜନ ସମୟରେ ୧୯୯୭ରେ ୧୭୫,୦୦୦ କମ୍‌ ବୟସ୍କ ବାଳିକାଙ୍କୁ ବାଧ୍ୟ କରି ଦେହ ବ୍ୟବସାୟରେ ଲଗାଯାଇଥିଲା। ରିପୋର୍ଟ ଅନୁସାରେ ପ୍ରତିବର୍ଷ ୪୦ ଲକ୍ଷରୁ ଅଧିକଙ୍କୁ ନିଜ ଇଛା ବିରୋଧରେ ବିଭିନ୍ନ ବ୍ୟବସାୟରେ ଲଗାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri