ଭିଜିଲାନ୍ସ ଜାଲରେ ବଡ଼ବିଲ ସହକାରୀ ରାଜସ୍ବ ନିରୀକ୍ଷକ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବଡ଼ବିଲ,୨୫।୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କାରାକୋହ୍ଲ ଅଞ୍ଚଳର ଜାକ୍ରିଏସ କିସପଟା ନାମକ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ଏଆର୍‌ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ୱର ମାରାଣ୍ଡି ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି।

ସୂଚନାନୁଯାୟୀ, ଜାକ୍ରିଏସଙ୍କ ଜମି ଚିହ୍ନଟ ପାଇଁ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲଦାରଙ୍କ ପକ୍ଷରୁ ଜମି ଚିହ୍ନଟ ପାଇଁ ଆଦେଶ ମଧ୍ୟ ହୋଇଥିଲା। ତେବେ ଏଆର୍‌ଆଇ ରାମେଶ୍ୱର ବିଭିନ୍ନ ଆଳ ଦେଖାଇ ଶୀଘ୍ର ଜମି ଚିହ୍ନଟ ହୋଇପାରିବ ନାହିଁ ଓ ୫ ହଜାର ଟଙ୍କା ଦେଲେ ସଙ୍ଗେସଙ୍ଗେ ଜମି ଚିହ୍ନଟ କରାଇଦେବେ ବୋଲି କହିଥିଲେ। ଏହାପରେ ଗତ ୨୦ ତାରିଖରେ ୩ ହଜାର ଟଙ୍କାରେ କଥା ଛିଡ଼ିଥିଲା। ଏନେଇ ଜାକ୍ରିଏସ କେନ୍ଦୁଝର ଭିଜିଲାନ୍ସକୁ ଜଣାଇଥିଲେ। ଶେଷରେ ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ଆରଆଇ ଅଫିସରେ ଜାକ୍ରିଏସଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ଚଢ଼ାଉକରି ଏଆର୍‌ଆଇଙ୍କୁ ଧରିଥିଲା। ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ଏଆର୍‌ଆଇ ଲାଞ୍ଚ ନେବା କଥାକୁ ଅସ୍ବୀକାର କରିଛନ୍ତି। ଏନେଇ ପଚରାଯିବାରେ କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠୀ କହିଛନ୍ତି ଯେ, ଜାକ୍ରିଏସଙ୍କ ଅଭିଯୋଗ ପରେ ଯୋଜନା କରାଯାଇ ଏଆର୍‌ଆଇ ରାମେଶ୍ୱର ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ରେଡ ହ୍ୟାଣ୍ଡ ଧରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri