ଭିଜିଲାନ୍ସ ଜାଲରେ ଆର୍‌ଆଇ

ରେମୁଣା, ୧।୨(ଡି.ଏନ.ଏ.)-୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରେମୁଣା ତହସିଲ ଅଧିନ ପଞ୍ଚାଗଡ଼ ଆର୍‌ଆଇ ଅରବିନ୍ଦ ସିଂ। ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ ପୋଲିସ ଲାଞ୍ଚ ଟଙ୍କା ସହ ଗିରଫ କରିଛି।
ପଞ୍ଚାଗଡ଼ ଆର୍‌ଆଇ ସର୍କଲ ଅନ୍ତର୍ଗତ ଶେରଗଡ଼ ଗ୍ରାମର ମଦନ ମୋହନ ବେହେରା ତାଙ୍କର ଝିଅର ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ରେମୁଣା ତହସିଲରେ ଆବେଦନ କରିଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ ମୁତାବକ ଅନୁସନ୍ଧାନ କରି ରିପୋର୍ଟ ଦେବା ପାଇଁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆର୍‌ଆଇ ମଦନଙ୍କୁ ବାରମ୍ବାର ଆଜ କାଲି କହି ଫେରାଇବା ପରେ ୫ଶହ ଟଙ୍କା ନ ଦେଲେ ରିପୋର୍ଟ ମିଳିବ ନାହିଁ ବୋଲି କହିଥିଲେ। ଅନ୍ୟ ଉପାୟ ନ ପାଇ ମଦନ ଭିଜିଲାନ୍ସରେ ଶରଣାପନ୍ନ ହୋଇଥିଲେ। ଭିଜିଲାନ୍ସ ବିଛାଇଥିବା ଜାଲ ମୁତାବକ ମଦନଠାରୁ ଆର୍‌ଆଇ ୫ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟ ସଦଳବଳେ ଧରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri