‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ କମର୍ସିଆଲ ସଫଳତା ପାଇବା ପରେ ୟାମି ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସେଥିମଧ୍ୟରେ ‘ଆକ୍ସନ ଜ୍ୟାକ୍‌ସନ୍‌’, ‘ବଦଲାପୁର’, ‘ସନମ୍‌ ରେ’, ‘କାବିଲ୍‌’, ‘ମତୀ ଗୁଲ୍‌ ମିଟର୍‌ ଚାଲୁ’ ଏବଂ ୨୦୧୯ରେ ରିଲିଜ ହୋଇଥିବା ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଭଳି ଫିଲ୍ମ ରହିଛି। ଫିଲ୍ମ ‘ଉରି’ରେ ୟାମି ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିଣିଥିଲେ। ଶୁକ୍ରବାର ସ୍କେଚର୍ସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ତାଙ୍କ ସହ ଧରିତ୍ରୀ ଆଳାପ।

ବଲିଉଡ୍‌ରେ ଏପର୍ଯ୍ୟନ୍ତ ଯାତ୍ରା କିଭଳି ଥିଲା?
ମୋ ଯାତ୍ରା ଏବେ ବି ଜାରିରହିଛି। ଏହାକୁ ବର୍ଣ୍ଣନା କରିବା ମୋ ପାଇଁ କଷ୍ଟକର। କେବେ ଏ ଯାତ୍ରା ସରିଯିବ ତାହା ବି କହିହେବନି। ଏତିକି କହିବି ସବୁବେଳେ ଉଚ୍ଚନୀଚ ରହିଆସିଛି। କେତେଜଣଙ୍କଠାରୁ ଆଗକୁ ବଢ଼ିବାକୁ ପ୍ରେରଣା ମିଳିଛି ଓ କେତେଜଣଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଛି।
ଏକ ମଧ୍ୟବିତ୍ତ ପରିବାରରୁ ଆସି ବଲିଉଡ୍‌ରେ ତିଷ୍ଠିରହିବା କିଭଳି ସମ୍ଭବ ହେଲା?
ମୁଁ ନିଜ ଇଚ୍ଛାରେ ଏ ଇଣ୍ଡଷ୍ଟ୍ରିକୁ ଆସିଥିଲି। ଆରମ୍ଭରୁ ସବୁକିଛି ନିଜେ କରିଥିଲି ଓ ସବୁ ନିଷ୍ପତ୍ତି ନିଜେ ନେଇଥିଲି। ମୋ ସହ କେହି ନ ଥିଲେ। କୌଣସି ଗଡ୍‌ଫାଦର୍‌ ନ ଥିଲେ। ତେଣୁ ବଲିଉଡ୍‌ର ଯାତ୍ରା ନିଶ୍ଚିତ ଭାବେ ମୋ ପାଇଁ ଅଧିକ ଚ୍ୟାଲେଞ୍ଜିଂ ଥିଲା। ଫିଲ୍ମ ହିଟ୍‌ ହେଲେ ଏଠାରେ ଆଗକୁ ବଢିବାକୁ ଅପ୍‌ସନ୍‌ ଥାଏ। ହେଲେ ଯଦି ଭଲ ନ ଚାଲେ ତା’ହେଲେ ସବୁକିଛି ବିଗିଡ଼ି ଯାଏ। ଇଚ୍ଛା ନ ଥିଲେ ବି କିଛି ଫିଲ୍ମ କରିବାକୁ ପଡ଼େ। ଆରମ୍ଭରୁ ମୋତେ ସମସ୍ୟା ହୋଇଥିଲା। ସବୁକିଛି ନିଜେ ମ୍ୟାନେଜ କରିବା କଷ୍ଟ ଥିଲା। ଏଠାରୁ ମୁଁ ଏତିକି ଶିଖିଛି, ନିଜ କାମକୁ ଗ୍ରହଣ କରିବା ସହ କାମକୁ ନେଇ ଖୁସି ରୁହ। ମ୍ୟାଜିକ୍‌ ନିଶ୍ଚିତ ହେବ।
ଜଣେ ସେଲିବ୍ରିଟି ଭାବେ ଫ୍ୟାଶନକୁ ଆପଣ କିଭଳି ଦେଖନ୍ତି?
ମୋ ମତରେ ଫ୍ୟାଶନ ଅର୍ଥ ହେଉଛି କୁଲ୍‌, କମ୍ଫର୍ଟେବୁଲ, ସୋ ମଚ୍‌ କଲର୍ସ, ଇଜି ଓ ଷ୍ଟାଇଲିଶ୍‌। ମୁଁ ଏମିତି ଫ୍ୟାଶନରେ ବିଶ୍ୱାସ କରେ ଯାହା କେବଳ ଆଖିକୁ ଭଲ ଦେଖାଯାଏନାହିଁ, ବରଂ ପିନ୍ଧିବାକୁ ବି ସେତିକି କମ୍ଫର୍ଟେବୁଲ ଲାଗେ। କମ୍ଫର୍ଟକୁ ମୁଁ ସବୁବେଳେ ପ୍ରାଥମିକତା ଦିଏ। ଯାହା କ୍ୟାରି କରିବା ସହଜ ତାହା ମୁଁ ପିନ୍ଧେ। ଶାଢି ସହ ସ୍ପୋର୍ଟସ୍‌ ଶୁ ପିନ୍ଧିବାକୁ ବି ପଛାଏନି। ଯଦି ମୁଁ ଆକ୍ଟର ହେଇ ନ ଥାନ୍ତି ତା’ହେଲେ ବି ମୁଁ ଏବେ ଯାହା ପିନ୍ଧୁଛି, ତାହା ହିଁ ପିନ୍ଧିଥାନ୍ତି। ଡିସେଣ୍ଟ୍‌ ଡ୍ରେସ୍‌ ଅପ୍‌ରେ ମୁଁ ବିଶ୍ୱାସ ରଖେ।
ଆପଣ କନ୍ନଡ, ତେଲୁଗୁ ଓ ପଞ୍ଜାବୀ ଭଳି ବହୁ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଓଡ଼ିଆରେ ଯଦି କେବେ ସୁଯୋଗ ମିଳେ କରିବେ?
କାହିଁକି ନୁହେଁ। ନିଶ୍ଚୟ କରିବି। ହେଲେ ମୋତେ ଏପର୍ଯ୍ୟନ୍ତ କେହି ଅଫର ଦେଇନାହାନ୍ତି(ହସି ହସି ଉତ୍ତର ଦେଇଥିଲେ)।
ଉରି ପରେ ୟାମି ଗୌତମଙ୍କଠାରୁ ଆମେ କ’ଣ ଦେଖିବାକୁ ପାଇବୁ?
ଦିନେଶ ଭିଜନଙ୍କ ଆଗାମୀ ଫିଲ୍ମ ‘ବାଲା’ରେ ଆୟୁଷ୍ମାନ୍‌ ଏବଂ ମୁଁ ଏକାଠି ଆସୁଛୁ। ଏହା ଏକ ଭିନ୍ନସ୍ବାଦର ଫିଲ୍ମ। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। କାନପୁର, ବମ୍ବେରେ ଶୁଟିଂ ସରିଛି। କିଛିଦିନ ପରେ ଲକ୍ଷ୍ନୌରେ ଆରମ୍ଭ ହେବ। ଏବର୍ଷ ନଭେମ୍ବର ୨ରେ ବାଲା ରିଲିଜ ହେବ।
କେଉଁ ଫିଲ୍ମ ଆପଣଙ୍କ ଜୀବନର ଟର୍ନିଂ ପଏଣ୍ଟ ଥିଲା?
ମୋର ପ୍ରଥମ ଫିଲ୍ମ ‘ଭିକି ଡୋନର୍‌’ ହିଁ ମୋ ଜୀବନର ଟର୍ନିଂ ପଏଣ୍ଟ ଥିଲା। ସେହି ଫିଲ୍ମ ପାଇଁ ଲୋକେ ମୋତେ ଚିହ୍ନିଥିଲେ ଓ ଭଲପାଇବା ଦେଇଥିଲେ। ଏପର୍ଯ୍ୟନ୍ତ ମଧ୍ୟ ଲୋକେ ‘ଭିକି ଡୋନର୍‌’କୁ ମନେ ରଖିଛନ୍ତି। ଏହାଛଡା ନିକଟରେ ଆସିଥିବା ଫିଲ୍ମ ‘ଉରି’ ମୋ ଜୀବନର ଆଉ ଏକ ଟର୍ନିଂ ପଏଣ୍ଟ। ‘କାବିଲ୍‌’, ‘ବଦଲାପୁର’ ବି ମୋ ପାଇଁ ସ୍ପେଶାଲ ଥିଲା।
‘ଉରି’ ଫିଲ୍ମରେ ୟାମିଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏଭଳି ଏକ ଚ୍ୟାଲେଞ୍ଜିଂ ରୋଲ୍‌ କରିବାର ଅନୁଭୂତି କିଭଳି ରହିଛି?
‘ଉରି’ରେ ମୋତେ ଯେମିତି ଚରିତ୍ର ମିଳିଥିଲା ଲୋକେ କେବେ ଭାବି ନ ଥିଲେ ଯେ ମୁଁ ତାହା କରିପାରିବି। କୌଣସି ଆକ୍ଟର କେବେ ନିର୍ଦ୍ଦିଷ୍ଟ ଏକ ଇମେଜ୍‌ ଚାହାନ୍ତିନି। ସେମାନେ ଚରିତ୍ର ସହ ଏକ୍ସପେରିମେଣ୍ଟ କରିବାକୁ ଚାହାନ୍ତି। ସେଭଳି କିଛି ଚ୍ୟାଲେଞ୍ଜିଂ କରିବା ପାଇଁ ମୋର ଇଚ୍ଛା ଥିଲା। ‘ଉରୀ’ ମୋତେ ସେ ସୁଯୋଗ ଦେଇଥିଲା। ଲୋକେ ମୋତେ ସମ୍ପୂର୍ଣ୍ଣ ଏକ ଭିନ୍ନ ଚରିତ୍ରରେ ଦେଖିଥିଲେ। ଆଗକୁ ‘ବାଲା’ରେ ବି ସେମିତି ଏକ ଚରିତ୍ରରେ ଦେଖିବାକୁ ପାଇବେ।
ଯଦି କେବେ କୌଣସି ବାୟୋପିକ୍‌ କରନ୍ତି ତା’ହେଲେ କାହା ଚରିତ୍ରରେ କରିବାକୁ ଚାହିଁବେ?
ଯଦି ଗୋଟିଏରୁ ଅଧିକ ବାୟୋପିକ୍‌ କରିବାର ସୁଯୋଗ ମିଳେ ତା’ହେଲେ ମୁଁ ମଧୁବାଲା, ଇନ୍ଦିରା ଗାନ୍ଧୀ ଓ କଳ୍ପନା ଚାଓ୍ବଲାଙ୍କ ଚରିତ୍ର କରିବାକୁ ନିଶ୍ଚୟ ଚାହିଁବି।
ଫିଲ୍ମ କରିବା ପୂର୍ବରୁ ଏହାର ସ୍କ୍ରିପ୍ଟ ଦେଖି ବାଛନ୍ତି ନା ଏକ ଦୃଢ ଆତ୍ମବିଶ୍ୱାସର ସହ କରନ୍ତି?
ଉଭୟ। ସ୍କ୍ରିପ୍ଟ ଯେତିକି ଗୁରୁତ୍ୱପୁର୍ଣ୍ଣ ଆତ୍ମବିଶ୍ୱାସ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ସମୟରେ ମୁଁ ସ୍କ୍ରିପ୍ଟ ଅପେକ୍ଷା ନିଜ ଉପରେ ଓ ନିଜ ପରିଶ୍ରମ ଉପରେ ଅଧିକ ବିଶ୍ୱାସ କରେ।
ଓଡ଼ିଶାର ଲୋକଙ୍କୁ କ’ଣ ମେସେଜ୍‌ ଦେବେ?
ମୁଁ ପ୍ରଥମେ ଧନ୍ୟବାଦ ଦେବାକୁ ଚାହୁଁଛି। ଏଠାରେ ମୁଁ ମୋ ଘର ଭଳି ଖୁସି ରହେ। ନିଜ ଲୋକଙ୍କ ଭିତରେ ରହିଲା ଭଳି ଲାଗେ। ଓଡ଼ିଆ ଲୋକେ ମୋତେ ବହୁତ ଭଲପାଇବା ଦେଇଛନ୍ତି ଓ ସମ୍ମାନ ଦେଇଛନ୍ତି। ଖୁବ୍‌ଶୀଘ୍ର ଆଉକିଛି ନୂଆ ନେଇ ମୁଁ ପୁଣିଥରେ ଓଡ଼ିଶା ଆସିବି।
-ସାକ୍ଷାତ୍‌: ସସ୍ମିତା ପାଇକରାୟ/ଫଟୋ: ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?