ଭାରତ୍‌ କୀ ଖୋଜ୍‌ ଅଭିଯାନରେ କେରଳ ଯୁବକ: ବାଇକ୍‌ରେ ବୁଲିବେ ୪ ଦେଶ

ପୁରୀ ଅଫିସ, ୨୭ା୭: ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଛି ଭାରତ। ଏହାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକକଳା ବେଶ୍‌ ସମୃଦ୍ଧ। ଯିଏ ଏହାର ରହସ୍ୟକୁ ଭେଦ କରିପାରିଛି ସେ ହିଁ ବୁଝିପାରିଛି କାହିଁକି ଭାରତ ଶ୍ରେଷ୍ଠ। ତେଣୁ ଭାରତ ବିଷୟରେ ଅଧିକ କିଛି ଜାଣିବାକୁ ଇଚ୍ଛା ପ୍ରକାଶ କରି ସେ ବାହାରିଛନ୍ତି ଦୁଃସାହସିକ ବାଇକ୍‌ ଯାତ୍ରାରେ। କେବଳ ଭାରତ ନୁହେଁ, ଭାରତ ସହିତ ନେପାଳ, ଭୁଟାନ ଓ ବାଂଲାଦେଶ ସହିତ ଭାରତର ସଂସ୍କୃତି ଓ ପରମ୍ପରାରେ କିଛି ସାମଞ୍ଜସ୍ୟ ରହିଛି କି ନାହିଁ ତାହା ମଧ୍ୟ ସେ ଜାଣିବେ। ଏଥିପାଇଁ ଭାରତ୍‌ କୀ ଖୋଜ୍‌ ଅଭିଯାନରେ ବାହାରିଛନ୍ତି କେରଳର ୩୮ ବର୍ଷୀୟ ଯୁବକ ଜୋମନ ପିକେ। ଗୁରୁବାର ପୁରୀରେ ପହଞ୍ଚତ୍ ରାତ୍ରିଯାପନ ପରେ ସେ ଶୁକ୍ରବାର କଲିକତା ଅଭିମୁଖେ ଯାତ୍ରା କରିଛନ୍ତିି।
ପିଲାଟି ଦିନରୁ ବୁଲିବା ସଉକ ଥିଲା ଜୋମନଙ୍କର। ଏହି ସଉକ୍‌ ହିଁ ତାଙ୍କୁ ଭାରତ୍‌ କୀ ଖୋଜ୍‌ ପାଇଁ ପ୍ରେରଣା ଦେଇଥିଲା। ତେଣୁ ବିଭିନ୍ନ ରାଜ୍ୟରେ କ’ଣ ସ୍ବାତନ୍ତ୍ର୍ୟତା ରହିଛି, ଭିନ୍ନ ଭିନ୍ନ ଜାଗାର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ଜାଣିବା ପାଇଁ ଗତ ଜୁଲାଇ ୭ ତାରିଖରୁ ସେ ବୁଲେଟ୍‌ରେ ଯାତ୍ରା ଆରମ୍ଭ କରିଛନ୍ତିି। ଏଥିପାଇଁ ତାଙ୍କ ବାଇକ୍‌କୁ ସେ ସ୍ବତନ୍ତ୍ର ଭାବେ ତିଆରି କରିଛନ୍ତିି। ପଛପାର୍ଶ୍ୱରେ ଦୁଇଟି ଜାର ରଖିଛନ୍ତିି। ଗୋଟିଏରେ ପେଟ୍ରୋଲ ଜାର ରଖିଥିବା ବେଳେ ଅନ୍ୟଟିରେ ପାଣି ଜାର ରଖିଛନ୍ତିି। ଏଥିସହିତ ରାତ୍ରିଯାପନ ଲାଗି ସମସ୍ତ ଆସବାବପତ୍ର ଏବଂ ତାଙ୍କ ପୋଷାକ ମଧ୍ୟ ଗାଡିରେ ରଖିଛନ୍ତିି। ବାଟରେ କୌଣସି ହୋଟେଲ ହେଉ କିମ୍ବା ଧର୍ମଶାଳାରେ ରହିଥାନ୍ତିି। ନିଜସ୍ବ ଖର୍ଚ୍ଚରେ ବୁଲୁଥିବା ଜୋମନ ଯେଉଁ ଜାଗାରେ ବିଶ୍ରାମ ନେଉଛନ୍ତି ସେହି ସ୍ଥାନ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତିି। ଗୁରୁବାର ଜୋମନ ପୁରୀରେ ପହଞ୍ଚତ୍ଥିଲେ। ମୋଚିସାହି ଛକସ୍ଥିତ ଏକ ହୋଟେଲରେ ରହିବା ପରେ ଶୁକ୍ରବାର ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ ଦେଇ କଲିକତା ଯାଇଥିଲେ। ଏହାପରେ କଲିକତାରୁ ସେ ବାଂଲାଦେଶ ଯିବେ। ସେଠାରୁ ପୁଣି ଭୁଟାନ ଯାଇ ଶେଷରେ ନେପାଳ ଯିବେ ବୋଲି କହିଛନ୍ତି ଜୋମନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri