ଭାରତୀଙ୍କ ମୁହଁରେ ଫୁଟିଲା ହସ

ଭୁବନ, ୧୨।୩(ଡି.ଏନ.ଏ.) ବିବାହ ଆଗରୁ ନିଆଁ ସାଜିଲା ବଇରି। ନିଆଁରେ ଛାରଖାର ହୋଇଗଲା ସବୁକିଛି। ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଥିଲେ ପରିବାର। ହେଲେ ବଦାନ୍ୟ ବ୍ୟକ୍ତି ଏବଂ ସାମାଜିକ ସଙ୍ଗଠନ ସହଯୋଗର ହାତ ବଢ଼ାଇବା ପରେ ସବୁକିଛି ସୁରୁଖୁରୁରେ ସରିଛି। ନୂଆ ଜୀବନ ଆରମ୍ଭ କରିଛନ୍ତି ଭୁବନ ବ୍ଲକ ବାଉଁଶକଣ ଗ୍ରାମର ଭାରତୀ ପଧାନ। ଅନ୍ୟପଟେ ଝିଅକୁ ବିବାହ ଦେଇ ବେଶ୍‌ ଖୁସି ଅଛନ୍ତି ବାପା ବିଶ୍ୱନାଥ ପଧାନ ଏବଂ ପରିବାର ଲୋକେ।
ଫେବୃୟାରୀ ୨୮। ଏହି ଦିନ ବିଶ୍ୱନାଥଙ୍କ ପରିବାର ଉପରେ ଛିଣ୍ଡି ପଡ଼ିଥିଲା ଦୁଃଖର ପାହାଡ଼। ମଧ୍ୟରାତ୍ରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଗ୍ରାମର ୫ ପରିବାର ମୁହଁରୁ ଛଡ଼ାଇନେଲା ଖୁସି। ସବୁଠୁ ବେଶି ଦୁଃଖ ଅଜାଡ଼ି ହୋଇପଡ଼ିଥିଲା ବିଶ୍ୱନାଥଙ୍କ ପରିବାର ଉପରେ। କାରଣ ଝିଅ ଭାରତୀଙ୍କ ବିବାହ ଠିକ୍‌ ହୋଇ ସାରିଥିବାବେଳେ ମୂଲ୍ୟବାନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଖଟିଲେ ଖାଉଥିବା ବିଶ୍ୱନାଥଙ୍କ ପାଇଁ ଏହା କୌଣସି ଅଭିଶାପଠାରୁ କମ୍‌ ନ ଥିଲା। ଝିଅ ବିବାହ କିପରି ହେବ ତାହାକୁ ନେଇ ସେ ଚିନ୍ତାରେ ପଡ଼ିଥିଲେ। ଅନ୍ୟପଟେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ସାମାଜିକ ସଙ୍ଗଠନ ସହାୟତାର ହାତ ବଢ଼ାଇଥିଲେ। ଭାରତୀଙ୍କୁ ଭାବି ଶାଶୁଘରୁ ମିଳିଲା ଆଶ୍ୱାସନା। ଭାବି ବର ତଥା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଦଶରଥ ପ୍ରଧାନଙ୍କ ପୁଅ ଅକ୍ଷୟ ମଧ୍ୟ ନିରାଡ଼ମ୍ବର ଭାବେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ବୁଧବାର ଭାରତୀ ଏବଂ ଅକ୍ଷୟଙ୍କ ବିବାହ ଶେଷ ହୋଇଛି। ଖୋର୍ଦ୍ଧା ଜିଲାର ନଖରା ଗ୍ରାମର ଲକ୍ଷେଶ୍ୱର ମହାଦେବ ସେବା ସଙ୍ଗଠନ ପକ୍ଷରୁ ଭାରତୀଙ୍କ ପାଇଁ ସମସ୍ତ ଆସବାବପତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିସହ ୨୦୦ ଜଣଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏମ୍‌ପି ମହେଶ ସାହୁ, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ମହାସଚିବ ମାତୃପ୍ରସାଦ ମିଶ୍ର, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ନନ୍ଦକିଶୋର ସାହୁ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସୁଧାକର ସାହୁ, ମଳୟ ତ୍ରିପାଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଭୁବନ ତୃପ୍ତି ପାଠାଗାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri