Posted inଜାତୀୟ

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି କ୍ରମରେ ମାଇକ୍ରୋସଫ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ସିଏଏ ବିରୋଧୀ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ଭାରତରେ ଯାହା ଚାଲିଛି ତାହା ଠିକ୍‌ ନୁହେଁ। ଭାରତରେ ଜଣେ ପ୍ରବାସୀ ବାଂଲାଦେଶୀ ୟୁନିକର୍ନ ପ୍ରତିଷ୍ଠା କରିଲେ କିମ୍ବା ଇନ୍‌ଫୋସିସ୍‌ର ସିଇଓ ହେଲେ ସେ ଖୁସି ହେବେ ବୋଲି ନାଡେଲା କହିଛନ୍ତି। ନାଡେଲାଙ୍କୁ ପ୍ରଖ୍ୟାତ ଐତିହାସିକ ରାମଚନ୍ଦ୍ର ଗୁହାଙ୍କଠାରୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ସମର୍ଥନ କରିଥିବାବେଳେ  ଭାଜପା ସମାଲୋଚନା କରିଛି। ତେବେ ଏହାକୁ ନେଇ ବିବାଦ ଉଠିବା ପରେ ନାଡେଲା ସଫେଇ ଦେଇଛନ୍ତି। ଇତିମଧ୍ୟରେ ଫେସ୍‌ବୁକ୍‌, ଉବେର ଓ ଆମାଜନରେ କାର୍ଯ୍ୟରତ ତଥା ଭାରତରେ ଜନ୍ମିତ ୧୫୦ରୁ ଊର୍ଦ୍ଧ୍ୱ ପ୍ରଫେଶନାଲ ଖୋଲାଚିଠି ଲେଖିଛନ୍ତି। ଏହାସହ ସେମାନେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ନେଇ କେନ୍ଦ୍ରର ଯୋଜନାକୁ ସମାଲୋଚନା କରିଛନ୍ତି। ସିଏଏ ଏବଂ ଏନ୍‌ଆର୍‌ସିକୁ ଏହି କର୍ମଚାରୀମାନେ ‘ଫାସିବାଦୀ’ ବୋଲି ଅଭିହିତ କରିଛନ୍ତି।
ପଡ଼ୋଶୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମୀୟ ଅତ୍ୟାଚାରର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ କେନ୍ଦ୍ର ସରକାର ସିଏଏ ପ୍ରଣୟନ କରିଛନ୍ତି। ଏହି ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରୁ ନେଇ ବିହାର, ଦକ୍ଷିଣ ଭାରତରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗତ ଡିସେମ୍ବର ୪ରୁ ଅଦ୍ୟାବଧି ୩ ନାବାଳକଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଏସବୁକୁ ନେଇ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ ମଧ୍ୟ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିସାରିଛନ୍ତି। ଗତମାସରେ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ବେଙ୍ଗାଲୁରୁରେ ଗିରଫ କରାଯାଇଥିଲା। ଏହି କ୍ରମରେ ଭାରତରେ ଜନ୍ମିତ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ସିଏଏକୁ ନେଇ ସୋମବାର ସ୍ବର ଉଠାଇଥିଲେ। ସେ କହିଥିଲେ, ମୋତେ ଲାଗୁଛି ଭାରତରେ ଯାହା କିଛି ଚାଲିଛି ତାହା ଦୁଃଖଦ। ଏହା ଖରାପ କଥା। ଜଣେ ବାଂଲାଦେଶୀ ଶରଣାର୍ଥୀ ଯେତେବେଳେ ଭାରତକୁ ଆସି ୟୁନିକର୍ନ ପ୍ରତିଷ୍ଠା କରିବେ କିମ୍ବା ଇନ୍‌ଫୋସିସ୍‌ର ପରବର୍ତ୍ତୀ ସିଇଓ ହେବେ ସେତେବେଳେ ମୁଁ ଖୁସି ହେବି ବୋଲି ନାଡେଲା କହିଥିଲେ। ବଜ୍‌ଫିଡ୍‌ ନ୍ୟୁଜ ମୁଖ୍ୟ ସମ୍ପାଦକ ବେନ୍‌ ସ୍ମିଥ୍‌ ନାଡେଲାଙ୍କ ଏହି ମନ୍ତବ୍ୟକୁ ଟୁଇଟ୍‌ କରିଛନ୍ତି। ତାଙ୍କ ମନ୍ତବ୍ୟକୁ ସ୍ବାଗତ କରି ଐତିହାସିକ ଗୁହା କହିଛନ୍ତି, ସତ୍ୟ ନାଡେଲା ସତ କହିଥିବାରୁ ମୁଁ ଖୁସି। ଆଇଟି ସେକ୍ଟରର ଲୋକେ ସିଏଏକୁ ନେଇ ଯାହା ଚିନ୍ତା କରୁଛନ୍ତି ସେମାନେ ସେନେଇ ମୁହଁ ଖୋଲିବାକୁ ସାହସ ମଧ୍ୟ କରୁଛନ୍ତି। ଏହାକୁ ନେଇ ମୁଁ ଖୁସି ବୋଲି ଟୁଇଟ କରିଛନ୍ତି। ନାଡେଲାଙ୍କ ମନ୍ତ୍ୟକୁ ନେଇ ଭାଜପା ଏମ୍‌ପି ମୀନାକ୍ଷୀ ଲେଖି ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ସାକ୍ଷର ଲୋକେ କିପରି ଶିକ୍ଷିତ ହେବା ଦରକାର ନାଡେଲାଙ୍କ ମନ୍ତବ୍ୟ ଏହାର ଉପଯୁକ୍ତ ଦୃଷ୍ଟାନ୍ତ। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ହେଉଛି ସିଏଏର ଉଦ୍ଦେଶ୍ୟ। ସେହିପରି ମାଇକ୍ରୋସଫ୍ଟ ମୁଖ୍ୟାଳୟ ଥିବା ଆମେରିକା କାହିଁକି ୟେଜିଦିଙ୍କ ପରିବର୍ତ୍ତେ ସିରିଆର ମୁସ୍‌ଲିମମାନଙ୍କୁ ଏଭଳି ସୁଯୋଗ ଦେଇପାରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ଏହି ପ୍ରସଙ୍ଗକୁ ନେଇ ବିବାଦ ଉଠିବା ପରେ ନାଡେଲା ସ୍ପଷ୍ଟୀକରଣ ଦେଇଛନ୍ତି। ପ୍ରତ୍ୟେକ ଦେଶ ନିଜ ସୀମାକୁ ପରିଭାଷିତ କରି ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିପାରିବେ ଏବଂ ଅନୁରୂପ ଭାବେ ଆପ୍ରବାସନ ନୀତି ସ୍ଥିର କରିପାରିବେ।
ବିବିଧ ସଂସ୍କୃତିର ଦେଶ ଭାରତ। ମୁଁ ମୋର ଭାରତୀୟ ଐତିହ୍ୟକୁ ନେଇ ଗଢ଼ା ଏବଂ ଆମେରିକାରେ ପ୍ରବାସୀ ଭାବେ ମୋର ଅଭିଜ୍ଞତା ରହିଛି। ତେଣୁ ଭାରତରେ ଜଣେ ପ୍ରବାସୀ ଏକ ସମୃଦ୍ଧ ଷ୍ଟାଟ୍‌-ଅପ୍‌ ପ୍ରତିଷ୍ଠା କରିପାରନ୍ତୁ କିମ୍ବା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ତଥା ଅର୍ଥନୀତିର ନେତୃତ୍ୱ ନେଇପାରନ୍ତୁ। ଏପରି ଆଶା କରୁଛି ବୋଲି ନାଡେଲା ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri