Posted inଜାତୀୟ

‘ଭାରତରେ ମିଶିବା ପାଇଁ ପିଓକେ ଦାବି କରିବ’

ନୂଆଦିଲ୍ଲୀ,୧୫ା୬: ମୋଦି ସରକାର ଏପରି ବିକାଶମୂଳକ କାର୍ଯ୍ୟ କରିବେ ଯେ ଜମ୍ମୁ-କଶ୍ମୀରର ଚେହେରା ବଦଳିଯିବ। କଶ୍ମୀର ଉପତ୍ୟକାର ବିକାଶକୁ ଦେଖି ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଅଧିବାସୀ ଭାରତରେ ମିଶିବାକୁ ଚାହିଁବେ ବୋଲି ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଜମ୍ମୁ-କଶ୍ମୀର ପାଇଁ ଏକ ଜନ ସମ୍ବାଦ ରାଲିକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀର ଭଳି ପିଓକେ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପିଓକେବାସୀ ଯେତେବେଳେ ପାକିସ୍ତାନର ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ଅଂଶ ହେବାକୁ ଚାହିଁବେ ସେତେବେଳେ ପାର୍ଲାମେଣ୍ଟର ଏହି ସଂକଳ୍ପନାମା ପୂରଣ ହେବ। ଜମ୍ମୁ-କଶ୍ମୀରର ବିକାଶ ଆମ ସରକାରଙ୍କ ପ୍ରାଥମିକତା। ଏହି ସନ୍ଦେଶ ଦେବାରେ ଆମ ସରକାର ସଫଳ ହୋଇଛନ୍ତି। ଆଗାମୀ ୫ ବର୍ଷରେ ଆମେ ଉପତ୍ୟକାରେ ଏପରି ବିକାଶ କରି ଏହାର ରୂପ ବଦଳାଇଦେବୁ ଯେ ପିଓକେର ଲୋକମାନେ ଈର୍ଷାନ୍ବିତ ହୋଇଯିବେ। ତା’ପରେ ସେମାନେ କହିବେ ଯେ, ଆମ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବା ଦରକାର। ପିଓକେରେ ଦାବି ଉଠିବ ଯେ, ଏହି ଭୂଖଣ୍ଡକୁ ପାକିସ୍ତାନର କବ୍‌ଜାରୁ ମୁକ୍ତ କରାଯାଉ। ଆମେ ଭାରତ ସହ ମିଶି ରହିବାକୁ ଚାହୁଁ। ତେବେ ଦେଖାଯାଉ ଭବିଷ୍ୟତରେ କ’ଣ ହେଉଛି ବୋଲି ରାଜନାଥ କହିଛନ୍ତି।
ଗତବର୍ଷ ଅଗଷ୍ଟ ୪ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ପାର୍ଲାମେଣ୍ଟରେ ଏକ ବିଲ୍‌ ଅଣାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଲ୍‌ ଆଗତ ବେଳେ ପିଓକେ ଏବଂ ଚାଇନା ଦଖଲରେ ଥିବା ଅକ୍ସାଇ ଚୀନକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇଥିଲେ। ଏହା ପୂର୍ବରୁ ପିଓକେ ଭାରତର ଅଂଶ ବୋଲି ପାର୍ଲାମେଣ୍ଟରେ ସଂକଳ୍ପନାମା ଗୃହୀତ ହୋଇଥିଲା। ପାକିସ୍ତାନ ନିୟନ୍ତ୍ରଣରେ ଥିବା ମୁଜାଫରାବାଦ ଓ ଗିଲ୍‌ଗିଟ୍‌ର ପାଣିପାଗ ନେଇ ଭାରତୀୟ ଟିଭି ଚ୍ୟାନେଲଗୁଡ଼ିକ ଏବେ ପୂର୍ବାନୁମାନ କରି ଓ୍ବେଦର ରିପୋର୍ଟ ପ୍ରସାର କରିବା ପରେ ପଡ଼ୋଶୀ ଦେଶର ତାପମାତ୍ରା ବଢ଼ିଯାଇଛି। ଏଥିଲାଗି ପାକିସ୍ତାନ ଆହୁରି ଅଧିକ ବଦମାସି କରିବାରେ ଲାଗିଛି। ଭାରତୀୟ ସୁରକ୍ଷା ବଳ ଏହାର କଡ଼ା ଜବାବ ଦେଉଛି ବୋଲି ଉପତ୍ୟକାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ରାଜନାଥ ଇସ୍‌ଲାମାବାଦକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ଏକ କଳଙ୍କ ଭାବେ ଅଭିହିତ କରିବା ସହ ଏହାକୁ ହଟାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହସକୁ ପ୍ରଶାଂସା କରିଛନ୍ତି। କଶ୍ମୀରରେ ପୂର୍ବରୁ ପାକିସ୍ତାନ ଓ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପତାକା ଦେଖିବାକୁ ମିଳୁଥିଲା। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ଏହି ପ୍ରସଙ୍ଗରେ ଭାରତ ପ୍ରତି କେତେକ ମୁସ୍‌ଲିମ୍‌ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ବଢ଼ିବାରେ ଲାଗିଛି।
ଏହି ଅବସରରେ ମୋଦି ସରକାରଙ୍କ ସଫଳତା ବଖାଣିବାକୁ ଯାଇ ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ସ ପ୍ରତିଷ୍ଠା ସହ କେନ୍ଦ୍ର ସରକାର ୨୦୧୪-୧୯ରେ ଏଠାରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ବରୁ ଉପତ୍ୟକାରେ ଖର୍ଚ୍ଚ ହେଉଥିବା ଟଙ୍କା ଦୁର୍ନୀତିରେ ସରିଯାଉଥିଲା। ବିଚ୍ଛିନ୍ନତାବାଦୀ ଓ ଅନ୍ୟ ରାଜନେତାମାନେ ପାକିସ୍ତାନ ସପକ୍ଷରେ କହୁଥିଲେ। ସେମାନଙ୍କ ମେରୁଦଣ୍ଡ ଏବେ ଭାଙ୍ଗିଯାଇଛି। କାରଣ ଦୀର୍ଘ ୭୦ ବର୍ଷ ପୁରୁଣା ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri