ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହେଲେ କେନ୍ଦ୍ର ସରକାର ସଂକ୍ରମଣ ଓ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ବାସ୍ତବତା ଠାରୁ ଭିନ୍ନ ଅଟେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଯେଉଁ ହାରରେ ଟେଷ୍ଟିଂ କରାଯାଉଛି, ଭାରତର ଜନସଂଖ୍ୟା ଅନୁସାରେ ବହୁତ୍‌ କମ୍‌ ଟେଷ୍ଟିଂ ହେଉଛି। ଏପରିକି କୋଭିଡ-୧୯ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଠିକ୍‌ ତଥ୍ୟ ମଧ୍ୟ ପ୍ରଦାନ କରାଯାଉନାହିଁ। ଇତିମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୩,୭୧୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଗୁଜରାଟରେ ୧,୩୮୫ ଏବଂ ଦିଲ୍ଲୀରେ ୧,୨୧୪ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲେ ରାଜ୍ୟଗୁଡ଼ିକ କରୋନାଜନିତ ମୃତ୍ୟୁ ସଂଖ୍ୟା ଠିକ୍‌ଭାବେ ନ ଦେଇ ଅନେକ ମୃତ୍ୟୁର କାରଣ ଭିନ୍ନ ଭାବେ ଦର୍ଶାଉଥିବାରୁ କେନ୍ଦ୍ର ସରକାର ଠିକ୍‌ ରିପୋର୍ଟ ପ୍ରକାଶ କରିପାରୁ ନାହାନ୍ତି।
କୋଭିଡ-୧୯ ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ରାପିଡ୍‌ ରେସ୍ପନ୍ସ ଟିମ୍‌ ଗତ ମାସରେ ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଜନିତ ମୃତ୍ୟୁର ଅଡିଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟଗୁଡ଼ିକ ନିଜ ଢଙ୍ଗରେ ରିପୋର୍ଟ ପ୍ରଦାନ କଲେ। କରୋନା ଜନିତ ମୃତ୍ୟୁକୁ ଠିକ୍‌ଭାବେ ଉପସ୍ଥାପନ ନ କରି ଅନ୍ୟ ରୋଗ କାରଣରୁ ହୋଇଥିବା ମୃତ୍ୟୁ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରଥମତଃ ଅନ୍ୟଦେଶ ତୁଳନାରେ ଭାରତର ଜନସଂଖ୍ୟା ଦୃଷ୍ଟିରୁ କମ୍‌ ଟେଷ୍ଟିଂ କରାଯାଉଛି, ଏପରି କି ଅନେକ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଠିକ୍‌ ଭାବେ ଉପସ୍ଥାପନା କରାଯାଉ ନାହିଁ। ଦ୍ୱିତୀୟରେ ରାଜ୍ୟଗୁଡ଼ିକ ନିଜର କାର୍ଯ୍ୟଦକ୍ଷତାକୁ ଦେଖାଇବାକୁ ଯାଇ କରୋନାଜନିତ ଯେତିକି ମୃତ୍ୟୁ ଘଟୁଛି, ତା’ଠାରୁ କମ୍‌ ରିପୋର୍ଟ ପ୍ରଦାନ କରୁଛନ୍ତି ବୋଲି ସେଣ୍ଟର ଫର ଡିଜିଜ୍‌ ଡାଇନାମିକ୍‌ସ, ଇକୋନୋମିକ୍‌ସ ଆଣ୍ଡ ପଲିସିର ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ପ୍ରକାଶ କରିଛନ୍ତି। ଦେଶରେ କୋଭିଡ୍‌-୧୯ ଟେଷ୍ଟିଂରେ ବୃଦ୍ଧି ନ ଘଟିଥିଲେ ସୁଦ୍ଧା ଜୁନ୍‌ ମାସରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଦେଶରେ ୧୦ଲକ୍ଷ ଜନସଂଖ୍ୟାରେ ମାତ୍ର ୩,୭୭୭ ଟେଷ୍ଟିଂ କରାଯାଉଛି। ଶୁକ୍ରବାର ଗୋଟିଏ ଦିନରେ ଭାରତରେ ସର୍ବାଧିକ ୩୯୭ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ତଥ୍ୟ ବାସ୍ତବତାଠାରୁ କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯଦି ଜନସଂଖ୍ୟା ଆଧାରରେ ଟେଷ୍ଟିଂ କରାଯିବ ତେବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ମାୟାବତୀ ମୈନପୁରୀ ଲୋକ ସଭା ଟିକେଟ...

ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା: ନଦୀରେ ବୁଡିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରୀନଗର,୧୬।୪: ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀ ଏବଂ ସ୍କୁଲ ପିଲାଙ୍କୁ ନେଇଯାଉଥିବା ଏକ ଡଙ୍ଗା ଶ୍ରୀନଗରର ବଟୱାରର ଝେଲମରେ ଭାରସାମ୍ୟ ହରାଇ ଓଲଟି ପଡିଛି।...

ଶତ୍ରୁତା ଯୋଗୁ ସ୍ବାହା ହେଲା ୧ କୋଟି ଟଙ୍କାର ମହଙ୍ଗା ଗାଡ଼ି: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ,୧୬।୪: ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର ଭାବରେ ଜଣାଶୁଣା । ଅବଶ୍ୟ, ନିକଟରେ ଲମ୍ବୋର୍ଗିନି ଏହାର ଗତି ବ୍ୟତୀତ ଅନ୍ୟ କୌଣସି କାରଣରୁ...

୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ...

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

ଭାଜପା କ୍ଷମତାକୁ ଆସିଲେ ସତରେ କ’ଣ ବଦଳିଯିବ ସମ୍ବିଧାନ: ଜାଣନ୍ତୁ ଏନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ, ୧୬।୪:୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ରର ଭାଜପା ସରକାର କାର୍ଯ୍ୟ କରିଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦...

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri