Posted inଜାତୀୟ

ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ!

କୋଚି,୧।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ବହୁ ପୂର୍ବରୁ କରାଯାଇଛି। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ୩୬ ବର୍ଷ ଯୁବକଙ୍କ ଏର୍ନାକୁଲମ ସରକାରୀ ମେଡିକାଲ କଲେଜରେ ମୃତ୍ୟୁ ହେବା ପରେ ଏହା ଭାରତର କରୋନା ଭାଇରସ ସଂକ୍ରମିତ ପ୍ରଥମ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ଯୁବକ ଜଣଙ୍କ କିଛିଦିନ ତଳେ ମାଲେସିଆରୁ ଫେରିଥିବା ବେଳେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷର ଦେଖାଯାଇଥିଲା। ହେଲେ ପରୀକ୍ଷା ପରେ ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ତାଙ୍କର ମୃତ୍ୟୁ କରୋନା ଭାଇରସ ପାଇଁ ହୋଇଛି କି ଅନ୍ୟ କିଛି କାରଣ ଅଛି ସେ ନେଇ ଡାକ୍ତର ପରୀକ୍ଷା ନିରିକ୍ଷା ଆରମ୍ଭ କରିଛନ୍ତି। ଅଲାପୁଜାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି)ର ପ୍ରଥମ ରିପୋର୍ଟ ଅନୁଯାୟୀ, ଯୁବକଙ୍କ ନିକଟରେ କରୋନା ଭାଇରସ ନ ଥିଲା। ତେଣୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ ଅନୁସାରେ କରୋନା ଭାଇରସ ସମ୍ପର୍କିତ କୌଣସି ନିଷ୍ପତ୍ତି ଦ୍ୱିତୀୟ ରିପୋର୍ଟ ପରେ ହିଁ ନିଆଯାଇ ପରିବ। ତେଣୁ ଯୁବକଙ୍କ ମୃତ୍ୟୁ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି। ଏହାସହ ଦ୍ୱିତୀୟ ରିପୋର୍ଟ ପାଇଁ କିଛି ସାମ୍ପଲ ଏନ୍‌ଆଇଭି ପଠାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri