Posted inଖେଳ

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଦଳର ୩ ପ୍ରମୁଖ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ ଓ ମ୍ୟାଟ୍‌ ହେନରୀଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ ଲାଗି ଦଳରେ ସ୍ଥାନ ମିଳିନାହିଁ। ନବାଗତ ବୋଲରଙ୍କୁ ନେଇ କିଓ୍ବି ଦଳ ଏହି ସିରିଜ ଖେଳିବ। କାଏଲ୍‌ ଜେମିସନ ଦିନିକିଆ ପଦାର୍ପଣ କରିବାର ସମ୍ଭାବନା ରହିଥିବାବେଳେ ସ୍କଟ୍‌ କଗେଲେଇଜନ ଓ ହାମିଶ ବେନେଟ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଟିମ୍‌ ସୌଦୀ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ। ସେହିଭଳି କଲିନ୍‌ ଡି ଗ୍ରାଣ୍ଡହୋମ୍‌ ଦଳକୁ ଫେରିଛନ୍ତି। ଜିମ୍ମି ନିଶାମ ଓ ମିଚେଲ ସାଣ୍ଟନର ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ତେବେ ଲେଗ୍‌-ସ୍ପିନର ଇଶ୍‌ ସୋଧୀଙ୍କୁ କେବଳ ପ୍ରଥମ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଛି। ଏହାପରେ ସେ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଲାଗି ଦଳରୁ ରିଲିଜ ହେବେ। ଭ୍ରମଣକାରୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୫ରୁ ହାମିଲଟନ୍‌ରେ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ହାମିଶ ବେନେଟ୍ଟ, ଟମ୍‌ ବ୍ଲଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ୍‌, ମାର୍ଟିନ ଗୁପ୍‌ଟିଲ, କାଏଲ୍‌ ଜେମିସନ, ସ୍କଟ୍‌ କଗ୍‌ଲେଇଜନ, ଟମ୍‌ ଲଥାମ୍‌, ଜିମ୍ମି ନିଶାମ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ (ପ୍ରଥମ ଦିନିକିଆ), ଟିମ୍‌ ସୌଦୀ ଓ ରସ୍‌ ଟେଲର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri