ଭାରତ ବନ୍ଦକୁ ସମର୍ଥନ: ସତ୍ୟବାଦୀରେ ଅଙ୍ଗନଓ୍ବାଡି କର୍ମୀ ସଂଘର ଧାରଣା

ସାକ୍ଷୀଗୋପାଳ, ୮।୧(ଡି.ଏନ୍‌.ଏ.)- ଟ୍ରେଡ୍‌ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସତ୍ୟବାଦୀ ଶାଖାର ଶତାଧିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସେମାନେ କାର୍ଯ୍ୟ ବନ୍ଦ କରିବା ସହ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସମାନ କାମକୁ ସମାନ ଦରମା, ମହଙ୍ଗା ଭତ୍ତା, ସରକାରୀ କର୍ମଚାରୀ ର ମାନ୍ୟତା ଆଦି ଦାବିରେ ସେମାନେ ନାରାବାଜି କରିଛନ୍ତି। ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବରେ କରାଯାଇଛି। ସତ୍ୟବାଦୀ ପୋଲିସ ସେଠାରେ ଉପସ୍ଥିତ ରହିଛନ୍ତି। ସଂଘ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ନିରଞ୍ଜନା ଦିକ୍ଷୀତ, ଲକ୍ଷ୍ମୀ ପ୍ରିୟା ମହାପାତ୍ର ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଛନ୍ତି। ସେହିପରି ସ୍କୁଲ କଲେଜ, ବ୍ୟାଙ୍କ, ନିୟନ୍ତ୍ରିତ ବଜାର, ଦୋକାନ ସହ ରେଳ ଓ ବସ ସେବା ବନ୍ଦ ରହିଛି। ଫଳରେ ସାକ୍ଷୀଗୋପାଳ ମନ୍ଦିର ସମେତ ବଜାର ଜନସମାଗମ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?