ଭାଜପାର ସଦସ୍ୟତା ଅଭିଯାନ ପ୍ରସ୍ତୁତି: ଜିଲାରେ ଅଧିକ ୨୦% ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୧ା୭:  ସାଙ୍ଗଠନିକ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳରେ ଭାଜପା ଆରମ୍ଭ କରିବ ନୂତନ ସଦସ୍ୟତା ଅଭିଯାନ। ଜିଲାରେ ଅଧିକ ୨୦% ସଭ୍ୟଙ୍କୁ ସଙ୍ଗଠନରେ ସାମିଲ କରାଯିବ। ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୧ଯାଏ ଚାଲିବ। ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ ରବିବାର ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲା ପ୍ରଭାରୀ ନିରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ନରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଜିଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କୁ ଜିଲା ସଦସ୍ୟତା ପ୍ରମୁଖ, ସମ୍ପାଦକ ମାତୃପ୍ରସାଦ ନନ୍ଦଙ୍କୁ ସହ ସଦସ୍ୟତା ପ୍ରମୁଖ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣିଙ୍କୁ ଜିଲା ସଦସ୍ୟତା ପ୍ରଭାରୀ ଭାବେ ଘୋଷଣା କରାଯାଇଛି।
ଜୁଲାଇ ୬ରୁ ଅଗଷ୍ଟ ୧୧ ମଧ୍ୟରେ ଜିଲାର ସମସ୍ତ ୮ ମଣ୍ଡଳରେ ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ। କେନ୍ଦ୍ରୀୟ ସଙ୍ଗଠନର ଲକ୍ଷ୍ୟ ଅନୁଯାୟୀ ୨୦ ପ୍ରତିଶତ ଅଧିକ ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତି ମଣ୍ଡଳରେ ଜଣେ ସଦସ୍ୟତା ପ୍ରମୁଖ, ଜଣେ ସହ ସଦସ୍ୟତା ପ୍ରମୁଖଙ୍କୁ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣ ନିର୍ବାଚନରେ ଭାଜପାର ଭୋଟହାର ବଢ଼ିଛି। ଏଥିପାଇଁ ଜିଲାବାସୀଙ୍କୁ ନେତୃବୃନ୍ଦ ଧନ୍ୟବାଦ ଦେଇଛନ୍ତି।
ସଙ୍ଗଠନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ପବିତ୍ର ବିଶ୍ୱାଳ, ଶତ୍ରୁଘ୍ନ ଜେନା, ସୁନୀଲ ଶର୍ମା, ନବକିଶୋର ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରେମାନନ୍ଦ ଜେନା, ନୀରଦ ସାହୁ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଦୁର୍ଗାଚରଣ ନାୟକ, ରାମଚନ୍ଦ୍ର ପାତ୍ର, ରତିକାନ୍ତ ସାହୁ, ନିରୋଜ ନଳିନୀ ମହାଳିକ, ଅନିତା ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଲେଙ୍କା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

ପରଜଙ୍ଗ,୨୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି…

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ ଜିଲା…

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି…

ଜିଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ-ସ୍ବାମୀ, ଜଙ୍ଗଲରୁ ପାଇଥିବା ଶିଶୁକୁ ନେଇଯିବାରୁ…

ଢେଙ୍କାନାଳ,୧୫।୧(ରତନ ନାୟାର) : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri