ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି। ତେବେ ଏଥିରେ କାର କାଚ ଭାଙ୍ଗିଯାଇଥିବାବେଳେ ପ୍ରଧାନ ଗାଡିରୁ ଡେଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ସନ୍ଧ୍ୟାରେ ନୟାପଲ୍ଲୀ ଥାନା ଡେଲ୍‌ଟା ଛକସ୍ଥିତ ଭାଜପା ପାର୍ଟି ଅଫିସ ନିକଟରେ ଏହି ଘଟଣା ଘଟିଛି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଘଟଣା ସଂକ୍ରାନ୍ତରେ ପ୍ରଧାନ ଅଭିଯୋଗ କରିବା ପରେ ପୋଲିସ  ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୋମା ମାଡ଼ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରିନି।

ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ନିର୍ବାଚନୀ ପ୍ରଚାର ସାରିବା ପରେ  ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଡେଲ୍‌ଟା ଛକ ନିକଟ ପାର୍ଟି ଅଫିସକୁ ଫେରୁଥିଲେ। ଏହି ସମୟରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ କଟିଯାଇଥିଲା। ପ୍ରଧାନ ଅଫିସ ସମ୍ମୁଖରେ କାର୍‌ରୁ ବାହାରୁଥିବାବେଳେ  କେତେଜଣ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ତାଙ୍କ ଉପରକୁ ଲକ୍ଷ୍ୟ କରି ଗୋଟିଏ ବୋମା ମାଡ଼ କରିଥିଲେ। ବୋମାଟି କାରର ଡାହାଣ ପଟ କାଚରେ ପଡି ବିସ୍ଫୋରଣ ହୋଇଥିଲା। ଭୟରେ ପ୍ରଧାନ କାରରୁ ଡେଇଁ ପଡି ଅଫିସ୍‌କୁ ଚାଲି ଆସିଥିଲେ।

ଗତ ୧୨ ତାରିଖ ସନ୍ଧ୍ୟାରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ସେ ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ୟୁନିଟ୍‌-୮ କ୍ଲବ୍‌ ନିକଟରେ ରାଲିରେ ଯାଉଥିବାବେଳେ ସେମାନଙ୍କ ଉପରେ ଟେକାମାଡ଼ ହୋଇଥିଲା।  ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁଣି ସେମାନେ ଆକ୍ରମଣ କଲେ ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,  ବୋମାମାଡ଼ ପଛରେ ବିଜେଡି ଗୁଣ୍ଡାଙ୍କ ହାତ ରହିଛି। ସେମାନେ ହାରିବା ଭୟରେ ରକ୍ତମୁଖା ହୋଇଛନ୍ତି। ଗୁଣ୍ଡାଗର୍ଦ୍ଦି କରି ନିର୍ବାଚନ ଜିତିବା ପାଇଁ ଯୋଜନା କରୁଛନ୍ତି। ପୋଲିସ ସେମାନଙ୍କୁ ସହଯୋଗ କରୁଛି। ରାଜଧାନୀବାସୀ ସବୁ ଜାଣୁଛନ୍ତି। ଆସନ୍ତା ୨୩ରେ ସେମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

ଏନେଇ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା କହିଛନ୍ତି, ସେ ଜଣେ ଅଭ୍ୟାସଗତ ମିଛୁଆ। ବିଭିନ୍ନ ସମୟରେ ମୋ ନଁାରେ ମିଥ୍ୟା ଅଭିଯୋଗ ଆଣିବା ପରେ ସେଥିରେ ସଫଳ ହେଲେ ନାହିଁ। ଶେଷରେ ହତାଶ ହୋଇ ଏଭଳି ବୋମାମାଡ଼ର ମିଛ ନାଟକ କରିଛନ୍ତି ବୋଲି ସେ କହିଛନ୍ତି।

ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ବୋମା ମାଡ଼ ହୋଇଥିବା ସଂକ୍ରାନ୍ତରେ ଜଗନ୍ନାଥ ପ୍ରଧାନ ଏକ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଆମେ ଘଟଣାର ତଦନ୍ତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ

ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri