ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ ସାହିରେ ରାସ୍ତା କଡ଼ରୁ ଜବରଦଖଲ ହଟିଲା। ହେଲେ ଆବର୍ଜନା ସଫା କରାଗଲା ନାହିଁ। ଦୁଇ ଦିନ ହେଲା ଲଗାତର ବର୍ଷା ପରେ ଏବେ ସାହିରେ ସ୍ଥିତି ସଙ୍ଗିନ୍‌। ନା ଘରେ ରହିହେଉଛି, ନା ପଦାକୁ ବାହାରି ହେଉଛି। ଲୋକମାନେ ଖାଇବାକୁ ପାଉନାହାନ୍ତି। ପିଇବାକୁ ପାଣି ନାହିଁ। ଏହାକୁ ନେଇ ସାହିରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଘଟଣା ହେଲା, ଗତ ଶନିବାର ହରିଡ଼ାଖଣ୍ଡି ଛକରୁ ପୁରୁଣା ବ୍ରହ୍ମପୁର ଦେଇ ଆମ୍ବ ମାର୍କେଟ୍‌ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ରାସ୍ତାରେ ଥିବା ଜଗବନ୍ଧୁ ସାହିର ମଧ୍ୟ ଉଭୟ କଡ଼ରୁ ଉଚ୍ଛେଦ ହୋଇଥିଲା। ଅନେକ ଲୋକଙ୍କ ଘର ଅଧା ଭାଙ୍ଗି ଦିଆଯାଇଥିଲା। ବିଏମ୍‌ସି ପକ୍ଷରୁ ବୁଲ୍‌ଡୋଜର୍‌ରେ ବାସଗୃହ ଭାଙ୍ଗ ଦିଆଯାଇଥିଲା। ଜବରଦଖଲ ଉଚ୍ଛେଦ ପରେ ଆବର୍ଜନା ସଫା କରିବା କଥା। ହେଲେ ଏଯାଏ ବିଏମ୍‌ସି ପକ୍ଷରୁ ଆବର୍ଜନା ସଫା କରାଯାଇନାହିଁ। ରାସ୍ତାରେ ପଥର, ଇଟା, ବଡ଼ ବଡ଼ କଂକ୍ରିଟ୍‌ ପଡ଼ିଛି। ଭଙ୍ଗା ଗଛ ଡାଳ ରାସ୍ତା ଉପରେ ପଡ଼ି ରହିଛି।
ଡ୍ରେନ୍‌ଗୁଡ଼ିକ ମଧ୍ୟ ଭଙ୍ଗାଯାଇଛି। ପାଣି ନିଷ୍କାସନ ହୋଇପାରୁନି। ବୁଧବାର ଏବଂ ଗୁରୁବାର ଲଗାଣ ବର୍ଷା ଯୋଗୁ ପରିସ୍ଥିତି ସଙ୍ଗିନ୍‌ ହୋଇଛି।
ବର୍ଷା ଜଳ ନିଷ୍କାସନ ହୋଇପାରୁନି।
ଫଳରେ ବର୍ଷା ଜଳ ଲୋକଙ୍କ ଘରେ ପଶିଯାଇଛି। ସାହିରେ ଥିବା ଷ୍ଟାଣ୍ଡପୋଷ୍ଟଗୁଡ଼ିକରେ ପାଣି ଆସୁଛି।
ହେଲେ ସେଠାରେ ମଧ୍ୟ ବର୍ଷା ଏବଂ ଆବର୍ଜନା ଜଳ ଭର୍ତ୍ତି ହୋଇଯାଇଛି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସାହିବାସୀଙ୍କ ତରଫରୁ ଅବଗତ କରାଯାଇଥିଲା। ହେଲେ କେବଳ ଟ୍ରାକ୍ଟର ଏବଂ ଜେସିବି ମଶିନ୍‌ ସାହିକୁ ପଠାଇଦେଇ ବିଏମ୍‌ସି ଅଧିକାରୀମାନେ ଚୁପ୍‌ ବସିଛନ୍ତି। ଏପେଟ ନ ଖାଇ, ନ ପିଇ ଲୋକମାନେ ହନ୍ତସନ୍ତ ହୋଇପଡ଼ିଲେଣି।
ଗୁରୁବାର ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ପାଇ ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ଏବଂ ଟାଉନ୍‌ ଥାନା ଆଇଆଇସି ସୁରେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଞ୍ଚଳ ବୁଲି ଦେଖି ଲୋକଙ୍କ ସହ ଆଲୋଚନା କରିଥିଲେ। ଜେସିବି ଲଗାଇ ଆବର୍ଜନା ସଫା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତଥାପି ବିଏମ୍‌ସିର ଏଭଳି ଦାୟିତ୍ୱହୀନତାକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri