Posted inଖେଳ

ଭାଇ-ଭଉଣୀ ଶ୍ରବଣ-ସୋନୀଙ୍କ ସଫଳ ଯାତ୍ରା

ଭୁବନେଶ୍ୱର, ୨୮।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଯମଜ ଭଗିନୀ ଜ୍ୟୋତି ଓ ଆରତି ପଟେଲ ସନ୍ତରଣରେ ଯେଉଁଭଳି ପ୍ରଦର୍ଶନର ଛାପ ଛାଡ଼ିଥିଲେ ସେହିଭଳି ଆଉ ଏକ ଭାଇ ଭଉଣୀ ଯୋଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଭାଇ-ଭଉଣୀ ଯୋଡ଼ି ହେଉଛନ୍ତି ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟର ଶ୍ରବଣ ଓ ସୋନୀ ମଣ୍ଡାଙ୍ଗି। ଶ୍ରବଣ ତୀରନ୍ଦାଜୀରେ ପ୍ରତିନିଧିତ୍ୱ କରୁଥିବାବେଳେ ସୋନୀ କିଟ୍‌ ମହିଳା ରଗ୍‌ବୀ ଦଳର ଜଣେ ପ୍ରମୁଖ ଖେଳାଳି ରହିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରବଣ ତାଙ୍କ କମାଲ୍‌ ଦେଖାଇ ସାରିଲେଣି। ପୁରୁଷ ଟିମ୍‌ ରିକର୍ଭ ଇଭେଣ୍ଟରେ ଶ୍ରବଣ ସ୍ବର୍ଣ୍ଣ ପଦକ ହାସଲ କରି କିଟ୍‌ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ସୋନୀ ଗୁରୁବାର ଖେଳାଯାଇଥିବା ୨ଟି ମହିଳା ବିଭାଗ ରଗ୍‌ବୀ ମ୍ୟାଚ୍‌ରେ କିଟ୍‌କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପଞ୍ଜାବ ଓ ମହାରାଷ୍ଟ୍ରର କେବିସି ବିଶ୍ୱବିଦ୍ୟାଳୟ ବିପକ୍ଷରେ ଯଥାକ୍ରମେ ୧୦ ଲେଖାଏ ସ୍କୋର କରିଥିଲେ।
ଆଦିବାସୀ ପରିବାରରୁ ଆସିଥିବା ଏହି ଭାଇ-ଭଉଣୀ ଯୋଡ଼ି କିନ୍ତୁ କିସ୍‌କୁ ଆସିବା ପୂର୍ବରୁ ଶିକ୍ଷା ଓ କ୍ରୀଡ଼ା ବିଷୟରେ କୌଣସି ଧାରଣା ନ ଥିଲା। କିନ୍ତୁ ଯେତେବେଳେ ଉଭୟ କିସ୍‌ରେ ଯୋଗଦେଲେ ପଢ଼ା ସହିତ ଖେଳରେ ମଧ୍ୟ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଲେ। ସମୟକ୍ରମେ ଶ୍ରବଣ ତୀରନ୍ଦାଜୀ ଓ ସୋନୀ ରଗ୍‌ବୀରେ ପରିଚୟ ସୃଷ୍ଟି କରିପାରିଥିଲେ। ‘ ମୁଁ ଯେତେବେଳେ କିସ୍‌ରେ ୭ମ ଶ୍ରେଣୀରେ ପଢ଼ୁଥିଲି ତୀରନ୍ଦାଜୀ ଖେଳିବା ଆରମ୍ଭ କରିଥିଲି। କିଟ୍‌ ଆମର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ କରୁଥିବାରୁ ଏହା ଆମର ଏକ ଘର। ବର୍ଷକୁ କେବଳ ଖରାଛୁଟିରେ ହିଁ ଆମେ ଘରକୁ ଯାଇଥାଉ। ଜାତୀୟ ସିନିୟର ଦଳରୁ ବ୍ୟକ୍ତିଗତ ଓ ଟିମ୍‌ ଇଭେଣ୍ଟରେ ପ୍ରତିନିଧିତ୍ୱ କରିବା ମୋର ପରବର୍ତ୍ତୀ ଲକ୍ଷ୍ୟ’ ବୋଲି ଶ୍ରବଣ କହିଛନ୍ତି। ‘ଗାଁ’ରେ ରହୁଥିବାବେଳେ ପାଠପଢ଼ା କି ଖେଳ ବିଷୟରେ ସୁଯୋଗ ମିଳୁ ନ ଥିଲା। ଆଦିବାସୀ ପିଲାଙ୍କ ପାଇଁ ଏକ ସ୍କୁଲ ଥିବା ଯେତେବେଳେ ମୋ ବାପା ଜାଣିବାକୁ ପାଇଲେ ସେ ଆମକୁ ଏଠାକୁ ଆଣିଥିଲେ। ୨୦୦୭ରେ ଆମ ଇନ୍‌ଷ୍ଟିଚ୍ୟୁଟ୍‌ ଯେତେବେଳେ ଲଣ୍ଡନରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ସ୍କୁଲ ରଗ୍‌ବୀରେ ଚାମ୍ପିୟନ ହୋଇଥିଲା ସେବେଠାରୁ ଏହି ଖେଳ ଖେଳିବା ପାଇଁ ମୋର ଆଗ୍ରହ ବଢ଼ିଥିଲା’ ବୋଲି ୧୯ ବର୍ଷୀୟା ସୋନୀ କହିଛନ୍ତି। କ୍ରିକେଟ୍‌ରେ ସଚିନ ଯେଉଁଭଳି ପ୍ରସିଦ୍ଧ ହୋଇଛନ୍ତି ସେିହଭଳି ସଫଳତା ପାଇବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?