ଭଲ ବ୍ୟବସାୟ କରୁଛି ‘ଜଜ୍‌ମେଣ୍ଟାଲ ହେ କ୍ୟା’: ଗୋଟିଏ ସପ୍ତାହରେ କମାଇଲା ୩୧କୋଟି

ମୁମ୍ବାଇ: ଗତ ଶୁକ୍ରବାର ପରଦାକୁ ଆସିଛି ବାଲାଜି ମୋଶନ୍‌ ପିକ୍ଚର୍ସର ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’। ତେବେ ରିଲିଜର ଏକ ସପ୍ତାହରେ ଏହା ୩୧ କୋଟି ବ୍ୟବସାୟ କରିଛି। ପ୍ରଥମ ଦିନରେ ୫.୪୦ କୋଟି କମାଇବା ପରେ ଫିଲ୍ମଟି ଶନିବାର ୮.୦୨କୋଟି, ରବିବାର ୮.୬୨କୋଟି, ସୋମବାର ୨.୬୦କୋଟି, ମଙ୍ଗଳବାର ୨.୬୨କୋଟି, ବୁଧବାର ୨.୨୬କୋଟି ଏବଂ ଗୁରୁବାର ୧.୯୦ କୋଟି ରୋଜଗାର କରିଛି।

୩୦-୩୫କୋଟି ମଧ୍ୟରେ ସିନେମାର ବଜେଟ ରହିଥିବା ବେଳେ ଏହା ଆଖିଦୃଶିଆ ବ୍ୟବସାୟ କରୁଛି। ଚଳିତ ସପ୍ତାହରେ ଥିବା ଛୁଟିଦିନଗୁଡ଼ିକରେ ଏହା ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଫିଲ୍ମଟିକୁ ପ୍ରକାଶ କୋବେଲାମୁଡ଼ି ନିର୍ଦ୍ଦେଶନା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ କଙ୍ଗନା ରଣାଓ୍ବତ, ରାଜକୁମାର ରାଓ , ଜିମ୍ମି ଶେରଗିଲ ଏବଂ ଅମାୟରା ଦସ୍ତୁର ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?