ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ ମିଳିବ। ଅର୍ଥାତ ଏହି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ମିଳିବ। ଏପ୍ରିଲ, ଜୁନ ଓ ମେ ମାସ ପାଇଁ ଏହା ପ୍ରଦାନ କରାଯିବ । ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଘରେ ଘରେ ଗ୍ୟାସ୍‌ ବିତରଣ କରୁଥିବା କର୍ମଚାରୀଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ ବୋଲି ଭଦ୍ରକ ଜିଲା ନୋଡାଲ ଅଫିସର୍‌ କାର୍ତ୍ତିକ ଚନ୍ଦ୍ର ଜେନା ଜଣାଇଛନ୍ତି।

କରୋନା ମୁକାବିଲା ପାଇଁ ଭାରତ ବର୍ଷରେ ଲକ ଡାଉନ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଅଗ୍ରାଧିକାର ଭିତ୍ତିରେ ମାଗଣା ଏଲ୍‌ପିଜି ଯୋଗାଣ ପଦକ୍ଷେପ ଗ୍ରହଣ କରାଯାଉଛି। ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ଚୟନ କରାଯାଇଥିବା ଉଜ୍ଜଳା ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ତିନି ମାସ ଗ୍ୟାସ ଦେବା ପାଇଁ ଯୋଜନା କରାଯାଇଛି । ଏହିି ଗ୍ୟାସ ପାଇଁ ସରକାର ପ୍ରଥମେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିବେ। ଉପଭୋକ୍ତାମାନେ ସେହି ଅର୍ଥରେ ବିତରକଙ୍କଠାରୁ ଗ୍ୟାସ କ୍ରୟ କରିବେ। ଗ୍ୟାସ ପାଇବାର ୧୫ ଦିନ ପରେ ଉପଭୋକ୍ତା ମାନେ ଆଉ ଗୋଟିଏ ବୁକିଂ କରିପାରିବେ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଅର୍ଥ ଆସିବ। ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଅର୍ଥ ପଠାଇ ସାରିଛନ୍ତି। କିଛି ଉପଭୋକ୍ତା ଏହାର ବ୍ୟବହାର ମଧ୍ୟ ଆରମ୍ଭ କରିସାରିଲେଣି।

ସୂଚନା ଯୋଗ୍ୟ, ଭଦ୍ରକ ଜିଲାରେ ଇଣ୍ଡେନ ଗ୍ୟାସ୍‌ରେ ପାଖାପାଖି ୫୮ ହଜାର ଉପଭୋକ୍ତା ଥିବା ବେଳେ ଏଚ୍‌ପିିର ୪୩ ହଜାର ଓ ଭାରତ ଗ୍ୟାସର ୧ ଲକ୍ଷ ୭ ହଜାର ଉପଭୋକ୍ତା ଅଛନ୍ତି । ସମସ୍ତଙ୍କୁ ଏହି ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର...

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ପିପିଲି ରାଜନୀତିରେ ନୂଆ ମୋଡ, ଜଣାପଡିଲା କାହିଁକି ରୁଦ୍ରଙ୍କ ସ୍ତ୍ରୀ କରିଛନ୍ତି ନାମାଙ୍କନ

ପୁରୀ,୮।୫: ନିର୍ବାଚନୀ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ। ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିିଥିବାବେଳେ ଏପରି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପିପିଲି...

ବିଜେଡିକୁ କାଉଣ୍ଟର କରିବା ପାଇଁ ଭାଜପାର ପ୍ରେସମିଟ୍‌

ଭୁବନେଶ୍ୱର,୮।୫: ବିଜେଡି ନେତା କାର୍ତ୍ତିକ କାଣ୍ଡିଆନଙ୍କ ପାହାନ୍ତିଆ ପ୍ରେସମିଟ୍‌ ପରେ ଏହାର କାଉଣ୍ଟର ଆଟାକ୍‌ କରିଛି ଭାରତୀୟ ଜନତା ପାର୍ଟି। ଭାଜପାର ପ୍ରେସମିଟ୍‌ କରି ସମୀର...

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri