ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ ମିଳିବ। ଅର୍ଥାତ ଏହି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ମିଳିବ। ଏପ୍ରିଲ, ଜୁନ ଓ ମେ ମାସ ପାଇଁ ଏହା ପ୍ରଦାନ କରାଯିବ । ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଘରେ ଘରେ ଗ୍ୟାସ୍‌ ବିତରଣ କରୁଥିବା କର୍ମଚାରୀଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ ବୋଲି ଭଦ୍ରକ ଜିଲା ନୋଡାଲ ଅଫିସର୍‌ କାର୍ତ୍ତିକ ଚନ୍ଦ୍ର ଜେନା ଜଣାଇଛନ୍ତି।

କରୋନା ମୁକାବିଲା ପାଇଁ ଭାରତ ବର୍ଷରେ ଲକ ଡାଉନ ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଅଗ୍ରାଧିକାର ଭିତ୍ତିରେ ମାଗଣା ଏଲ୍‌ପିଜି ଯୋଗାଣ ପଦକ୍ଷେପ ଗ୍ରହଣ କରାଯାଉଛି। ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ଚୟନ କରାଯାଇଥିବା ଉଜ୍ଜଳା ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ତିନି ମାସ ଗ୍ୟାସ ଦେବା ପାଇଁ ଯୋଜନା କରାଯାଇଛି । ଏହିି ଗ୍ୟାସ ପାଇଁ ସରକାର ପ୍ରଥମେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିବେ। ଉପଭୋକ୍ତାମାନେ ସେହି ଅର୍ଥରେ ବିତରକଙ୍କଠାରୁ ଗ୍ୟାସ କ୍ରୟ କରିବେ। ଗ୍ୟାସ ପାଇବାର ୧୫ ଦିନ ପରେ ଉପଭୋକ୍ତା ମାନେ ଆଉ ଗୋଟିଏ ବୁକିଂ କରିପାରିବେ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଅର୍ଥ ଆସିବ। ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଅର୍ଥ ପଠାଇ ସାରିଛନ୍ତି। କିଛି ଉପଭୋକ୍ତା ଏହାର ବ୍ୟବହାର ମଧ୍ୟ ଆରମ୍ଭ କରିସାରିଲେଣି।

ସୂଚନା ଯୋଗ୍ୟ, ଭଦ୍ରକ ଜିଲାରେ ଇଣ୍ଡେନ ଗ୍ୟାସ୍‌ରେ ପାଖାପାଖି ୫୮ ହଜାର ଉପଭୋକ୍ତା ଥିବା ବେଳେ ଏଚ୍‌ପିିର ୪୩ ହଜାର ଓ ଭାରତ ଗ୍ୟାସର ୧ ଲକ୍ଷ ୭ ହଜାର ଉପଭୋକ୍ତା ଅଛନ୍ତି । ସମସ୍ତଙ୍କୁ ଏହି ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri