ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ

ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ ଏହି ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଟସର ରେଶମ ସୂତାରେ ନିର୍ମିତ ଶାଢି,ବସ୍ତ୍ର ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମ ଏବେ ଅର୍ନ୍ତଜାତୀୟ ବଜାରରେ ନିଜକୁ ସାମିଲ କରିପାରିଛି। ଏକଦା ମହାଜନୀ କାରବାରରେ ନିଷ୍ପେଷିତ ହେଉଥିବା ଆଦିବାସୀ ଅଧ୍ୟୁଷିତ ଭଗାମୁଣ୍ଡା ଗ୍ରାମର ଲୋକମାନେ ଏବେ ଟସର ଶିଳ୍ପ ପାଇଁ ବେଶ୍‌ ସ୍ବାବଲମ୍ବୀ ହୋଇପାରିଛନ୍ତି। ପୁରୁଷଙ୍କ ସମେତ ମହିଳାମାନେ ଏହି କାର୍ଯ୍ୟରେ ସାମିଲ ହୋଇ ଟସରରୁ ବିଭିନ୍ନ ପ୍ରକାର ବସ୍ତ୍ର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ଏପରି କି ଭଗାମୁଣ୍ଡା ଟସର ସମବାୟ ସମିତିକୁ ଫ୍ରାନ୍ସ, ଇଟାଲି ଓ କାନାଡ଼ାର ଟସର ଗବେଷକମାନେ ପରିଦର୍ଶନରେ ଆସି ବେଶ୍‌ ପ୍ରଶଂସା କରିଛନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଏବଂ ଉପଯୁକ୍ତ ବଜାର ସୁବିଧାର ଅଭାବ ଯୋଗୁ ଯେଉଁ ମାତ୍ରାରେ ଟସର କାରୀଗରମାନେ ଲାଭବାନ ହେବା କଥା ତାହା ହୋଇପାରୁ ନାହାନ୍ତି। ଏହାସତ୍ତ୍ୱେ ଏଠାକାର ମହିଳାପୁରୁଷମାନେ ଏହି କୁଟୀର ଶିଳ୍ପର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଛନ୍ତି।
ଆଦିବାସୀ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ୧୯୭୮ରେ ଭଗାମୁଣ୍ଡାଠାରେ ଟସର ସମବାୟ ସମିତି ସ୍ଥାପନ କରାଯାଇଥିଲା। ପ୍ରାରମ୍ଭରୁ ଏହି ସମିତି ଦ୍ୱାରା ନିକଟସ୍ଥ ଆଦିବାସୀ ଗ୍ରାମର ଲୋକଙ୍କୁ ଉନ୍ନତମାନର ଟସର ବିହନ ଯୋଗାଇ ଦିଆଯାଇ ସେମାନଙ୍କଠାରୁ ଟସର ଖୋସାକୁ ସୁଲଭ ମୂଲ୍ୟରେ କ୍ରୟ କରାଯାଉଥିଲା। ୨୦୦୦ମସିହା ପରେ ଏହି ଟସର ସମବାୟ ସମିତିରେ ସୂତା କାଟି ଲୁଗା ବୁଣିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୧-୧୨ରେ ସ୍ଥାନୀୟ ଯୁବତୀଯୁବକ ଏବଂ ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହାକୁ ବିକାଶ କରାଯାଇଥିଲା। ରାଜ୍ୟ ସରକାରଙ୍କ ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ୍‌ ଓ ହ୍ୟାଣ୍ଡି କ୍ରାଫ୍ଟ ମନ୍ତ୍ରଣାଳୟ ପକ୍ଷରୁ ୪ କୋଟି ୭ ଲକ୍ଷ ଏବଂ ପରେ ୩ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନରେ ଏଠାରେ ଟସର ଖୋସା ସଂଗ୍ରହ ବ୍ୟତୀତ ଟସରରୁ ରେଶମ ସୂତା କାଟି ବସ୍ତ୍ର ବୁଣା ଆରମ୍ଭ ହୋଇଥିଲା। ଏହା ହେବା ପରେ ଭଗାମୁଣ୍ଡା ନିକଟବର୍ତ୍ତୀ ଗ୍ରାମ ତଥା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦୦ଯୁବତୀ ଏଠାରେ ନିଯୁକ୍ତିର ସୁଯୋଗ ପାଇଥିଲେ। ସମବାୟ ସମିତିରୁ ଉନ୍ନତମାନର ବିହନକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ନିକଟସ୍ଥ ଜଙ୍ଗଲରେ ଥିବା ଅସନ, ଅର୍ଜୁନ ଗଛରେ ପ୍ରୟୋଗ କରି ଟସର ଖୋସା ଉତ୍ପାଦନ କରୁଛନ୍ତି। ସମିତି ପକ୍ଷରୁ ଏହି ଟସର ଖୋସାକୁ ଚାଷୀଙ୍କ ଠାରୁ କ୍ରୟ କରି ସମିତିକୁ ଅଣାଯାଉଛି। ଏହି ଟସରଖୋସାରୁ ସ୍ଥାନୀୟ ଯୁବତୀମାନେ ଉନ୍ନତ ଜ୍ଞାନକୌଶଳ ଅବଲମ୍ବନ କରି ସୂତା ବାହାର କରିବା ସହ ହସ୍ତତନ୍ତ ମାଧ୍ୟମରେ ବୁଣି ଟସର ରେସମ ଶାଢି, ଧୋତି, ଚାଦର, ସାଲ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ନୂତନ ଜ୍ଞାନକୌଶଳ ଆହରଣ ପାଇଁ କାର୍ଯ୍ୟରତ ଯୁବତୀଯୁବକଙ୍କୁ ସମିତି ପକ୍ଷରୁ ରାଜ୍ୟ ବାହାରେ ଥିବା ରେଶମ ସୂତା କାଟିବା କେନ୍ଦ୍ର ଓ ବସ୍ତ୍ର ନିର୍ମାଣ କରିବା କେନ୍ଦ୍ରକୁ ପଠାଯାଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ପୂର୍ବରୁ ଏହି ସମିତିରେ ଟସରରୁ ସୂତା ବାହାର କରିବା ଏବଂ ବୁଣିବା କାର୍ଯ୍ୟ ବର୍ଷର ମାତ୍ର ୩ମାସ ହେଉଥିଲା। ଏଥିଯୋଗୁ ଏଠାରେ କାର୍ଯ୍ୟରତ ଥିବା କିଛି ଯୁବତୀଯୁବକ ବର୍ଷର ଅନ୍ୟ ୯ମାସ ବାହାର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବାବେଳେ ଆଉ କିଛି ବେରୋଜଗାର ହେଉଥିଲେ। ଏହାକୁ ଦୃଷ୍ଟିରେ ସମିତି ପକ୍ଷରୁ ଅନୁରୋଧ ପରେ ସରକାରଙ୍କ ପକ୍ଷରୁ ଭଗାମୁଣ୍ଡାସ୍ଥିତ ଏହି ଟସର ସମବାୟ ସମିତିକୁ ଉନ୍ନତମାନର ବିଭିନ୍ନ ପ୍ରକାର ମେଶିନ୍‌ ଯୋଗାଇ ଦିଆଯାଇଥିଲା। ଯାହାଫଳରେ ବାହାର ଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ଯୁବତୀଯୁବକମାନେ ବର୍ଷସାରା ଏଠାରେ କାର୍ଯ୍ୟ ପାଇ ପାରୁଛନ୍ତି। ଏଠାରୁ ଟସରରୁ କଟା ଯାଉଥିବା ରେସମ ସୂତା ରାଜ୍ୟର କେନ୍ଦୁଝର ଜିଲା ଫକୀରପୁର, କୁଆଖିଆ ଗୋପାଳପୁର, ଆଠଗଡ଼, ନୂଆପାଟଣା ପ୍ରଭୃତି ଅଞ୍ଚଳକୁ ପଠାଯିବା ସହିତ ରାଜ୍ୟ ବାହାର ଉତ୍ତରପ୍ରଦେଶର ଆଜମଗଡ଼, ବିହାରର ଭାଗଲପୁର, ଦିଲ୍ଲୀ, ବନାରସ ପ୍ରଭୃତି ଅଞ୍ଚଳକୁ ପଠାଯାଉଛି। ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ କହିବାହେଲା, ଏଠାରୁ ଉପତ୍ାଦନ ହେଉଥିବା ଟସର ରେଶମ ସୂତାକୁ ଦେଶ ବାହାର ଦକ୍ଷିଣ ଆଫ୍ରିକାକୁ ମଧ୍ୟ ରପ୍ତାନି ହେଉଛି। ଏଠାରେ କାର୍ଯ୍ୟ କରୁଥିବା କେନ୍ଦୁଝର ଜିଲା କରଡ଼ାପାଳ ଗ୍ରାମର ସୂତାକଟାଳି ମହିଳା କୁନି ଦେହୁରିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ପୁରସ୍କୃତ କରାଯିବା ସହିତ ତାଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଟରନ୍ୟାଶନାଲ ଟେକ୍ସଟାଇଲ ମ୍ୟାନୁଫ୍ୟାକ୍ଚରର ଆସୋସିଏଶନ ପକ୍ଷରୁ ଭଗାମୁଣ୍ଡା ଟସର ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସୂତାକଟାଳି କୁନି ଦେହୁରୀଙ୍କୁ ପୁରସ୍କୃତ କରାଯିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଏହି ସମିତିକୁ ତାମିଲନାଡୁ, ଆସାମ୍‌ , ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟର ବୟନଶିଳ୍ପ ନିର୍ଦ୍ଦେଶକ ଓ ସଚିବମାନେ ଗସ୍ତ କରି ଏହାର ପ୍ରସ୍ତୁତି ପ୍ରଣାଳୀକୁ ଅନୁଧ୍ୟାନ କରିଛନ୍ତି। ଏହି ଭଗାମୁଣ୍ଡା ଟସର ସମବାୟ ସମିତିର ପରିଦର୍ଶନ ତଥା ଅନୁଧ୍ୟାନ କରିବା ପାଇଁ ଦେଶ ତଥା ବିଦେଶର ରେଶମ ବୋର୍ଡ ପ୍ରତିନିଧିମାନେ ଆସୁଥିଲେ ହେଁ, ସ୍ଥାନୀୟ ପ୍ରଶାସନିକ ଉଦାସୀନତା ଯୋଗୁ ସମବାୟ ସମିତର ଉପଯୁକ୍ତ ଉନ୍ନତି ହୋଇ ପାରୁନାହିଁ। ବିଭିନ୍ନ ସମସ୍ୟା ମଧ୍ୟରେ ରହି ଏଠାରେ କାର୍ଯ୍ୟ କରୁଥିବା ଶତାଧିକ ମହିଳାଙ୍କ ରହିବା ପାଇଁ ହଷ୍ଟେଲ ଟିଏ ନାହିଁ । ଏପରିକି ସେମାନଙ୍କୁ ଦୁଇ ଓଳି ଖାଦ୍ୟ ମଧ୍ୟ ଭଲରେ ମିଳୁନାହିଁ ବୋଲି ସୂତାକଟାଳିମାନେ କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପ୍ରତି ଦୃଷ୍ଟି ଦିଆଗଲେ ସେମାନଙ୍କ ସମସ୍ୟାର ସମାଧାନ ହେବା ସହିତ ସମିତିର ବିକାଶ ହେବା ସହିତ କାରିଗରଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri