ଭକ୍ତଙ୍କ ବିଶ୍ୱାସ ସହ ଖେଳ: ଅଙ୍ଗାର ପରେ ଚାଉଳ, ପନିପରିବା ମାନକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଅଫିସ,୨୪ା୧:ଶ୍ରୀମନ୍ଦିର ଭିତରକୁ ଯାଉଛି ବାହାର ଅଙ୍ଗାର। ଏହି ଅଙ୍ଗାରରେ ରୋଷଘରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏ ନେଇ ଗତ ଡିସେମ୍ବର ୧୮ତାରିଖ ଛତିଶା ନିଯୋଗ ବୈଠକରେ ଅଭିଯୋଗ ଉଠିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସୁଆର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଏଡ଼ାଇ ଦେଇଥିଲେ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ଅଙ୍ଗାର ବ୍ୟବସାୟ କରୁଥିବା ଜଣେ ମହିଳା ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ୩୦ରୁ ୪୦ ବସ୍ତା ଅଙ୍ଗାର ଯାଉଥିବା ଗଣମାଧ୍ୟମ ଆଗରେ କହିବା ପରେ ଏବେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ଚାଉଳ ଏବଂ ପନିପରିବା ମାନକୁ ନେଇ ଅଭିଯୋଗ କରିଛନ୍ତି ଜଣେ ସେବକ। ତେବେ ଏହି ସବୁ ଅଭିଯୋଗକୁ ଗୁରୁବାର ଖଣ୍ଡନ କରିଛି ସୁଆର ମହାସୁଆର ନିଯୋଗ। ତେଣୁ ଏଠି ପ୍ରଶ୍ନ ଉଠୁଛି ସତ କହୁଛି କିଏ? କାହିଁକି ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଏଭଳି ଧାରଣା ସୃଷ୍ଟି କରାଯାଉଛି? ବ୍ୟବସାୟିକ ଅଭିସନ୍ଧି ରଖି ଯଦି କେହି ବି କିଛି କହୁଥାନ୍ତି ତେବେ ଏହା ନିଶ୍ଚିତ ସାଂଘାତିକ। କାରଣ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି କୋଟି କୋଟି ଭକ୍ତଙ୍କ ପ୍ରଗାଢ ଭକ୍ତି ରହିଛି। ଅଙ୍ଗାର ପ୍ରସଙ୍ଗ ସତ ହେଉ କି ମିଛ ଏହାଦ୍ୱାରା ଭକ୍ତଙ୍କ ବିଶ୍ୱାସ ସହ ଖେଳ ଖେଳାଯାଉଛି। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରି ଏହାର ସତ୍ୟାସତ୍ୟ ସ୍ପଷ୍ଟ କରିବା ଦରକାର। ଯେଉଁମାନେ ଏଭଳି କରୁଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।
ଡିସେମ୍ବର ୧୮ ତାରିଖରେ ଛତିଶା ନିଯୋଗ ବୈଠକରେ ଜଣେ ସେବକ ବାହାର ଅଙ୍ଗାର ଶ୍ରୀମନ୍ଦିର ଭିତରକୁ ଯାଉଥିବା ନେଇ ଅଭିଯୋଗ ଉଠାଇଥିଲେ। ଏହାକୁ ଅନ୍ୟ ସେବକମାନେ ବିରୋଧ କରିଥିଲେ। ପରେ ଏହି ପ୍ରସଙ୍ଗ ଶିଥିଳ ପଡ଼ିଯାଇଥିଲା। ବୁଧବାର ଦକ୍ଷିଣ ପାର୍ଶ୍ୱ ମଠ ଉଚ୍ଛେଦ କରାଯାଉଥିଲା। ଏହି ମଠରେ ଅଙ୍ଗାର ବ୍ୟବସାୟ କରୁଥିବା ଜଣେ ମହିଳା କହିଥିଲେ, ପ୍ରତିଦିନ ରୋଷଘରକୁ ଖଜାଭାଟିର ଅଙ୍ଗାର ଯାଉଛି। ସେହିପରି ସୁଆର ମହାସୁଆର ନିଯୋଗର ପୂର୍ବତନ ସହସମ୍ପାଦକ ନାରାୟଣ ମହାପାତ୍ର ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଏହା ଏବେର ନୁହେଁ ୮୦ ଦଶକରୁ ଏହି ଦ୍ୱନ୍ଦ୍ୱ ଉଠିଲାଣି। ଯେତିକି ଅଙ୍ଗାର ଦରକାର ତାହା ରୋଷଘରେ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ବାହାର ଖଜା ଭାଟି ଅଙ୍ଗାର ଅଣାଯାଉଛି। କିନ୍ତୁ ଏପରି ହେବା କଥା ନୁହେଁ। କେବଳ ଅଙ୍ଗାର ନୁହେଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚାଉଳ ଏବଂ ପନିପରିବାର ମାନ ଠିକ୍‌ ରହୁନାହିଁ। ଏପରି କି ତେଲ ବ୍ୟବହାର କରାଯାଉଛି। ଏ ବିଷୟରେ ମନ୍ଦିର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ମହାପାତ୍ର ଅଭିଯୋଗ କରିବା ସହ ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏହିସବୁ ଅଭିଯୋଗକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଖଣ୍ଡନ କରାଯାଇଛି। ମହାପ୍ରସାଦ ପ୍ରସ୍ତୁତିରେ କ୍ବାଲିଟି ଚାଉଳ, ଭଲ ପନିପରିବା ଓ ଘିଅ ବ୍ୟବହାର କରାଯାଉଛି ବୋଲି ନିଯୋଗ ସମ୍ପାଦକ ଗଣମାଧ୍ୟମ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ଏଭଳି ଅଭିଯୋଗ ଉଠିବା ପରେ ବିବ୍ରତ ହୋଇପଡ଼ିିଛନ୍ତି ଭକ୍ତ। ବାଲେଶ୍ୱରର ସମ୍ବିତ ମହାନ୍ତି କହିଛନ୍ତି, ଏହି ଯେଉଁ ଅଭିଯୋଗ ଉଠୁଛି ସେଥିରେ ସତ୍ୟତା ଥାଉ କି ନ ଥାଉ ଏହାଦ୍ୱାରା ଭକ୍ତଙ୍କ ବିଶ୍ୱାସ ସହ ଖେଳ ଖେଳାଯାଉଛି। ମହାପ୍ରସାଦ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତେଣୁ ଏହାର ପବିତ୍ରତା ରକ୍ଷା କରାଯିବା ଦରକାର। ବାହାର ଅଙ୍ଗାରରେ ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ହେଉଥିଲେ ଏହା ସାଂଘାତିକ କଥା। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁରୁତର ସହ ନେବା ଦରକାର। ଯଦି ଏଥିରେ ସତ୍ୟତା ଥାଏ ତେବେ ବାହାରୁ ଅଙ୍ଗାର କିପରି ମନ୍ଦିର ଭିତରକୁ ଯାଉଛି, ସୁରକ୍ଷା କର୍ମୀମାନେ କରୁଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ୍‌। ତେବେ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri