ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ ମିଳିବାରୁ ୨ ଭାଇ ଏକ ସାଇକେଲରେ ବୋହି ନେଇ ଅନ୍ତିମ ସତ୍କାର କରିଛନ୍ତି।
ପ୍ରକୃତ ଘଟଣା ହେଲା, ସ୍ବାମୀ ପରିତ୍ୟକ୍ତା ମହିଳା ନୁଆଁଖାଇ ପାଣ୍ଡେ(୪୨) ୨ ଭାଇଙ୍କ ସହ ରହୁଥିଲେ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାବେଳେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ତିମ ସତ୍କାରରେ ସମ୍ପର୍କୀୟ କି ଗ୍ରାମବାସୀ କେହି ଆସିଲେ ନାହିଁ। ତେଣୁ ଶନିବାର ସକାଳେ ୨ ଭାଇ ଟେକାରାମ ପାଣ୍ଡେ ଏବଂ ପୁରୁଷୋତ୍ତମ ପାଣ୍ଡେ ସାଇକେଲରେ ଭଉଣୀର ମୃତଦେହକୁ ବୋହି ଗାଁ ନିକଟସ୍ଥ ଭଣ୍ଡାରୀ ନଦୀପଠାରେ ଦାହ କରିଛନ୍ତି। ତେବେ ପାରିବାରିକ କଳହ ଯୋଗୁ କେହି ଆସି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିବା ପରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଣବ, ଲେଖିଲେ…

ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା...

ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ

ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ...

ଧାମନଗରରେ ପୁଣି ଉଇଁଲା ସୂର୍ଯ୍ୟ, ଫୁଟିଲା ପଦ୍ମ

ଭୁବନେଶ୍ୱର,୪।୬: ଧାମନଗରରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ, ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୭୨୩୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।...

ନିରଞ୍ଜନ ପୂଜାରୀଙ୍କ ବଡ଼ ବିଜୟ

ଭୁବନେଶ୍ୱର,୪।୬: ସୋନପୁରରୁ ଜିତିଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଭାଜପା ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୧୫,୧୨୧ ଭୋଟରେ ହରାଇ ସେ ବିଜୟୀ ହୋଇଛନ୍ତି।

ଭୁବନେଶ୍ୱର ଏକାମ୍ରରେ ବାବୁ ସିଂ ବିଜୟୀ

ଭୁବନେଶ୍ୱର,୪ା୬(ଅସମାପିକା ସାହୁ): ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ବାବୁ ସିଂ ୭୪୩୯୯ ଭୋଟ ପାଇଛନ୍ତି। ତାଙ୍କର ନିକଟତମ...

ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ

ଭୁବନେଶ୍ୱର,୪।୬: ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮୫୯୮ ଭୋଟରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ୮୦,୫୬୪ ଭୋଟ...

ଏତିକି କମ୍‌ ଭୋଟରେ ଜିତିଲେ ଅରୁଣ ସାହୁ

ଭୁବନେଶ୍ୱର,୪।୬:ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ହେଲେ ସେଠାରେ...

ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri