ଆବଶ୍ୟକ ଅନୁଯାୟୀ ପୂରଣ ହେଉନି ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ବିଶ୍ୱରେ ଚାଇନା ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଅଣ୍ଡା ଉତ୍ପାଦନରେ ଆମ ରାଜ୍ୟ ଦେଶରେ ୧୧ତମ ସ୍ଥାନରେ ରହିଛି। ରାଜ୍ୟରେ ଦୈନିକ ଅଣ୍ଡା ଉତ୍ପାଦନ ୨୦୧୪-୧୫ ମସିହାରେ ୫୨ ଲକ୍ଷରୁ ବୃଦ୍ଧି ପାଇ ବର୍ତ୍ତମାନ ୬୫ ଲକ୍ଷରେ ପହଞ୍ଚତ୍ଛି। ତଥାପି ଅଣ୍ଡା ଆବଶ୍ୟକତା ମେଣ୍ଟାଇବାରେ ଓଡ଼ିଶା ଅସଫଳ ହୋଇଛି। ରାଜ୍ୟରେ ଦୈନିକ ୮୫ଲକ୍ଷ ଅଣ୍ଡା ଆବଶ୍ୟକତା ଥିବାବେଳେ ଓଡ଼ିଶାରୁ ୬୫ଲକ୍ଷ ଅଣ୍ଡା ଉତ୍ପାଦନ ହୋଇପାରୁଛି। ବାକି ୨୦ଲକ୍ଷ ଅଣ୍ଡା ପାଇଁ ଓଡ଼ିଶା ଏବେ ବି ଆନ୍ଧ୍ର ଉପରେ ନିର୍ଭର କରୁଛି। ଦେଶରେ ମୁଣ୍ଡପିଛା ବାର୍ଷିକ ୬୯ଟି ଅଣ୍ଡା ରହୁଥିବା ବେଳେ ଓଡ଼ିଶାରେ ୪୮ଟି ଅଣ୍ଡା ରହୁଛି। ଏହି ପରିସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ଆସିବ ଏବଂ ଆଗାମୀ ବର୍ଷ ରାଜ୍ୟ ଏହାର ସମସ୍ତ ଆବଶ୍ୟକତା ମେଣ୍ଟାଇବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଭେଟେରିନାରୀ ମହାବିଦ୍ୟାଳୟରେ ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ପାଳନ ଅବସରରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସୂଚନାଯୋଗ୍ୟ, ଅଣ୍ଡା ଖାଇବାରେ ଭାରତ ବହୁତ ପଛରେ ପଡ଼ିଛି। ମେକ୍ସିକୋବାସୀ ବାର୍ଷିକ ୩୭୦ଟି ଅଣ୍ଡା ଖାଉଥିବାବେଳେ ଭାରତୀୟମାନେ ବାର୍ଷିକ ହାରାହାରି ୭୪ଟି ଅଣ୍ଡା ଖାଇଥାନ୍ତି। ଓଡ଼ିଶାବାସୀ ବାର୍ଷିକ ମାତ୍ର ୫୨ରୁ ୫୫ ଅଣ୍ଡା ଖାଇଥାନ୍ତି।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଅଲ୍‌ ଓଡ଼ିଶା ପୋଲଟ୍ରି ଫାମର୍ସ ଆସୋସିଏଶନ୍‌ ଏବଂ ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ଅଧିକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୧୩୮ଟି ବ୍ୟବସାୟିକ ଲେୟର କୁକୁଡ଼ା ଫାର୍ମ ରହିଛି। ଆଗାମୀ ଦିନରେ ଆହୁରି ୧୦୦ଟି ଫାର୍ମ ପ୍ରତିଷ୍ଠା କରାଯିବ। ଉତ୍ସବରେ ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ୍‌, ପ୍ରାଣୀସମ୍ପଦ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଯୋଗଦେଇଥିଲେ। ସଫଳ କୁକୁଡ଼ା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ପୋଲଟ୍ରି ଫାର୍ମର୍ସ ସଂଘ ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଉପଦେଷ୍ଟା ଅଶୋକ ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା, ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ସଭାପତି ବି. ବି. ଚୌହାନ ଓ ସମ୍ପାଦକ ଏଲ୍‌. ସରୋଜ ପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?