ବୟସର ଶେଷ ପାହାଚରେ ଆନ୍ତରିକତା ଶିଖାଇଦେଲା ଶ୍ମଶାନ

କୋରାପୁଟ,୨୯।୪(ସ୍ବ.ପ୍ର.): ଶ୍ମଶାନ କଥା କହିଲେ ସାଧାରଣତଃ ଆମ ଭିତରେ କେବଳ ଭୟଟିଏ ଉକୁଟେ। କିନ୍ତୁ ସେଇ ଶ୍ମଶାନ ପରିଣତ ବୟସରେ ପାଦ ଦେଇଥିବା ୨ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କେବଳ ବନ୍ଧୁତାରେ ବାନ୍ଧି ଦେଇନାହିଁ, ବରଂ ସେମାନଙ୍କ ପାଇଁ ନିର୍ଭୟ ଆଶ୍ରୟସ୍ଥଳୀ ପାଲଟିଛି।
କୋରାପୁଟ ଉପକଣ୍ଠ ତଥା ସହରରୁ ନୂତନ ବୋରିଗୁମ୍ମା ରାସ୍ତାରେ ଥିବା ଶ୍ମଶାନରେ ରହିଛି ଏକ ପରିତ୍ୟକ୍ତ ଘର। ସେଇଠି ଦୁଇ ବନ୍ଧୁ ଭାବେ ଦିନ କାଟୁଛନ୍ତି ଦୁଇଜଣ ବୃଦ୍ଧ। ସେମାନଙ୍କ ଭିତରୁ ଜଣେ ମୁମ୍ବାଇରୁ ଆସିଥିବା ବେଳେ ଅନ୍ୟ ଜଣେ ପ୍ରେମ ସୁନା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ଗୌଡ଼ଗୁଡ଼ାରୁ କାମ ଖୋଜିଖୋଜି କୋରାପୁଟରେ ଆସି ପହଞ୍ଚତ୍ଥିଲେ। ପ୍ରେମ ସୁନା କାମ ନ ପାଇ କେଉଁଠି ରହିବି ଭାବି ଶ୍ମଶାନ ଆଡ଼କୁ ଯାଇଥିଲେ। ପ୍ରବେଶ ଦ୍ୱାରରେ ଥିବା ଏକ ପରିତ୍ୟକ୍ତ ଘରେର ୨ଟି ସିମେଣ୍ଟ ବେଞ୍ଚରୁ ଗୋଟିକରେ ରହିଥିଲେ ମରାଠୀ ବୃଦ୍ଧ ଜଣକ। ଅନ୍ୟ ବେଞ୍ଚଟିକୁ ଅକ୍ତିଆର କରିନେଲେ ପ୍ରେମ। କେହି କାହାକୁ ଚିହ୍ନି ନଥିଲେ। ମରାଠି କଥା ହେଉଥିବା ଅପରିଚିତ ବୃଦ୍ଧ ଜଣକ ମାନସିକ ରୋଗୀ ବୋଲି ଜାଣିବା ପରେ ପ୍ରେମ ତାଙ୍କ ଆବଶ୍ୟକତା ଦେଖି ସେହିଠାରେ ରହିଯାଇଛନ୍ତି। ଧୀରେଧୀରେ ଉଭୟଙ୍କ ଭିତରେ ବନ୍ଧୁତା ବଢ଼ିଯାଇଛି। ମରାଠି ବୃଦ୍ଧ ଜଣକ ବଜାରକୁ ଯାଇ ଚାଉଳ, ପନିପରିବା ମାଗି ଆଣିଲେ ପ୍ରେମ ସୁନା ସେ ସବୁକୁ ରାନ୍ଧିବା ଦାୟିତ୍ୱଟି ନେଇଛନ୍ତି। ଜଣେ ନ ଖାଇଲା ପର୍ଯ୍ୟନ୍ତ ଅନ୍ୟ ଜଣେ ଅପେକ୍ଷା କରୁଛି। ବର୍ଷେ ହେଲା ଦୁଇବନ୍ଧୁ ଏଠାରେ ରହି ଆସୁଛନ୍ତି। ଶ୍ମଶାନରେ ରହିବା ଲାଗି ସେମାନଙ୍କୁ କେବେ ଭୟ ଲାଗିନାହଁି ବୋଲି କହନ୍ତି ପ୍ରେମ ସୁନା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri