ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ଜନଶୁଣାଣି

ଯାଜପୁର ରୋଡ,୨୦୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ସଭା ଗୃହରେ ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନାଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ପୌର ପରିଷଦରରେ ପ୍ରଥମ ଥର ଜନ ଶୁଣାଣି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୀର୍ଘଦୀନଧରି ଲାଗିରହିଥିବା ସ୍ଥାନୀୟ ସମସ୍ୟା ଶୁଣାଣିରେ ସମାଧାନ ପାଇଁ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ହେଲେ ଅଭିଯୋଗକାରୀଙ୍କ ସଂଖ୍ୟା ଅନୁସାରେ ଶୁଣାଣିରେ ସ୍ଥାନ ନ ଥିବାରୁ ଲମ୍ବା ଧାଡିରେ ଖରାରେ ଠିଆ ହେବାକୁ ପଡିଥିବାରୁ ବହୁ ଅଭିଯୋଗକାରୀ ନିରାଶ ହୋଇ ଫେରିଥିବା ଜଣାପଡିଛି। ପ୍ରତିମାସ ତୃତୀୟ ସପ୍ତାହରେ ପୌର ପରିଷଦରେ ଜନଶୁଣାଣି କରାଯାଇ ପୌରବାସୀ ସମେତ ଆଖପାଖ ଅଞ୍ଚଳର ସମସ୍ୟାଗୁଡିକ ସମାଧାନ କରାଯିବ ବୋଲି ଜନ ଶୁଣାଣିରେ ଜିଲାପାଳ କହିଛନ୍ତି।
ଜନଶୁଣାଣିରେ ୩୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ବ୍ୟକ୍ତିଗତ ୩୨୭ଟି, ସାମୂହିକ ୫ଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୯ଜଣ ଅଭିଯୋଗ କରିଥିଲେ। ସେଥିରୁ ୧୩୪ ତତ୍କାଳ ଅଭିଯୋଗ ସମାଧାନ କରାଯାଇଥିବାବେଳେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଅଧିକାଂଶ ସରକାରୀ ଓ ଜଙ୍ଗଲ ଜମିରେ ଦୀର୍ଘଦିନଧରି ବସବାସ କରି ରହୁଥିବା ଲୋକେ ଜମି ପଟ୍ଟା ପ୍ରଦାନ ପାଇଁ ଅଭିଯୋଗ କରିଥିଲେ। ଏସବୁ ଅଭିଯୋଗ ଜିଲା ପ୍ରଶାସନ ହସ୍ତରେ ନ ଥିବାରୁ ଅଭିଯୋଯୋଗଗୁଡିକ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରାଯିବା ପାଇଁ ପଠାଇ ଦିଆଯିବ ବୋଲି ଶୁଣାଣିରେ ଜିଲାପାଳ କହିଥିଲେ। ଉମାପଦା ହାଉସିଂ ବୋର୍ଡ ରାସ୍ତା ଓ ଚୋରଦା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାରେ ପାଣି ଜମିଛି। ଏହି ୱାର୍ଡରେ ଡ୍ରେନ୍‌ ନ ଥିବାରୁ ଜଳ ନିଷ୍କାଶନ ବାଧକ ସୃଷ୍ଟି କରୁଛି ା ଏ ସମ୍ପର୍କରେ ପୌର ପରିଷଦ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳୁଥିବାରୁ ଏହାର ସମାଧାନ ପାଇଁ ୧୫ନମ୍ବର ୱାର୍ଡ ପୌରପରିଷଦ ବାସିନ୍ଦା ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ୩୦ ତାରିଖ ସୁଦ୍ଧା ଏହାର ସମାଧାନ ନ ହେଲେ ୱାର୍ଡବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୌର ପ୍ରଶାସନକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପର ଜମିଜମା ଦାଖଲ କାର୍ଯ୍ୟ କ୍ଷେତ୍ରରେ ବ୍ୟାସନଗର ତହସିଲ ପକ୍ଷରୁ ସେମାନଙ୍କ ମକଦ୍ଦମା ବିଚାର ନ କରାଯାଇ ପଡିରହିଛି। ପଟ୍ଟା ଦେବାରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କାରୀମାନେ ଅଭିଯୋଗ କରିଥିଲେ। ତୁରନ୍ତ ଜିଲାପାଳ ସମାଧାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ବସୁନ୍ଧରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଜମି ମିଳୁ ନ ଥିବା ଅଭିଯୋଗ କରିଥିଲେ। ୧୯୪୫ ଜଙ୍ଗଲ କିସମ ଜମି ରହିଛି। କିନ୍ତୁ ବନ୍ଦୋବସ୍ତରେ ସେମାନଙ୍କୁ ନଟ୍‌ଫାଇନାଲ ପଟ୍ଟା ମିଳିଛି। ତୁରନ୍ତ ଫାଇନାଲ ପଟ୍ଟା ମିଳିବାପାଇଁ ବହୁ ଅଭିଯୋଗ ହୋଇଛି। ଏହି ଅଭିଯୋଗଗୁଡିକ ସମାଧାନପାଇଁ ଜିଲା ପ୍ରଶାସନ ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ସପନ ନନ୍ଦ, ଯାଜପୁର ରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତି, ଜିଲା ଚିକିତ୍ସା ଅଧିକାରୀ ରଶ୍ମିପ୍ରକାଶ ଶତପଥୀଙ୍କ ସହ ବିଭାଗୀୟ ଅଧିକାରୀ ଶୁଣାଣିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?