ବ୍ୟାସନଗର ପୌରପରିଷଦ: ବର୍ଷା ଆସୁଛି, ହେଲାନି ଡ୍ରେନ୍‌ ସଫେଇ

ଯାଜପୁର ଅଫିସ,୫ା୬- ରାଜ୍ୟକୁ ମୌସୁମୀ ବର୍ଷା ଆଗମନର ସମୟ ପ୍ରାୟ ଉପନୀତ ହୋଇଛି। କିଛି କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ହେଲାଣି। ହେଲେ ଯାଜପୁର ଜିଲାର ଅନ୍ୟତମ ସହର ତଥା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳର କୌଣସି ଡ୍ରେନ୍‌ରୁ ଏଯାବତ୍‌ ମଇଳା ଆବର୍ଜନା ଉଠାଯାଇନାହିଁ। ଯାହା ଫଳରେ ବର୍ଷା ଆରମ୍ଭ ହେଲାମାତ୍ରେ ସହରରେ କୃତ୍ରିମ ବନ୍ୟା ହେବାର ସମ୍ଭାବନା ସୃଷ୍ଟି କରିଛି। ବର୍ଷା ପୂର୍ବରୁ ସହରର ୨୬ଟି ୱାର୍ଡର ସମସ୍ତ ଡ୍ରେନରୁ ମଇଳା ଆବର୍ଜନା ସହ ଲଟାବୁଦା ସଫା କରିବାକୁ ଦାୟିତ୍ୱରେ ଥିବା ଜାଗୃତି ପରିମଳ ସଂସ୍ଥା ଗରୁତ୍ୱ ଦେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିମଳ ସଂସ୍ଥା ଜାଗୃତିକୁ ପୌର ପରିଷଦ ପକ୍ଷରୁ ମାସିକ ୧୩ ରୁ ୧୪ ଲକ୍ଷ ଟଙ୍କା ପଇଠ କରାଯାଉଥିଲେ ହେଁ ଗତ ୪/୫ ମାସ ହେଲା ସହରର ଅଧିକାଂଶ ଡ୍ରେନ୍‌ ସଫା ହେଉ ନ ଥିବା ଦେଖିବାକୁ ମିଳିଛି। ଏକ୍ଷେତ୍ରରେ ଯାଜପୁର ମ୍ୟୁନିସିପାଲିଟି କେବଳ ଅପରାଧୀକ ଅବହେଳା କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ଜଳ ପ୍ରଦୂଷିତ ହେଉଛି। ଖାଲି ସେତିକି ନୁହେଁ ସହର ତଳମୁଣ୍ଡରେ ଗଣ୍ଡନାଳା ଜଳ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲିଟି ଏକ ପ୍ରକାର ଅପରାଧୀ ସାଜିଛି।
ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ୮୮୧.୧୬ ବର୍ଗ କିଲୋମିଟରକୁ ନେଇ ଗଢି ଉଠିଛି। ସେଥିମଧ୍ୟରୁ ୨୨.୩୬ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାସନଗର ମ୍ୟୁନିସିପାଲିଟିର ପରିସୀମା। ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ଟନ୍‌ ଆବର୍ଜନା ବାହାରିଥାଏ। ଏହାବାଦ ସହରର ଡ୍ରେନେଜ ବ୍ୟବସ୍ଥାରେ ବର୍ହିଗମନ ପଥ ନ ଥିବାରୁ ପ୍ରାୟ ୭୦ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ବିଲବାଡି, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ଉତ୍ତମ ପରିମଳ ସେବା ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସହରର ୨୬ଟି ୱାର୍ଡର ପରିମଳ କାର୍ଯ୍ୟର ଘରୋଇକରଣ ହୋଇଛି। ଜାଗୃତି ନାମକ ଏକ ଅନୁଷ୍ଠାନକୁ ପରିମଳ ଦାୟିତ୍ୱ ଦିଆଯାଉଥିବା କୁହାଯାଉଥିଲେ ହେଁ ଏହା ସାଧାରଣ ଠିକା ବ୍ୟବସ୍ଥାରେ ପରିଣତ ହୋଇଛି। ଆଉ ଏହି ଠିକା ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବ୍ୟାସନଗର ସହରର ପରିମଳ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚତ୍ଛି। ଫଳରେ ଆଗାମୀ ଦିନରେ ସହରର ଅବସ୍ଥା ଆହୁରି ଦୁର୍ଦ୍ଦଶାଗ୍ରସ୍ତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ପ୍ରଥମବର୍ଷ ଘରକୁ ଘର ବୁଲି ସହରର ୬୦ପ୍ରତିଶତ ଅଞ୍ଚଳରୁ ମଇଳା ଉଠାଇବେ, ଦ୍ୱିତୀୟ ବର୍ଷ ୮୦ପ୍ରତିଶତ ଓ ତୃତୀୟ ବର୍ଷ ୧୦୦ ପ୍ରତିଶତ ଏହି କାର୍ଯ୍ୟ କରିବାକୁ ଜାଗୃତି ସହିତ ଚୁକ୍ତି ହୋଇଛି। ଏହାବାଦ ଅଳିଆ ଉଠାଣ, ଗଳି ରାସ୍ତା ସଫେଇ, ଡ୍ରେନ୍‌ ସଫେଇ, ବୁଦା ଓ ଘାସ କଟା ଆଦି ୧୦୦ପ୍ରତିଶତ କରିବାକୁ ଜାଗୃତି ଚୁକ୍ତିରେ ପ୍ରତିଶ୍ରୁତି ଦେଇଛି। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ବାସ୍ତବରେ ଯେତେ ଟଙ୍କା ଖର୍ଚ୍ଚ ଖର୍ଚ୍ଚ ହେଉଛି ତାର ତୁଳନାରେ କେତେକ ପୌର ଅଧିକାରୀଙ୍କୁ ହାତକରି ଏହାର ୨ ଗୁଣ ବିଲ୍‌ ଦାଖଲ କରାଯାଉଛି ା ଏଥିପାଇଁ ସହରବାସୀ ନୟାନ୍ତ ହେଉଥିବାବେଳେ ଠିକାସଂସ୍ଥା ଓ ପୌର ଅଧିକାରୀ ମାଲାମାଲ ହେଉଛନ୍ତି ା ଉପଯୁକ୍ତ ଭାବେ ସଫେଇ ନ ହେଲେ ଚୁକ୍ତିରେ ଠିକାସଂସ୍ଥାକୁ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଏଯାଏ ନିୟୋଜିତ ପ୍ରଭାବଶାଳୀ ଠିକାସଂସ୍ଥା ଜାଗୃତି ଠାରୁ ଏହା ଲାଗୁ ହୋଇନାହିଁ। ବିଶେଷକରି ଡ୍ରେନଗୁଡିକ ନିୟମିତ ଭାବେ ସଫେଇ ହେଉ ନଥିବାରୁ ଆଗାମୀ ବର୍ଷା ପାଇଁ ସହରବାସୀ ନାହିଁ ନ ଥିବାର ସମସ୍ୟା ଭୋଗିବେ ବୋଲି ଆଶଙ୍କା କରାଯାଉଛି ା ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ତଳି ଅଞ୍ଚଳରେ ଥିବା ଘର ଭିତରକୁ ବର୍ଷା ପାଣି ପଶିବାର ସମ୍ଭାବନା ଦେଖା ଦେଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରାଞ୍ଚର ପ୍ରଶାସକ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଉପଯୁକ୍ତ ଭାବେ ସଫେଇ କରିବାକୁ ପରିମଳ ସଂସ୍ଥାକୁ ତାଗିଦ କରାଯାଇଛି ା ତେବେ ବର୍ଷା ପୂର୍ବରୁ ଡ୍ରେନଗୁଡିକୁ ମଧ୍ୟ ସଫେଇ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri