ବ୍ୟାପୁଛି ଜଣ୍ଡିସ୍‌, ୨ ମୃତ: ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧ନଂ. ଓ ୨ନଂ. ୱାର୍ଡ଼ରେ ଜଣ୍ଡିସ୍‌ରେ ୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ‘ଆଚ୍ଛା’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ମ୍ୟୁନିସିପାଲିଟି ଅଧୀନ ୧ନଂ. ୱାର୍ଡ଼ ପରମିଟ୍‌ ଘାଟ ଅଞ୍ଚଳର ମମତା ବେହେରା (୩୦) ଓ ୨ନଂ. ୱାର୍ଡ଼ର ମୁନିପଦାର କାଲା ମାଝି (୪୬) ମୃତ୍ୟୁବରଣ କରିଥିଲେ। ଉକ୍ତ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଡାକ୍ତରୀ ଟିମ୍‌ ପଠାଇ ଚିକିତ୍ସା କରା ନ ଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ଦେଖାଦେଇଛି। ପାନୀୟ ଜଳ ଅଭାବରୁ ଏହି ରୋଗ ବ୍ୟାପୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ବିନୋଦ ମାଝି, ଅଜୟ ବିଶ୍ୱାଳ, କିଶୋର ନାୟକ, ସରିତା ସାହୁ, ବବିତା ବେହେରା, ଋତୁପର୍ଣ୍ଣା ମହାନ୍ତି, ଈଶ୍ୱର ଜେନା ଓ ଦୀପକ ନାଥ ପ୍ରମୁଖ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ସାକ୍ଷାତ୍‌ କରି ଅଭିଯୋଗ କରିଥିଲେ।
ଏନେଇ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜଗଦେବ କହିଛନ୍ତି, ଶୁକ୍ରବାର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଶନିବାରଠାରୁ ସେମାନଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସ୍ବତନ୍ତ୍ର ଚିକିତ୍ସା ଉପଲବ୍ଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri