ବ୍ୟାଟେରି ଚୋରି ଘଟଣା: ୪ ଅଭିଯୁୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୧୯ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଦାମପାହାଡ ସ୍ଥିତ ଯୁକ୍ତ ୨ ବିଜ୍ଞାନ କଲେଜ ପରିସରରୁ ଗତ ଅଗଷ୍ଟ ୨୧ ତାରିଖରେ ୮ଟି ସୋଲାର ବ୍ୟାଟେରି ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦାମପାହାଡ ଥାନା ଅଧୀନ ଧାଙ୍ଗିଡିସୁତା ଗ୍ରାମର ନବାବଅଲ୍ଲୀ ଖାନ ଓ ଆକ୍ରମ ଅଲ୍ଲୀ, କାଦୁଆଣୀ ଗ୍ରାମର ଶାଙ୍ଖ ମାରାଣ୍ଡି ଏବଂ ସାରଶପଦା ଗ୍ରାମର ସାଇବା ହାଁସଦା। ଅଭିଯୁକ୍ତମାନଙ୍କଠାରୁ ଚୋରି ଯାଇଥିତ୍ବା ବ୍ୟାଟେରି ମଧ୍ୟରୁ ୪ଟି ଓ ସେମାନେ ବ୍ୟବହାର କରିଥିତ୍ବା ଏକ ବୋଲେରୋ ଗାଡି ଜବତ କରାଯାଇଛି। କଲେଜ ଅଧ୍ୟକ୍ଷ ଯଜ୍ଞେଶ୍ୱର ଦାସଙ୍କ ଲିଖିତ ଅଭିଯୋଗ କ୍ରମେ ବାଦାମପାହାଡ ଥାନା ପୋଲିସ ଏକ ମାମଲା(ନଂ.୩୯/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri